Posted inଜାତୀୟ

୩ ଥର ବିବାହ, ଆତ୍ମହତ୍ୟା ଯୋଜନା, ଭାଇଙ୍କ ବିରୋଧରେ ଦଳ; ଗୋଟିଏ ମାଷ୍ଟରଷ୍ଟ୍ରୋକ୍‌ ଯୋଗୁ ପଓ୍ବନ କଲ୍ୟାଣ ବଦଳାଇଦେଲେ ଆନ୍ଧ୍ର ରାଜନୀତି…

ନୂଆଦିଲ୍ଲୀ,୧୪।୬: ଏକ ସମୟରେ ଆନ୍ଧ୍ରପ୍ରଦେଶ ରାଜନୀତିରେ ପଓ୍ବନ କଲ୍ୟାଣଙ୍କ ଦବ୍‌ଦବା ପ୍ରାୟ ଶୂନ ଭଳି ରହିଥିଲା। ତାଙ୍କର ଜନ ସେନା ପାର୍ଟିର ପରିଚୟ ବି ସେତେଟା ନ ଥିଲା। ହେଲେ ଏବେ ସମୟ ବଦଳିଛି। ୨୦୨୪ ନିର୍ବାଚନରେ ତାଙ୍କ ‘ଜେଏସ୍‌ପି’ ଦଳ ଜବରଦସ୍ତ ପ୍ରଦର୍ଶନ କରିଛି, ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପବନ ନୁହନ୍ତି ବରଂ ଝଡ଼ ବୋଲି କହିଛନ୍ତି। ତେବେ ୨୦୨୨ରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ସେ ଚପଲ ଉଠାଇ ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ। ଜଗନମୋହନ ରେଡ୍ଡିଙ୍କ ଦଳର ନେତା ତାଙ୍କୁ ‘ପ୍ୟାକେଜ୍‌ ଷ୍ଟାର’ କହୁଥିଲେ। ଏଣୁ ସେ ଆଉ ଥରେ ଏଭଳି କହିଲେ ଚପଲରେ ପିଟିବେ ବୋଲି କହିଥିଲେ। ଆସନ୍ତୁ ଏହି ନେତାଙ୍କ ବିଷୟରେ ଅଧିକ ଜାଣିବା।
Pawan Kalyan Biography – FILM INFO
୧୯୬୮ରେ ଜନ୍ମିତ ପଓ୍ବନ କଲ୍ୟାଣ ମାତ୍ର ୧୦ମ ଯାଏ ପଢ଼ିଛନ୍ତି। ସେ ୩ ଭାଇଙ୍କ ମଧ୍ୟରେ ସାନ। ତାଙ୍କ ଅସଲ ନାମ କୋନିଡେଲା କଲ୍ୟାଣ ବାବୁ। ମାର୍ଶଲ ଆର୍ଟରେ ସେ ବ୍ଲାକ୍‌ ବେଲ୍ଟ ପାଇଛନ୍ତି। ଏଥିରୁ ହିଁ ତାଙ୍କୁ ଏକ ଟାଇଟଲ୍‌ ‘ପଓ୍ବନ’ ମିଳିଛି। ସେହିଦିନଠାରୁ ସେ ପଓ୍ବନ କଲ୍ୟାଣ ଭାବେ ଖ୍ୟାତ ହୋଇଛନ୍ତି। ଦିନ ଥିଲା ସେ ନିଜର ଡିପ୍ରେଶନ ଏବଂ ଆତ୍ମହତ୍ୟା ବିଷୟରେ କହିଥିଲେ। ଆସ୍ଥମାରେ ପୀଡ଼ିତ ରହୁଥିବା ଯୋଗୁ ତାଙ୍କୁ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ୁଥିଲା। ଏଣୁ ସେ କାହା ସହ ବେଶୀ ମିଶିବାକୁ ସୁଯୋଗ ପାଉ ନ ଥିଲେ। ଏକାକୀପଣ ତାଙ୍କୁ କାବୁ କରିନେଉଥିଲା। ୧୭ ବର୍ଷ ବୟସରେ ପାଠପଢ଼ା ଏବଂ ପରୀକ୍ଷାର ଚିନ୍ତା ମୁଣ୍ଡରେ ପଶିଥିଲା। ଏହାକୁ ନେଇ ସେ ତାଙ୍କ ବଡ଼ ଭାଇଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିବାର ଯୋଜନା କରିଥିଲେ। ହେଲେ ଧିରେ ଧିରେ ସେ ନିଜକୁ ଖାପ ଖୁଆଇବା ଆରମ୍ଭ କରିଥିଲେ। ମାର୍ଶଲ ଆର୍ଟ ଶିଖିଥିଲେ। ଗୀତ ଶିଖିଥିଲେ। ଏସବୁ ତାଙ୍କୁ ଡିପ୍ରେଶନରୁ ବାହାରିବାରେ ସହାୟକ ହୋଇଥିଲା।
Pawan Kalyan Biography: Age, Movies, Marriages, Children, Political Career, Janasena Party
୧୯୯୬ରେ ‘ଅକ୍କଡା ଅମ୍ମାଇ ଇକ୍କଡା ଅବ୍ବାଇ’ ନାମକ ଫିଲ୍ମରୁ ସେ ଡେବ୍ୟୁ କରିଥିଲେ। ୧୯୯୯ରେ ଆସିଥିଲା ‘ଟୋଲି ପ୍ରେମା’ ତାଙ୍କୁ ପରିଚିତ କରାଇଥିଲା। ୨୦୦୨ରେ ‘ଖୁସି’ ଫିଲ୍ମ ପରଠାରୁ ସେ ବକ୍ସଅଫିସରେ ହିଟ୍‌ ଫିଲ୍ମ ଦେଇ ଆସୁଛନ୍ତି। ମେଗା ଷ୍ଟାର ଚିରଞ୍ଜିବୀଙ୍କ ଭାଇ ହୋଇଥିବାରୁ ତାଙ୍କୁ ଅନେକ ଲାଭ ମଧ୍ୟ ମିଳିଥିଲା।
Pawan Kalyan's Depression Story: When Actor Tried To Kill Himself With His Brother Chiranjeevi's Gun
୨୦୦୮ରେ ଚିରଞ୍ଜିବୀ ରାଜନୀତିକୁ ଆସିଥିଲେ। ସେ ପ୍ରଜା ରାଜ୍ୟମ ପାର୍ଟି କରିଥିଲେ। ଏହାର ୟୁଇ୍‌ ଓ୍ବିଙ୍ଗ ଯୁବରାଜ୍ୟମର ଅଧ୍ୟକ୍ଷ ଭାଇ ପଓ୍ବନ କଲ୍ୟାଣଙ୍କୁ କରିଥିଲେ। ହେଲେ ସେତେବେଳେ ପଓ୍ବନ କେବଳ ପ୍ରଚାର କରୁଥିଲେ। ୨୦୧୧ରେ ଚିରଞ୍ଜିବୀ କଂଗ୍ରେସରେ ଦଳକୁ ବିଲୟ କରିଥିଲେ। ଏହାକୁ ପସନ୍ଦ କରି ନ ଥିଲେ ପଓ୍ବନ କଲ୍ୟାଣ। କିଛି ଦିନ ପରେ ସେ ରାଜନୀତି ଛାଡ଼ି ଦେଇଥିଲେ।
Pawan Kalyan Prized Possessions: From A Bungalow Worth 12 Crores To A Fleet Of Cars Worth 3 Crores, Bheemla Nayak Actor Lives A Dreamy Life!
ମୃଦୁ ପାନୀୟ ବିଜ୍ଞାପନ ଛାଡ଼ି ଦେଇ ସେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। କମ୍ପାନୀ ତାଙ୍କୁ ଶାହାରୁଖ ଖାନଙ୍କଠାରୁ ଅଧିକ ଟଙ୍କା ଯାଚିଥିଲେ ହେଁ ଲୋକଙ୍କ ସ୍ବାସ୍ଥ୍ୟପ୍ରତି ଠିକ୍‌ ନ ଥିବା ଦର୍ଶାାଇ ‘ମୋ ପାଇଁ ଟଙ୍କାଠାରୁ ମୋ ବିଶ୍ୱାସ’ ବଡ଼ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲେ।
When Renu Desai Opened Up About Her Relationship & Divorce With Ex-Husband Pawan Kalyan; 'He Was Like Friend' - Filmibeat
ବ୍ୟକ୍ତିଗତ ଜୀବନ ଦେଖିଲେ ପଓ୍ବନ କଲ୍ୟାଣ ୩ ବିବାହ କରିଛନ୍ତି। ପ୍ରଥମେ ସେ ନନ୍ଦିନୀଙ୍କୁ ବିବାହ କରିଥିଲେ। ହେଲେ ୨୦୦୧ରେ ଦୁହିଁଙ୍କ ବାଟ ଅଲଗା ହୋଇଥିଲା। ଏହାପରେ ପଓ୍ବନ କୋ ଷ୍ଟାର ରେଣୁ ଦେଶାଇଙ୍କ ସହ ଲିଭ୍‌ ଇନ୍‌ରେ ରହିଥିଲେ। ଏହି ସମୟରେ ନନ୍ଦିନୀ ତାଙ୍କ ଉପରେ ଦୁଇଟି ବିବାହ କରିଥିବା ଅଭିଯୋଗ କରି ମାମଲା କରିଥିଲେ। ୨୦୦୮ରେ ବିଧିବଦ୍ଧ ଛାଡ଼ପତ୍ର ହୋଇଥିଲା। ୮ ବର୍ଷ ଧରି  ଲିଭ୍‌ ଇନ୍‌ରେ ରହିବା ପରେ ସେ ରେଣୁଙ୍କୁ ବିବାହ କରିଥିଲେ। ୨୦୧୦ରେ ତାଙ୍କ ଝିଅ ଜନ୍ମ ହୋଇଥିଲା। ଏହାର ୨ ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ।
Pawan Kalyan Wife Anna Lezhneva Biography: Age, Career, Family, Religion, Love Story, Kids, Networth, Interesting Facts, Photos
୨୦୨୪ ନିର୍ବାଚନ ସମୟରେ ତାଙ୍କ ତୃତୀୟ ପତ୍ନୀ ଏନ୍ନା ଲେଜନେବା ଚର୍ଚ୍ଚାକୁ ଆସିଥିଲେ। ପଓ୍ବନ ତାଙ୍କୁ ୨୦୧୩ରେ ବିବାହ କରିଥିଲେ। ରୁଷୀୟ ମଡେଲ ଏନ୍ନା ଅଭିନେତାଙ୍କ ସହ ଫିଲ୍ମ ‘ତିନ ମାର୍‌’ରେ କାମ କରିଥିଲେ। ଏଠାରୁ ପ୍ରେମରେ ପଡ଼ିବା ପରେ ଦୁହେଁ ବିବାହ କରିଥିଲେ। ଉଭୟଙ୍କ ଏକ ପୁଅ ଏବଂ ଏକ ଝିଅ ଅଛି।
Pawan Kalyan Biography: Movies, Photos, Videos, News, Biography & Birthday
ପରିବାରକୁ କିଛି ଦିନ ସମର୍ଥନ ଦେବା ପରେ ରାଜନୀତିକୁ ଫେରିଥିଲେ ପଓ୍ବନ କଲ୍ୟାଣ। ୨୦୧୪ ନିର୍ବାଚନରେ ନିଜ ଦଳ କରିଥିଲେ। ସେ ଭାଜପା ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସେତେବେଳେ ଭାଇ ଚିରଞ୍ଜିବୀ କଂଗ୍ରେସକୁ ସମର୍ଥନ ଦେଉତିଲେ। ଏମିତିରେ ସେ ତାଙ୍କ ଭାଇଙ୍କ ବିରୋଧରେ ଚାଲିଯାଇଥିଲେ। ଏହାପରେ ଆନ୍ଧ୍ରପ୍ରଦେଶରେ ଟିଡିବି ଏବଂ ଭାଜପା ମେଣ୍ଟ ପାଇଁ ପ୍ରଚାର କରିଥିଲେ। ହେଲେ କିଛି ବର୍ଷ ପରେ ସେ ଟିଡିପି ସରକାର ବିରୋଧରେ ଧାରଣା ଦେଇଥିଲେ। ୨୦୧୯ରେ ସମସ୍ତ ଆସନରେ ପ୍ରାର୍ଥୀ ରଖିଥିଲେ। ହେଲେ ଗୋଟିଏରେ ବିଜେତା ହୋଇଥିଲେ। ନିଜେ ଦୁଇ ଦୁଇଟି ଆସନରୁ ପରାଜିତ ହୋଇଥିଲେ।
Pawan Kalyan Biography: Movies, Photos, Videos, News, Biography & Birthday
ହେଲେ ୨୦୨୪ ନିର୍ବାଚନରେ ସବୁକିଛି ବଦଳି ଯାଇଥିଲା। ଆନ୍ଧ୍ର ରାଜନୀତିରେ ୩ ଜାତିଙ୍କ ଦବ୍‌ଦବା ରହିଛି। ରେଡ୍ଡି, କପୁ, କମ୍ମା। ପ୍ରଥମରେ ରେଡ୍ଡିଙ୍କ ହାତରେ ଶାସନ ରହିଥିଲା। ପରେ କମ୍ମା ସମୁଦାୟ ହାତକୁ ଯାଇଥିଲା। ଚିରଞ୍ଜିବି କମ୍ମା ସମୁଦାୟଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥିଲେ। ହେଲେ ପାରି ନ ଥିଲେ। ଶେଷରେ ପଓ୍ବନ କଲ୍ୟାଣ  ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହ ହାତ ମିଶାଇଥିଲେ। ନାଇଡୁ କମ୍ମା ଏବଂ ପଓ୍ବନ କପୁ । ଏଣୁ ଉଭୟ ଜାତିର ଭୋଟର୍‌ ଏକାଠି ଆସିଥିଲେ। ଆନ୍ଧ୍ରପ୍ରଦେଶରେ ଟିଡିପି-ଭାଜପା-ଜେଏସ୍‌ପିର ଏନ୍‌ଡିଏ ମେଣ୍ଟ ସରକାର ହୋଇଛି। ପଓ୍ବନ କଲ୍ୟାଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ମିଳିଛି।

Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

ଦାରିଙ୍ଗବାଡ଼ିରେ ବଢୁଛି ଲୁଟ୍‌, ଗୋଟିଏ ଘଟଣାରେ ୨ ଗିରଫ, ଆଉ ୩ ଘଟଣାରେ ପୋଲିସ ହାତଖାଲି

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ…

ଗୁପ୍ତରେ ବିବାହ କଲେ KKRର ଅଲରାଉଣ୍ଡର, ଟିଭି ଅଭିନେତ୍ରୀଙ୍କ ହାତ ଧରିଲେ…

ନୂଆଦିଲ୍ଲୀ,୮।୮: କ୍ରିକେଟର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କର ତାଲିକା ବହୁତ ଲମ୍ବା, ଏବଂ ଏବେ ଏଥିରେ ଆଉ ଏକ ନାମ ଯୋଡି ହୋଇଛି। ପ୍ରଶ୍ନର ସମ୍ମୁଖୀନ…

Mettle Meet 2026: ଫାଇନାଲରେ ଜୁନିଅର ୮ ଟିମ୍‌, ଆସନ୍ତାକାଲି ମହାମୁକାବିଲା

ଭୁବନେଶ୍ୱର,୮ା୮: ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ଜୁନିଅର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଗ୍ରାଣ୍ଡ ଫିନାଲେ ପାଇଁ ଚୂଡ଼ାନ୍ତ ହୋଇଛି…

‘ପାକିସ୍ତାନୀମାନେ ଭାରତୀୟଙ୍କ ଶତ୍ରୁ ନୁହଁନ୍ତି,’ ଏମିତି କହି ଚର୍ଚ୍ଚାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ,୮।୮: ଭାରତ-ପାକିସ୍ତାନ ସମ୍ପର୍କ ଉଲ୍ଲେଖ କରିବା ସାଧାରଣତଃ ଉତ୍ତେଜନା, ସୀମା ବିବାଦ ଏବଂ ଶତ୍ରୁତାର ଚିତ୍ର ସୃଷ୍ଟି କରେ। ଏହା ମଧ୍ୟରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri