ପୁଣି ୫ ଦିନିଆ ରିମାଣ୍ଡରେ ପାୟଲ, ବିକାଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଓ ପ୍ରେମିକ ବିକାଶ କୁମାରଙ୍କ ପ୍ରଥମ ପର୍ଯ୍ୟାୟର ରିମାଣ୍ଡ ଅବଧି ଶନିବାର ଶେଷ ହୋଇଛି। ଏହାପରେ କମିଶନରେଟ ପୋଲିସ ଉଭୟଙ୍କୁ କୋର୍ଟରେ ହାଜର କରିଥିଲା। କିନ୍ତୁ ୩ଦିନ ଧରି ଜେରା ସମୟରେ ଏହି ପ୍ରେମୀ ଯୁଗଳଙ୍କ କଥାରେ ତାଳମେଳ ରହି ନ ଥିଲା। ସେମାନେ ଠିକ୍‌ ତଥ୍ୟ ଦେଇ ନ ଥିବା ସନ୍ଦେହ କରି ପୋଲିସ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଥିଲା। ଉକ୍ତ ଆବେଦନକୁ କୋର୍ଟ ଗ୍ରହଣ କରି ରିମାଣ୍ଡ ଅନୁମତି ଦେଇଛନ୍ତି। ରବିବାରଠାରୁ ଉଭୟଙ୍କର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଆରମ୍ଭ ହେବ। ଠକେଇର ଆଉ କିଛି ନୂଆ ଗୁମର ଖୋଲିବ ବୋଲି ପୋଲିସ ଆଶା ରଖିଛି।
ଅପରପକ୍ଷେ ଅଭିଯୁକ୍ତ ପ୍ରେମିକ ବିକାଶ ପ୍ରେମିକା ପାୟଲଙ୍କ ହ୍ବାଟସ୍‌ଆପ୍‌କୁ ବିଭିନ୍ନ ସମୟରେ ଜାଲ୍‌ ଡକ୍ୟୁମେଣ୍ଟ ପଠାଉଥିଲେ, ଯାହାକି ତାଙ୍କର ମୋବାଇଲ ଫୋନ୍‌ରେ ନ ଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ତେଣୁ ପୋଲିସ ଏହାର ଠିକ୍‌ ତଥ୍ୟ ପାଇବା ଲାଗି ହ୍ବାଟ୍‌ସ୍‌ଆପ୍‌ କମ୍ପାନୀକୁ ଏକ ପତ୍ର ଲେଖିଛି। ଏଥିସହ ବିଭିନ୍ନ ବ୍ୟାଙ୍କ ଖାତା ମଧ୍ୟ ଯାଞ୍ଚ କରାଯାଉଛି। ସେହିଭଳି ଅନ୍‌ଲାଇନ ଗେମ୍‌ରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିବା ବିକାଶ ପୋଲିସକୁ କହିଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବିକାଶଙ୍କୁ ମୋବାଇଲ ମାଗିବାବେଳେ ହଜିଯାଇଥିବା କହିଥିଲେ। ସେହିପରି ଉଭୟ ଚେନ୍ନାଇ, ବେଙ୍ଗାଲୁରୁ, ଜମ୍ମୁକଶ୍ମୀର ଆଦି ସ୍ଥାନକୁ ଯାଇ ମଉଜ କରୁଥିବା ଫଟୋ ପୋଲିସ ପାଇଥିଲେ ମଧ୍ୟ ଏତେ ଟଙ୍କା ବୁଲାବୁଲିରେ ଖର୍ଚ୍ଚ କରିଥିବା ପୋଲିସ ସହଜରେ ଗ୍ରହଣ କରିପାରୁନାହିଁ। ଏସବୁ ଦିଗରେ ପୋଲିସ ଖୋଳତାଡ ଜାରି ରଖିଥିବାବେଳେ ଏହି ୫ଦିନିଆ ରିମାଣ୍ଡରେ ସେମାନଙ୍କ ମୁହଁରୁ ସତ ବାହାର କରିବାକୁ ଚେଷ୍ଟା କରିବ ପୋଲିସ।
ସୂଚନାଯୋଗ୍ୟ, ପାୟଲ ଛାତ୍ରୀଛାତ୍ରଙ୍କଠାରୁ ଟ୍ୟୁଶନ ଫି ଓ ଆଡ୍‌ମିଶନ ବାବଦକୁ ଆଦାୟ ହେଉଥିବା ଟଙ୍କାକୁ ବିଶ୍ୱ ବିଦ୍ୟାଳୟ ଆକାଉଣ୍ଟ୍‌ରେ ଜମା ନ କରି ନିଜ ନାମରେ ଥିବା ଏକାଧିକ ଆକାଉଣ୍ଟରେ ଜମା କରୁଥିଲେ। ପରେ ତାହାକୁ ପ୍ରେମିକ ବିକାଶଙ୍କ ପାଖକୁ ଫୋନ ପେ ମାଧ୍ୟମରେ ପଠାଉଥିଲେ। ବାର୍ଷିକ ଅଡିଟ୍‌ରୁ ଟଙ୍କାର ହିସାବ ନ ମିଳିବାରୁ କଲେଜ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ତଦନ୍ତ କରି ପ୍ରଥମେ ପାୟଲଙ୍କୁ ନିଜ ଅଫିସ୍‌ରୁ ଓ ପରେ ବିକାଶଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri