Posted inଖେଳ

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌ ପକ୍ଷରୁ ଧାର୍ଯ୍ୟ ୨୪୬ ରନର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୮.୩ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଟାର୍ଗେଟର ପିଛା କରି ମ୍ୟାଚ୍‌ ଜିତିବାରେ ଏହା ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ସବୁଠୁ ବଡ଼ ବିଜୟ। ଏହା ହାଇଦ୍ରାବାଦ ଲାଗି ଦ୍ୱିତୀୟ ବିଜୟ ହୋଇଥିବା ବେଳେ ପଞ୍ଜାବର ଏହା ଦ୍ୱିତୀୟ ପରାଜୟ।

ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୪୫ ରନ କରିଛି। ଦଳ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ୩୬ ବଲରେ ୬ ଲେଖାଏ ଚୌକା ଓ ଛକା ସହିତ ସର୍ବାଧିକ ୮୨ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟାଂଶ ଆର୍ଯ୍ୟ ୩୬ (୨ ଚୌକା ଓ ୪ ଛକା), ପ୍ରଭସିମରନ ସିଂ ୪୨ (୭ ଚୌକା ଓ ୧ ଛକା), ମାର୍କସ ଷ୍ଟୋଇନିସ ୩୪ (୧ ଚୌକା ଓ ୪ ଛକା) ଓ ନେହାଲ ଓ୍ବାଧେରା ୨୭ (୨ ଚୌକା ଓ ୧ ଛକା) ରନ କରିଥିଲେ।

ହାଇଦ୍ରାବାଦ ପକ୍ଷରୁ ହର୍ଶଲ ପଟେଲ ୪ଟି ଓ ପଦାର୍ପଣକାରୀ ଇଶାନ ମାଲିଙ୍ଗା ଦୁଇଟି ଉଇକେଟ ନେଇଥିଲେ। ଜବାବରେ ଏସ୍‌ଆର୍‌ଏଚ୍‌ ପାଇଁ ଅଭିଶେକ ଓ ଟ୍ରାଭିସ ହେଡ୍‌ ଆରମ୍ଭରୁ ଛକା ଓ ଚୌକା ବର୍ଷା କରିଥିଲେ। ମୁଖ୍ୟତଃ ଅଭିଶେକ ପଞ୍ଜାବର କୌଣସି ବୋଲରଙ୍କୁ ଛାଡ଼ି ନ ଥିଲେ। ଦୁହେଁ ୧୨.୨ ଓଭରରେ ୧୭୧ ରନ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ୩୭ ବଲରେ ୯ ଚୌକା ଓ ୩ ଛକା ସହିତ ହେଡ୍‌ ୬୬ ରନ କରି ଆଉଟ୍‌ ହୋଇଥିଲେ।

ଅଭିଶେକ ୪୦ ବଲରେ ଶତକ ପୂରଣ କରିଥିଲେ। ଏହା ଆଇପିଏଲ୍‌ରେ ତାଙ୍କର ପ୍ରଥମ ଶତକ ଥିଲା। ସେ ମୋଟ ଉପରେ ୫୫ ବଲରେ ୧୪ ଚୌକା ଓ ୧୦ ଛକା ସହିତ ୧୪୧ ରନ କରି ଆଉଟ୍‌ ହୋଇଥିଲେ। ଏହା ଭାରତୀୟ କ୍ରିକେଟରଙ୍କ ଲାଗି ଆଇପିଏଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ହାଇଦ୍ରାବାଦ ୧୮.୩ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ରୋକିବା ନେଇ ଗୁରୁତ୍ୱାରୋପ, ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରଖି

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ର ସଠିକ କାର୍ଯ୍ୟକାରିତା ସହ ବାଲ୍ୟ ବିବାହ ରୋକିବା ଦିଗରେ ନିଯୁକ୍ତ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ…

ଗାଧୋଇବାକୁ ଯାଇଥିଲେ, ମିଳିଲା ମୃତଦେହ

ନୂଆପଡ଼ା,୧୦ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ ମିଛାପାଲି ପଞ୍ଚାୟତ ଗରେଲ ବାହାଲିପଡ଼ାରେ ଏକ ଅଘଟଣ ଘଟିଛି। ଚହଲା ପାଣିରେ ବୁଡ଼ି ଜଣେ ବ୍ୟକ୍ତି ପ୍ରାଣ…

ସୁଧୁରୁନି ରାସ୍ତାର ଅବସ୍ଥା, ଏନ୍‌ଏସିକୁ ଦାବିପତ୍ର ପ୍ରଦାନ କରି…

ପଦ୍ମପୁର,୧୦ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଏନ୍‌ଏସି ଅନ୍ତର୍ଗତ ଥାନା ସମ୍ମୁଖରୁ ଡା. ବି.ଆର୍‌. ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଦୂର କରି ତୁରନ୍ତ ରାସ୍ତା ନିର୍ମାଣ ଓ…

କେବିକେ ବିକାଶ ଯୋଜନାରୁ ବଞ୍ଚିତ ହେବେ ୪ ପଞ୍ଚାୟତ, ଆନୁଆଲ ଆକ୍ସନ ପ୍ଲାନ୍‌କୁ ନେଇ ଅସନ୍ତୋଷ

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କେବିକେ ବିକାଶ ଯୋଜନାର ଆନୁଆଲ ଆକ୍ସନ ପ୍ଲାନ୍‌କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକର ୧୨ଟି ପଞ୍ଚାୟତ…

ଲାଲୁଙ୍କ ପରିବାରକୁ ବଡ଼ ଝଟକା; IRCTC ମନି ଲଣ୍ଡରିଂ ମାମଲାରେ କୋର୍ଟ କହିଲେ..

ପାଟନା,୧୦।୯: IRCTC ଅର୍ଥ ହେରଫେର (ମନି ଲଣ୍ଡରିଂ) ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର (୧୦…

ଭାରତ ଗସ୍ତ କରିବେ ନାହିଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ; ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଅଂଶଗ୍ରହଣ ନ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦିଆଯାଇଛି।…

୬୫ ବର୍ଷର ରେକର୍ଡ ଭାଙ୍ଗିଲେ ଇଶାନ କିଶାନ: ହାସଲ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୦।୯:ଅଧିନାୟକ ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ ଦଳ ୨୦୨୬ ଦୁଲିପ ଟ୍ରଫି (Duleep Trophy) ବିଜୟୀ ହୋଇଛି। ୧୩ ବର୍ଷର ଦୀର୍ଘ ଅପେକ୍ଷା ପରେ ଦଳ…

ସରକାରଙ୍କ ଋଣ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ନେଇ ପରାମର୍ଶ

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଜିଲା ବ୍ୟାଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri