Posted inଖେଳ

ହାଇବ୍ରିଡ୍ ମଡେଲ ପାଇଁ ରାଜି ହେଲା ପାକିସ୍ତାନ, କିନ୍ତୁ ଭାରତକୁ ଲାଗିଲା ବଡ଼ ଝଟକା

ମୁମ୍ବାଇ,୬।୧୨: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବାର ରାସ୍ତା ଏକ ପ୍ରକାର ପରିସ୍କାର ହୋଇଛି। କିନ୍ତୁ ଏହା ସମୁର୍ଣ୍ଣ ଭାବେ ପାକିସ୍ତାନରେ ଆୟୋଜିତ ହେବନାହିଁ। ଭାରତ ପାକିସ୍ତାନ ଗସ୍ତ ନ କରୁଥିବାରୁ ହାଇବ୍ରିଡ୍ ମଡେଲରେ ଏହା ଅନୁଷ୍ଠିତ ହେବ। ଭାରତ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ତେବେ ପାକିସ୍ତାନ ଏହି ହାଇବ୍ରିଡ୍ ମଡେଲ ଗ୍ରହଣ କରିଥିଲା ବେଳେ ଭାରତକୁ ମଧ୍ୟ ଅମକୁଏହି ମଡେଲ ଗ୍ରହଣ କରିବାକୁ ପଡିବ।

ପିଟିଆଇ ରିପୋର୍ଟ ଅନୁଯାୟୀ ଜୟ ଶାହାଙ୍କ ନେତୃତ୍ୱାଧୀନ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବଂ ଏହାର ସଦସ୍ୟ ଦେଶମାନେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାର ହାଇବ୍ରିଡ୍ ମଡେଲ୍ ସହିତ ଆଗକୁ ବଢିବାକୁ ସହମତ ହୋଇଛନ୍ତି। ତେବେ ଏଥିରେ ଭାରତ ପାଇଁ ଏକ କେଁ ରହିଯାଇଛି। ୨୦୨୭ ପର୍ଯ୍ୟନ୍ତ ସମସ୍ତ ଆଇସିସି ଇଭେଣ୍ଟରେ ହୋଷ୍ଟିଂର ସମାନ ‘ହାଇବ୍ରିଡ୍ ମଡେଲ୍’ ବ୍ୟବହୃତ ହେବ। ଯେତେବେଳେ କି ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ହେବ।

ତେବେ ୨୦୨୫ ରୁ ୨୦୨୭ ଅବଧି ମଧ୍ୟରେ ଭାରତ ଏବଂ ଶ୍ରୀଲଙ୍କା ମିଶି ମହିଳା ଦିନିକିଆ ବିଶ୍ୱକପ୍ ଏବଂ ପୁରୁଷ ଟି-୨୦ ବିଶ୍ୱକପ ଆୟୋଜନ କରିବେ। ହୋଷ୍ଟିଂ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ହାଇବ୍ରିଡ୍ ମଡେଲ୍ ନଥିଲେ ୨୦୨୬ ମସିହାରେ ପାକିସ୍ତାନ ଭାରତ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତା। ଯଦି ଉପରୋକ୍ତ ରିପୋର୍ଟଟି ସତ, ତେବେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ପଡୋଶୀ ଶ୍ରୀଲଙ୍କାରେ ଖେଳିପାରେ।

ଅର୍ଥାତ ସ୍ଥିତି ଏପାରିହେବ ଯେ, ଭାରତ ଟୁର୍ନାମେଣ୍ଟ ଆୟୋଜନ ପରେ ମଧ୍ୟ ଘରୋଇ ମ୍ୟାଚ୍ ଖେଳିବା ପାଇଁ ଅନ୍ୟ ଦେଶକୁ ଯାତ୍ରା କରିବାକୁ ପଡିବ। ୨୦୨୬ ପୁରୁଷ ଟି -୨୦ ବିଶ୍ୱକପ ସମୟରେ ପାକିସ୍ତାନ ଶ୍ରୀଲଙ୍କାରେ ଏହାର ମ୍ୟାଚ୍ ଖେଳିବ। ତେବେ ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲ ଗ୍ରହଣ କରିବା ପାଇଁ ପିସିବି ଦ୍ୱାରା ମଗାଯାଇଥିବା କ୍ଷତିପୂରଣ ଏବେବି ବିଚାରକୁ ନିଆଯାଉଛି ବୋଲି ସୂତ୍ରରୁ ପ୍ରକାଶ।

ଏହି ବ୍ୟବସ୍ଥାରେ ରାଜି ହେବା ଅର୍ଥ ହେଉଛି ଯେ ଭାରତୀୟ ମହିଳା ଦଳ ପାକିସ୍ତାନ ବିପକ୍ଷରେ ଲିଗ୍ ମ୍ୟାଚ୍ ଖେଳିବା ପାଇଁ ଏକ ନିରପେକ୍ଷ ସ୍ଥାନକୁ ଯାତ୍ରା କରିବାକୁ ପଡିବ, ଯଦି କାର୍ୟ୍ୟସୂଚୀ ଅନୁଯାୟୀ ଏହା ଆବଶ୍ୟକ ହେବ ଯାହା ଏପର୍ୟ୍ୟନ୍ତ ବାହାରକୁ ଆସିବ ନାହିଁ।

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଭାରତ ପାକିସ୍ତାନ ଗସ୍ତ କରି ନାହିଁ, ଯେଉଁଥିରେ ୧୫୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦୁଇ ଦେଶ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ସିରିଜ ୨୦୧୨ ରେ ଖେଳା ରେଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri