ପୁଣି ୫ ଦିନିଆ ରିମାଣ୍ଡରେ ପାୟଲ, ବିକାଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଓ ପ୍ରେମିକ ବିକାଶ କୁମାରଙ୍କ ପ୍ରଥମ ପର୍ଯ୍ୟାୟର ରିମାଣ୍ଡ ଅବଧି ଶନିବାର ଶେଷ ହୋଇଛି। ଏହାପରେ କମିଶନରେଟ ପୋଲିସ ଉଭୟଙ୍କୁ କୋର୍ଟରେ ହାଜର କରିଥିଲା। କିନ୍ତୁ ୩ଦିନ ଧରି ଜେରା ସମୟରେ ଏହି ପ୍ରେମୀ ଯୁଗଳଙ୍କ କଥାରେ ତାଳମେଳ ରହି ନ ଥିଲା। ସେମାନେ ଠିକ୍‌ ତଥ୍ୟ ଦେଇ ନ ଥିବା ସନ୍ଦେହ କରି ପୋଲିସ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିଲା। ଉକ୍ତ ଆବେଦନକୁ କୋର୍ଟ ଗ୍ରହଣ କରି ରିମାଣ୍ଡ ଅନୁମତି ଦେଇଛନ୍ତି। ରବିବାରଠାରୁ ଉଭୟଙ୍କର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଆରମ୍ଭ ହେବ। ଠକେଇର ଆଉ କିଛି ନୂଆ ଗୁମର ଖୋଲିବ ବୋଲି ପୋଲିସ ଆଶା ରଖିଛି।
ଅପରପକ୍ଷେ ଅଭିଯୁକ୍ତ ପ୍ରେମିକ ବିକାଶ ପ୍ରେମିକା ପାୟଲଙ୍କ ହ୍ବାଟସ୍‌ଆପ୍‌କୁ ବିଭିନ୍ନ ସମୟରେ ଜାଲ୍‌ ଡକ୍ୟୁମେଣ୍ଟ ପଠାଉଥିଲେ, ଯାହାକି ତାଙ୍କର ମୋବାଇଲ ଫୋନ୍‌ରେ ନ ଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ତେଣୁ ପୋଲିସ ଏହାର ଠିକ୍‌ ତଥ୍ୟ ପାଇବା ଲାଗି ହ୍ବାଟ୍‌ସ୍‌ଆପ୍‌ କମ୍ପାନୀକୁ ଏକ ପତ୍ର ଲେଖିଛି। ଏଥିସହ ବିଭିନ୍ନ ବ୍ୟାଙ୍କ ଖାତା ମଧ୍ୟ ଯାଞ୍ଚ କରାଯାଉଛି। ସେହିଭଳି ଅନ୍‌ଲାଇନ ଗେମ୍‌ରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବା ବିକାଶ ପୋଲିସକୁ କହିଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବିକାଶଙ୍କୁ ମୋବାଇଲ ମାଗିବାବେଳେ ହଜିଯାଇଥିବା କହିଥିଲେ। ସେହିପରି ଉଭୟ ଚେନ୍ନାଇ, ବେଙ୍ଗାଲୁରୁ, ଜମ୍ମୁକଶ୍ମୀର ଆଦି ସ୍ଥାନକୁ ଯାଇ ମଉଜ କରୁଥିବା ଫଟୋ ପୋଲିସ ପାଇଥିଲେ ମଧ୍ୟ ଏତେ ଟଙ୍କା ବୁଲାବୁଲିରେ ଖର୍ଚ୍ଚ କରିଥିବା ପୋଲିସ ସହଜରେ ଗ୍ରହଣ କରିପାରୁନାହିଁ। ଏସବୁ ଦିଗରେ ପୋଲିସ ଖୋଳତାଡ ଜାରି ରଖିଥିବାବେଳେ ଏହି ୫ଦିନିଆ ରିମାଣ୍ଡରେ ସେମାନଙ୍କ ମୁହଁରୁ ସତ ବାହାର କରିବାକୁ ଚେଷ୍ଟା କରିବ ପୋଲିସ।
ସୂଚନାଯୋଗ୍ୟ, ପାୟଲ ଛାତ୍ରୀଛାତ୍ରଙ୍କଠାରୁ ଟ୍ୟୁଶନ ଫି ଓ ଆଡ୍‌ମିଶନ ବାବଦକୁ ଆଦାୟ ହେଉଥିବା ଟଙ୍କାକୁ ବିଶ୍ୱ ବିଦ୍ୟାଳୟ ଆକାଉଣ୍ଟ୍‌ରେ ଜମା ନ କରି ନିଜ ନାମରେ ଥିବା ଏକାଧିକ ଆକାଉଣ୍ଟରେ ଜମା କରୁଥିଲେ। ପରେ ତାହାକୁ ପ୍ରେମିକ ବିକାଶଙ୍କ ପାଖକୁ ଫୋନ ପେ ମାଧ୍ୟମରେ ପଠାଉଥିଲେ। ବାର୍ଷିକ ଅଡିଟ୍‌ରୁ ଟଙ୍କାର ହିସାବ ନ ମିଳିବାରୁ କଲେଜ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ତଦନ୍ତ କରି ପ୍ରଥମେ ପାୟଲଙ୍କୁ ନିଜ ଅଫିସ୍‌ରୁ ଓ ପରେ ବିକାଶଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

୧୮-୧୯ରେ ଜାଳିବ

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ରାଜ୍ୟକୁ ପୁଣି ଫେରିଛି ତାତି। ଆଜି ୨୯ ସହରରେ ଦିନ ତାପମାତ୍ରା ୪୦ରୁ ଅଧିକ ରେକର୍ଡ କରାଯାଇଛି। ସେହିପରି ଆଜି ବାରିପଦା ରାଜ୍ୟର...

ଆସୁଛି ପଶ୍ଚିମା ଝଡ଼, ଏହି ସବୁ ଜିଲାରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୧୬।୪: ରାଜ୍ୟକୁ ପୁଣି ଫେରିଛି ତାତି। ଏହି ସ୍ଥିତି ଆଗକୁ ମଧ୍ୟ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ପ୍ରବଳ...

ମା’ବାପାଙ୍କୁ ହରାଇଥିଲେ, ଚାକିରିରେ ଥାଇ ୟୁପିଏସ୍‌ସି ପ୍ରସ୍ତୁତି; କିଛି ଏଭଳି ଆଇଏଏସ୍‌ ଅନିମେଶଙ୍କ ସଂଘର୍ଷ କାହାଣୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ୨୦୨୩ ୟୁପିଏସ୍‌ସି ପରୀକ୍ଷାଫଳ ପ୍ରକାଶିତ ହୋଇଛି। ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ରଖି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଅନୁଗୋଳ ଜିଲାର...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri