ପିସି ନେଲେ କି ଦେଲେ ଦଳରୁ ବିଦା: ମନମୋହନ

ଚାନ୍ଦବାଲି,୧୬ା୬(କିଷାନ ପାତ୍ର)ଓଡ଼ିଶାରେ ଏବେ ଭାଜପା ସରକାର ଗଠନ କରିଛି। ଭାଜପା ସରକାର ହେଉଛି ସାଧାରଣ ଲୋକଙ୍କ ସରକାର। ଲୋକଙ୍କ କାମ ସୁବିଧାରେ ଓ ମାଗଣାରେ ହେବ। ଭାଜପା ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରାଯିବ। ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରି ଦ୍ୱାର ଖୋଲାଗଲା, ଚାଷୀ ଧାନ ଏବେ ୩୧୦୦ ଟଙ୍କାରେ ବିକିବେ ଏବଂ ସୁଭଦ୍ରା ଯୋଜନାରେ ମହିଳାମାନେ ଲାଭ ପାଇବାକୁ ଯାଉଛନ୍ତି। ସରକାରୀ ଯୋଜନାରେ ପିସି ଦେବା ଓ ନେବା ଉଭୟ ଲୋକ ଦଳରୁ ବିଦା ହେବେ ବୋଲି ଭାଜପା ପକ୍ଷରୁ ରଜ ମହୋତ୍ସବ ଅବସରରେ ଯୋଗଦେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଶନିବାର ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଅନୁଷ୍ଠିତ ଏହି ମହୋତ୍ସବରେ ଭାଜପାର ବରିଷ୍ଠ ନେତା ଅଜୟ ନାୟକ ଯୋଗଦେଇ କହିଥିଲେ, ବିଜେଡି ଶାସନ କାଳରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ କରାଯିବ। ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ନୃସିଂହନାଥ ହାଇସ୍କୁଲରେ ୧ କୋଟି ୧୯ ଲକ୍ଷ ଟଙ୍କା ଖାଲି ରଙ୍ଗ ମରାଯାଇ ଚଳୁ କରାଯାଇଛି। ଆରଡ଼ି ପୀଠରେ ଶିବଗଙ୍ଗା ପୋଖରୀ ଆଦି ଦୁର୍ନୀତିର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା ସାମ୍ବାଦିକା; ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍

ଭୂଅନେଶ୍ୱର,୨୪ା୭: ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା ସାମ୍ବାଦିକା। ବାପୁଜୀ ନଗର ନିକଟ ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମହିଳା...

ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, ମିଳିଲା ଏତିକି ଟଙ୍କା…

ରାୟଗଡ଼ା,୨୪ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ବୁଧବାର ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ...

‘କାଳିଆ ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ; ଜାଣନ୍ତୁ ବିଧାନସଭାରେ କ’ଣ କହିଲେ…

ଭୁବନେଶ୍ୱର, ୨୪।୭: ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ବିଜେଡି ସମୟରେ କରାଯାଇଥିବା ‘କାଳିଆ ଯୋଜନା’ ବନ୍ଦ ହେବ କି ନାହିଁ ସେନେଇ ଅନେକଙ୍କ...

ଡ୍ୟାମ୍‌ରେ ଦୁଇ ଛାତ୍ର ବୁଡ଼ିଯିବା ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୭: କଟକ ଜିଲା ଚୌଦ୍ୱାର ମଙ୍ଗରାଜପୁର ଡମଣୀ ଡ୍ୟାମ୍‌ରେ ବୁଡି ବୁଧବାର ୨ ଛାତ୍ର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖପ୍ରକାଶ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଯୁବକ

ନିରାକାରପୁର,୨୪ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ନିରାକାରପୁର ପୋଲିସ ବୁଧବାର ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ...

ନାବାଳକ ଗାଡ଼ି ଚଳାଉଥିଲେ ସାବଧାନ! ଏଣିକି ଗାଡ଼ି ଜବତ ସହ ମା’ବାପାଙ୍କ ବିରୋଧରେ ରୁଜୁ ହେବ ମାମଲା…

ଭୁବନେଶ୍ୱର,୨୪।୭: ରାଜ୍ୟରେ ବଢ଼ୁଥିବା ବେପାରୁଆ ଗାଡ଼ିଚାଳନା ତଥା ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଠୋର ହୋଇଛି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)। ଆସନ୍ତା ସପ୍ତାହରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜାଣନ୍ତୁ କେବେ ହେବ…

କଟକ,୨୪।୭: ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷା। ଅଗଷ୍ଟ ୯ ବଦଳରେ ୧୭ ତାରିଖରେ ପରୀକ୍ଷା ହେବ। ଉକ୍ତ ଦିନ ମାଟ୍ରିକ ସପ୍ଲିମେଣ୍ଟାରୀ...

ଆସନ୍ତା ଶୁକ୍ରବାର ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ; ରହିଛି ବଡ଼ ବୈଠକ

ଭୁବନେଶ୍ୱର,୨୪ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୭ତାରିଖ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri