Posted inଖେଳ

ହାଇବ୍ରିଡ୍ ମଡେଲ ପାଇଁ ରାଜି ହେଲା ପାକିସ୍ତାନ, କିନ୍ତୁ ଭାରତକୁ ଲାଗିଲା ବଡ଼ ଝଟକା

ମୁମ୍ବାଇ,୬।୧୨: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହେବାର ରାସ୍ତା ଏକ ପ୍ରକାର ପରିସ୍କାର ହୋଇଛି। କିନ୍ତୁ ଏହା ସମୁର୍ଣ୍ଣ ଭାବେ ପାକିସ୍ତାନରେ ଆୟୋଜିତ ହେବନାହିଁ। ଭାରତ ପାକିସ୍ତାନ ଗସ୍ତ ନ କରୁଥିବାରୁ ହାଇବ୍ରିଡ୍ ମଡେଲରେ ଏହା ଅନୁଷ୍ଠିତ ହେବ। ଭାରତ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ତେବେ ପାକିସ୍ତାନ ଏହି ହାଇବ୍ରିଡ୍ ମଡେଲ ଗ୍ରହଣ କରିଥିଲା ବେଳେ ଭାରତକୁ ମଧ୍ୟ ଅମକୁଏହି ମଡେଲ ଗ୍ରହଣ କରିବାକୁ ପଡିବ।

ପିଟିଆଇ ରିପୋର୍ଟ ଅନୁଯାୟୀ ଜୟ ଶାହାଙ୍କ ନେତୃତ୍ୱାଧୀନ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏବଂ ଏହାର ସଦସ୍ୟ ଦେଶମାନେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାର ହାଇବ୍ରିଡ୍ ମଡେଲ୍ ସହିତ ଆଗକୁ ବଢିବାକୁ ସହମତ ହୋଇଛନ୍ତି। ତେବେ ଏଥିରେ ଭାରତ ପାଇଁ ଏକ କେଁ ରହିଯାଇଛି। ୨୦୨୭ ପର୍ଯ୍ୟନ୍ତ ସମସ୍ତ ଆଇସିସି ଇଭେଣ୍ଟରେ ହୋଷ୍ଟିଂର ସମାନ ‘ହାଇବ୍ରିଡ୍ ମଡେଲ୍’ ବ୍ୟବହୃତ ହେବ। ଯେତେବେଳେ କି ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଅନୁଷ୍ଠିତ ହେବ।

ତେବେ ୨୦୨୫ ରୁ ୨୦୨୭ ଅବଧି ମଧ୍ୟରେ ଭାରତ ଏବଂ ଶ୍ରୀଲଙ୍କା ମିଶି ମହିଳା ଦିନିକିଆ ବିଶ୍ୱକପ୍ ଏବଂ ପୁରୁଷ ଟି-୨୦ ବିଶ୍ୱକପ ଆୟୋଜନ କରିବେ। ହୋଷ୍ଟିଂ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ହାଇବ୍ରିଡ୍ ମଡେଲ୍ ନଥିଲେ ୨୦୨୬ ମସିହାରେ ପାକିସ୍ତାନ ଭାରତ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତା। ଯଦି ଉପରୋକ୍ତ ରିପୋର୍ଟଟି ସତ, ତେବେ ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ପଡୋଶୀ ଶ୍ରୀଲଙ୍କାରେ ଖେଳିପାରେ।

ଅର୍ଥାତ ସ୍ଥିତି ଏପାରିହେବ ଯେ, ଭାରତ ଟୁର୍ନାମେଣ୍ଟ ଆୟୋଜନ ପରେ ମଧ୍ୟ ଘରୋଇ ମ୍ୟାଚ୍ ଖେଳିବା ପାଇଁ ଅନ୍ୟ ଦେଶକୁ ଯାତ୍ରା କରିବାକୁ ପଡିବ। ୨୦୨୬ ପୁରୁଷ ଟି -୨୦ ବିଶ୍ୱକପ ସମୟରେ ପାକିସ୍ତାନ ଶ୍ରୀଲଙ୍କାରେ ଏହାର ମ୍ୟାଚ୍ ଖେଳିବ। ତେବେ ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲ ଗ୍ରହଣ କରିବା ପାଇଁ ପିସିବି ଦ୍ୱାରା ମଗାଯାଇଥିବା କ୍ଷତିପୂରଣ ଏବେବି ବିଚାରକୁ ନିଆଯାଉଛି ବୋଲି ସୂତ୍ରରୁ ପ୍ରକାଶ।

ଏହି ବ୍ୟବସ୍ଥାରେ ରାଜି ହେବା ଅର୍ଥ ହେଉଛି ଯେ ଭାରତୀୟ ମହିଳା ଦଳ ପାକିସ୍ତାନ ବିପକ୍ଷରେ ଲିଗ୍ ମ୍ୟାଚ୍ ଖେଳିବା ପାଇଁ ଏକ ନିରପେକ୍ଷ ସ୍ଥାନକୁ ଯାତ୍ରା କରିବାକୁ ପଡିବ, ଯଦି କାର୍ୟ୍ୟସୂଚୀ ଅନୁଯାୟୀ ଏହା ଆବଶ୍ୟକ ହେବ ଯାହା ଏପର୍ୟ୍ୟନ୍ତ ବାହାରକୁ ଆସିବ ନାହିଁ।

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଭାରତ ପାକିସ୍ତାନ ଗସ୍ତ କରି ନାହିଁ, ଯେଉଁଥିରେ ୧୫୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦୁଇ ଦେଶ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ସିରିଜ ୨୦୧୨ ରେ ଖେଳା ରେଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?