Posted inUncategorized

ଭତ୍ତା ଟଙ୍କା ଆତ୍ମସାତ୍‌: ୫ଜଣଙ୍କୁ ନିଲମ୍ବନ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ,୨୩।୪: ବଲାଙ୍ଗୀର ମ୍ୟୁନିସିପାଲିଟି ଅଫିସ କର୍ମଚାରୀ କୋଭିଡ୍‌ ମହାମାରୀ ସମୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବାକୁ ନେଇଥିବା ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ଘଟଣା ଏବେ ଅଡିଟ୍‌ ବେଳେ ଧରାପଡିଛି। ଏହି ଘଟଣା ଧରାପଡିବା ପରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତ୍ତେ ରିକଭରି ଆଦେଶ ଦେଇଥିଲେ। ମ୍ୟୁନିସିପାଲିଟିର ୫ ଜଣ କର୍ମଚାରୀ ଟଙ୍କା ରିକଭରି ଦେଇଥିବା ସମ୍ପର୍କରେ ଜାଣିବା ପରେ ଜିଲାପାଳ ଚଞ୍ଚଳ ରାଣା ସେମାନଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିଛନ୍ତି। ପ୍ରାୟ ୩ ବର୍ଷ ତଳର ଏହି ଘଟଣାକୁ ଚପାଇ ଦିଆଯାଇଥିବାବେଳେ ଏବେ ଅଡିଟ୍‌ ସମୟରେ ଖୋଲିଛି ସରକାରୀ ଟଙ୍କା ଆତ୍ମସାତ୍‌ର କଳା କାରମାନା। ତେବେ ଘଟଣା ସମ୍ପର୍କରେ ମୁହଁ ଖୋଲୁନାହାନ୍ତି ନିର୍ବାହୀ ଅଧିକାରୀ।
ମିଳିଥିବା ସୂଚନା ମୁତାବକ ୨୦୨୦-୨୧ କୋଭିଡ୍‌ ମହାମାରୀ ଲକ୍‌ଡାଉନ୍‌ ସମୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଥିଲା। ଲୋକେ ଘର ଭିତରେ ମାସ ମାସ ଧରି ରହିଥିବାରୁ ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ଭତ୍ତାବଣ୍ଟନ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହାକୁ କେତେକ କର୍ମଚାରୀ ସୁଯୋଗ ଭାବି ବହୁ ହିତାଧିକାରୀଙ୍କ ଭତ୍ତାଟଙ୍କା ଆତ୍ମସାତ୍‌ କରିଦେଇଥିଲେ। ୨୦୨୦ ମସିହାରୁ ଏହି ସରକାରୀ ଟଙ୍କା ଆତ୍ମସାତ୍‌ ଘଟଣା ଘଟିସାରିଥିଲେ ମଧ୍ୟ ଏହାକୁ ଚପାଇ ରଖାଯାଇଥିଲା। ପ୍ରାରମ୍ଭିକ ସୂଚନାରୁ ପ୍ରାୟ ୧୨ଲକ୍ଷ ଟଙ୍କା ଆତ୍ମସାତ୍‌ କରାଯାଇଥିବା କୁଆଡେ ଅଡିଟ୍‌ ବେଳେ ଜଣାପଡିଛି। ଦୀର୍ଘ ତିନିବର୍ଷ ପରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟର ଅଡିଟ୍‌ ବେଳେ ଏହି ଘଟଣା ଜଣାପଡିବାରୁ ନିର୍ବାହୀ ଅଧିକାରୀ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ଛାଡି ରିକଭରି କରିବାକୁ କୁଆଡେ ନିର୍ଦ୍ଦେଶ ଦେଇଥିଲେ। ଫଳରେ କର୍ମଚାରୀ ଆଶିଷ ମହାପାତ୍ର ୧ଲକ୍ଷ ୫ଶହ ଟଙ୍କା ଏବଂ ଅଶୋକ କୁମ୍ଭାର ୨୦ ହଜାର ଟଙ୍କା ରିକଭରି ଦେଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ଜିଲାପାଳ ରାଣା ୫ ଜଣ ଦୋଷୀ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଏମାନଙ୍କ ବିରୋଧରେ ବହିଷ୍କାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଘଟଣା ସମ୍ପର୍କରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସାମିରେଡ୍ଡି ଜୟଶ୍ରୀଙ୍କୁ ତାଙ୍କ ମୋବାଇଲ ଫୋନ ନଂ ୯୯୩୭୯୯୫୮୩୫ରେ ଯୋଗାଯୋଗ କରାଯାଇଥିଲା। ରିଂ ହେବା ସତ୍ତ୍ୱେ ସେ ରିସିଭ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri