ଟିକସ ଗଣୁଛନ୍ତି, ସୁବିଧା ମିଳୁନି

ରାଉରକେଲା,୧୭।୩(ଦିନେଶ ମିଶ୍ର)ରାଉରକେଲା ସହରରେ ବ୍ୟବସାୟୀଙ୍କଠାରୁ ଯେଉଁ ପରିମାଣରେ ଟିକସ ଆଦାୟ ହେଉଛି ସେହି ଅନୁସାରେ ମୌଳିକ ସୁବିଧା ସୁଯୋଗ ମିଳୁନି । ଫଳରେ ବ୍ୟବସାୟୀମାନେ ବ୍ୟଧ୍ୟହୋଇ ରାସ୍ତାକଡ଼ରେ ବସି ବ୍ୟବସାୟ କରୁଛନ୍ତି। ଏଭଳି ଦୃଶ୍ୟ ପାନପୋଷ ସ୍ଥିତ ଶୁକ୍ରବାର ହାଟ ଓ କଳିଙ୍ଗ ବିହାର ରାସ୍ତାକଡ଼ରେ ଦେଖିବାକୁ ମିଳିଛି।
ପାନପୋଷ ଓ କଳିଙ୍ଗ ବିହାର ଅଞ୍ଚଳ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନରେ ଯାଉଛି। ଏହି ଅଞ୍ଚଳରେ ସପ୍ତାହର ଶୁକ୍ରବାର ଦିନ ହାଟ ବସିଥାଏ। ଏହି ହାଟକୁ ରାଉରକେଲା ସମେତ ଏହି ହାଟକୁ ନୂଆଗଁା, ବିଶ୍ରା, ବିରକେରା, ଭାଲୁଲତା, ସୋନୁଆ, ବୀରମିତ୍ରପୁର, ଜଲଦା ଅଞ୍ଚଳର ଚାଷୀମାନେ ନିଜ ଉତ୍ପାଦିତ ପରିବା ଆଣି ବିକ୍ରି କରିଥାନ୍ତି। ହାଟକୁ ଆସୁଥିବା ବିଭିନ୍ନ ବ୍ୟବସାୟୀମାନଙ୍କଠାରୁ ଆରଏମ୍‌ସି ୧୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ଟିକସ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ଆରଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କ ପାଇଁ କୌଣସି ପିଣ୍ଡି କି ବିଦ୍ୟୁତ୍‌ ବ୍ୟବସ୍ଥା କରିନାହାନ୍ତି। ଏହି ବ୍ୟବସାୟୀମାନେ ଖୋଲା ଆକାଶ ତଳେ ରାସ୍ତାକଡରେ ବସି ବ୍ୟବସାୟ କରିଥାନ୍ତି। ରାସ୍ତାକଡରେ ପରିବା ହାଟ ଯୋଗୁ ଉକ୍ତ ରାସ୍ତାରେ ବିଭିନ୍ନ ସମୟରେ ପରିବା କିଣିବାକୁ ଆସୁଥିବା ଗ୍ରାହକମାନଙ୍କ ଗାଡି ପାର୍କିଂ ହୋଇଥାଏ। ଫଳରେ ରାସ୍ତା ସଙ୍କୁଚିତ ହେବା ସାଙ୍ଗକୁ ଯାତାୟାତରେ ବାଧା ସୃଷ୍ଟି ହୋଇଥାଏ। ସେହିପରି ପରିବା ହାଟ ଯୋଗୁ ସ୍ଥାୟୀ ଦୋକାନୀମାନେ ହଇରାଣ ହେଉଛନ୍ତି। ଏଠାକାର ସ୍ଥାୟୀ ବ୍ୟବସାୟୀଙ୍କ ଦୋକାନ ସମ୍ମୁଖରେ ପରିବା ବ୍ୟବସାୟୀମାନେ ବସି ଉକ୍ତ ଦୋକାନ ପଥକୁ ଅବରୋଧ କରୁଥିବା ଅଭିଯୋଗ ହୋଇଛି। ହାଟକୁ ଆସୁଥିବା ଚାଷୀମାନଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇନାହିଁ। ଫଳରେ ସେମାନେ ରାଉରକେଲାରୁ ବୀରମିତ୍ରପୁରକୁ ସଂଯୋଗ କରୁଥିବା ରେଳ ଧାରଣା ଉପରେ ଶୌଚ ହେଉଛନ୍ତି। ଆରଏମ୍‌ସି ଏହି ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଟିକସ ଆଦାୟ କରୁଥିଲେ ମଧ୍ୟ ସେମାନଙ୍କ ପାଇଁ ପାନୀୟଜଳ, ବିଜୁଳି, ଶୌଚାଳୟ ଓ କୌଣସି ପିଣ୍ଡି ବ୍ୟବସ୍ଥା କରିନାହିଁ। ଫଳରେ ଖରା, ବର୍ଷା, ଶୀତରେ ବସି ଏହି ବ୍ୟବସାୟୀମାନେ ବ୍ୟବସାୟ କରି ଆରଏମ୍‌ସିକୁ ଟିକସ ଗଣୁଥିବା ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ଆରଏମ୍‌ସି ପକ୍ଷରୁ ଶୁକ୍ରବାର ହାଟ ନିକଟରେ ଆଜିକୁ ୧୦ ବର୍ଷ ତଳେ ୫୦ ଜଣ ବ୍ୟବସାୟୀଙ୍କ ପାଇଁ ପିଣ୍ଡିର ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଉକ୍ତ ପିଣ୍ଡି ଉପରେ ସ୍ଥାନୀୟ ଲୋକେ ନିଜର ଲୁଗାପଟା ଶୁଖାଇବା ସାଙ୍ଗକୁ ଓ ଘରୋଇ ଉପକରଣ ଇଟା, ବାଲି, ଗୋଡି ପକାଇ କବ୍‌ଜା କରି ରଖିଛନ୍ତି। ଏହି ପିଣ୍ଡିକୁ ପୁନରୁଦ୍ଧାର କରିବା ପାଇଁ ବ୍ୟବସାୟୀମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା ବ୍ୟବସାୟୀ ମଙ୍ଗଲୁ କିଷାନ କହିଛନ୍ତି। ଏଥିପ୍ରତି ଆରଏମ୍‌ସି କର୍ତ୍ତୃପକ୍ଷ ଦୃଷ୍ଟିଦେବା ଲାଗି ଦାବି ହେଉଛି। ଏ ନେଇ ଆରଏମ୍‌ସି ଉପଆୟୁକ୍ତ ପଲ୍ଲବୀ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ପାନପୋଷ ଶୁକ୍ରବାର ହାଟରେ ଅବ୍ୟବସ୍ଥା ନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଆଗାମୀ ଦିନରେ ଆମେ ଏନଫୋର୍ସମେଣ୍ଟ ଟିମ୍‌ ପଠାଇ ଉକ୍ତ ଅଞ୍ଚଳର ରାସ୍ତାକଡ଼ରେ ବସୁଥିବା ବ୍ୟବସାୟୀଙ୍କ ସମସ୍ୟା ବିଷୟରେ ବୁଝିବା ପରେ ତୁରନ୍ତ ପଦକ୍ଷେପ ନେବୁ ବୋଲି ନାୟକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?