‘ଅକ୍ଷର’ ପାଇଁ ବାଟ ଫିଟିଲା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବହୁ ଆଲୋଚନା ପରେ ୪ର୍ଥ ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ ହେବା ନେଇ ମଙ୍ଗଳବାର ନିଷ୍ପତ୍ତି ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ପୁସ୍ତକ ମେଳା ହେବ। ଏନେଇ ରାଜଧାନୀ ପୁସ୍ତକ ମେଳା କମିଟି ସମ୍ପାଦକ ଉପେନ୍ଦ୍ର କୁମାର ଜେନା କହିଛନ୍ତି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂହ ଓ ସଚିବ କବୀନ୍ଦ୍ର କୁମାରଙ୍କ ସହ ଆଲୋଚନା ହୋଇଥିଲା। ସେମାନେ ପୂର୍ବ ନିର୍ଦ୍ଧାରିତ ଡିସେମ୍ବର ୯ରୁ ୧୮ପର୍ଯ୍ୟନ୍ତ ରାଜ୍ୟ ପୁସ୍ତକ ମେଳା ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି। ଡଟ୍‌ଫେଷ୍ଟ ପାଇଁ ୨୦୦ବର୍ଗ ଫୁଟ ଛାଡ଼ି ଦିଆଯିବ, ଫଳରେ ପୁସ୍ତକ ମେଳା କିମ୍ବା ଡଟ୍‌ଫେଷ୍ଟ ପାଇଁ କୌଣସି ବାଧା ଉପୁଜିବ ନାହିଁ। ଏହି ଆଲୋଚନାରେ ଭାସ୍କର ଜେନା, ବିଦୁଭୂଷଣ ପଟ୍ଟନାୟକ ଓ ରମେଶ ସ୍ବାଇଁ ମଧ୍ୟ ଉପସ୍ଥିତ ଥିଲେ। ତେବେ ସଂସ୍କୃତି ବିଭାଗର କୌଣସି ଅଧିକାରୀ ଏହି ଆଲୋଚନାରେ ଉପସ୍ଥିତ ନ ଥିଲେ।
ପୁସ୍ତକମେଳା ବାତିଲ ହେବାର ସମ୍ଭାବନା ନେଇ ଶନିବାର ଖବର ପ୍ରକାଶ ପାଇଥିଲା। ବିଶ୍ବ ହକି କପ୍‌ ଆୟୋଜନ ସମୟରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଉତ୍ସବ ଡଟ୍‌ ଫେଷ୍ଟ ପାଇଁ ପ୍ରଦର୍ଶନୀ ପଡ଼ିଆ ନିଆଯାଉଥିବାରୁ ସେଠାରେ ନିର୍ଦ୍ଧାରିତ ସମୟରେ ପୁସ୍ତକମେଳା ହୋଇପାରିବ ନାହିଁ ବୋଲି ଇଡ୍‌କୋ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏହା ଜଣାପଡ଼ିବା ପରେ ରାଜ୍ୟର ପ୍ରକାଶକ, ପୁସ୍ତକ ବିକ୍ରେତା, ଲେଖକ ଓ ପାଠକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁସ୍ତକମେଳା ଆୟୋଜନ ଦାୟିତ୍ୱ ନେଇଥିବା କମିଟି ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଥିଲା। ଡଟ୍‌ ଫେଷ୍ଟ ବିଡିଏ ଆୟୋଜନ କରୁଥିବାବେଳେ ନିର୍ଦ୍ଧାରିତ ସମୟ ଅବଧି ପାଇଁ ପଡ଼ିଆ ଛାଡ଼ିବାକୁ ମେଳା ଆୟୋଜନ କମିଟି ବିଡିଏ ଉପାଧ୍ୟକ୍ଷ ବଳବନ୍ତ ସିଂହଙ୍କୁ ଅନୁରୋଧ ପତ୍ର ଦେଇଥିଲେ। ସୋମବାର ଏନେଇ ବିଡିଏ କର୍ତ୍ତୃପକ୍ଷଙ୍କ ସହ ମେଳା କମିଟିର ଦୁଇ ଥର ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ମଙ୍ଗଳବାର ପୁଣି ବୈଠକ ବସି ସମାଧାନର ସୂତ୍ର ବାହାରିଥିଲା। ସର୍ତ୍ତମୂଳକ ଭାବେ ପୁସ୍ତକମେଳା ପାଇଁ ପଡ଼ିଆ ଛାଡ଼ିବାକୁ ବିଡିଏ କର୍ତ୍ତୃପକ୍ଷ ରାଜି ହୋଇଥିଲେ। ଡିସେମ୍ବର ୧୮ରେ ପୁସ୍ତକମେଳା ଶେଷ ହେଉଥିବାବେଳେ ଡିସେମ୍ବର ୨୦ସୁଦ୍ଧା ମେଳା ଭାଙ୍ଗି ପଡ଼ିଆ ହସ୍ତାନ୍ତର କରିବାକୁ ବିଡିଏ ଦେଇଥିବା ସର୍ତ୍ତକୁ ମେଳା କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ପରେ ପ୍ରକାଶକ, ଲେଖକ ଓ ପାଠକ ସମାଜରେ ଖୁସିର ଲହରୀ ଖେଳିଯାଇଛି। କଥାଶିଳ୍ପୀ ତଥା ପ୍ରକାଶନ ସଂସ୍ଥାନ ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଦୀର୍ଘ ଦୁଇବର୍ଷ ଧରି ପୁସ୍ତକମେଳା ବନ୍ଦ ଥିବାବେଳେ ଏଥର ମେଳା ବିପୁଳ ସମର୍ଥନ ଓ ସଫଳତା ପାଇବ ବୋଲି ସେ ଆଶା କରିଛନ୍ତି। ଏଥିସହ ବିଡିଏ କର୍ତ୍ତୃପକ୍ଷ ଓ ଆୟୋଜନ କମିଟିକୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପଟେ ସରକାର ସଂସ୍କୃତି ବିଭାଗର ସ୍ଥାଣୁତା ଭାଙ୍ଗିବା ସହ ପୁସ୍ତକମେଳା ଆୟୋଜନ ପଛରେ ହୋଇଥିବା ବିଭ୍ରାଟ, ଅର୍ଥ ତୋସରପାତ ଓ ପ୍ରିୟାପ୍ରୀତି ତୋଷଣର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ପଣ୍ଡା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri