ଜନସମ୍ପର୍କ ବାହାନାରେ ଶକ୍ତି ପ୍ରଦର୍ଶନ

ପୁରୀ ଅଫିସ, ୧୬ା୧୧: ବିଜେଡି ପକ୍ଷରୁ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ମଙ୍ଗଳବାର ଶେଷ ହୋଇଛି। ଏହିକ୍ରମରେ ଶେଷ ଦିନରେ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳର ଜିଲା ସଭାପତି ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ଏକ ଜନସମ୍ପର୍କ ପଦଯାତ୍ରା କରାଯାଇଛି। ଏହି ପଦଯାତ୍ରା ନରେନ୍ଦ୍ରକୋଣସ୍ଥିତ ବିଜେଡି କାର୍ଯ୍ୟାଳୟଠାରୁ ବାହାରି ଗୁଣ୍ଡିଚା ମନ୍ଦିରସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ପହଞ୍ଚତ୍ଥିଲା। ଏହାପରେ ସେଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଛି। ହେଲେ ପୁରୀ ନିର୍ବାଚନମଣ୍ଡଳୀରେ କରାଯାଇଥିବା ଏହି ଜନସମ୍ପର୍କ ପଦଯାତ୍ରା ପ୍ରଥମ ନୁହେଁ। ଏହା ପୂର୍ବରୁ ଗତ ୧ତାରିଖରେ ବିଜେଡିର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା। ଉକ୍ତ ପଦଯାତ୍ରା ଶୁଭାଶିଷଙ୍କ ନେତୃତ୍ୱରେ ହୋଇଥିବା ବେଳେ ସେଥିରେ ବହୁ ବରିଷ୍ଠ ନେତା ଓ କର୍ମୀମାନେ ମଧ୍ୟ ଯୋଗଦେଇଥିଲେ। ତାଙ୍କ ପଦଯାତ୍ରା ଜଗନ୍ନାଥଙ୍କ ମନ୍ଦିର ନିକଟରୁ ବାହାରି ମୁକ୍ତାକାଶ ରଙ୍ଗମଞ୍ଚରେ ଶେଷ ହୋଇଥିଲା। ହେଲେ ସେହି ପଦଯାତ୍ରାରେ ଜିଲା ସଭାପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ନ ଥିଲେ। ତେବେ ପ୍ରଥମେ ଶୁଭାଶିଷ ଏବଂ ଏବେ ମହେଶ୍ୱର ପଦଯାତ୍ରା କରିବାକୁ ନେଇ ପୁରୀ ଜିଲା ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। କର୍ମୀ ମହଲରେ ମଧ୍ୟ ଏହାକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି। ବିଗତ ଦିନରେ ପୁରୀ ନିର୍ବାଚନମଣ୍ଡଳୀରେ ବିନା ମହେଶ୍ୱରରେ ସମାନ୍ତରାଳ ଦଳୀୟ କାର୍ଯ୍ୟକ୍ରମ କେବେ ହେଲେ ଦେଖିବାକୁ ମିଳୁ ନ ଥିଲା, ଯାହା ଏବେ ଦେଖିବାକୁ ମିଳୁଛି ବୋଲି ଜନସମ୍ପର୍କ ପଦଯାତ୍ରା ସମୟରେ ଆଲୋଚନାର ବିଷୟବସ୍ତୁ ପାଲଟିଥିଲା। ଅନ୍ୟପଟେ ପୁରୀ ଏମ୍‌ପି ପିନାକୀ ମିଶ୍ର ଉଭୟ ଶୁଭାଶିଷ ଏବଂ ମହେଶ୍ୱର କାହାରି ପଦଯାତ୍ରାରେ ନ୍ଦ୍‌ସାମିଲ ହୋଇ ନ ଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇଥିବା ପୁରୀ ସଦରର ଜଣେ ଆଗ ଧାଡିର ନେତାଙ୍କ କହିବାନୁଯାୟୀ, ଏମ୍‌ପିଙ୍କ ସହ ନିକଟରେ ଏକ ସାଙ୍ଗଠନିକ ଦାୟିତ୍ୱ ବଣ୍ଟାକୁ ନେଇ ମହେଶ୍ୱରଙ୍କ ମତଭେଦ ସୃଷ୍ଟି ହୋଇଥିଲା। ଏହାସହ ଶୁଭାଶିଷଙ୍କ ପଦଯାତ୍ରାରେ ଯୋଗଦେଲେ କାଳେ ମହେଶ୍ୱରଙ୍କ ଗୋଷ୍ଠୀର ଲୋକମାନେ ପ୍ରତିକ୍ରିୟାଶୀଳ ହେବେ ସେଥିଲାଗି ଉଭୟଙ୍କ କାର୍ଯ୍ୟକ୍ରମରୁ ପିନାକୀ ନିଜକୁ ଦୂରେଇ ରଖିଛନ୍ତି। ସେପଟେ ମହେଶ୍ୱର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ଜନହିତକର ଲୋକାଭିମୁଖୀ ଯୋଜନାଗୁଡିକ ରାଜ୍ୟରେ କିପରି ସଫଳ ରୂପାୟନ ହୋଇଛି ତାହାର ବାର୍ତ୍ତା ଘରେ ଘରେ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ପହଞ୍ଚାଯାଇଛି। ତେବେ ଶୁଭାଶିଷ ଏବେ ପୁରୀ ଆସନରୁ ଟିକେଟ ପାଇବା ନେଇ ଆଶାୟୀ ଅଛନ୍ତି। ଅନ୍ୟପଟେ ସେ ପ୍ରତ୍ୟେକ ଦିନ ବିଜେଡି ସାଙ୍ଗଠନିକ କାର୍ଯ୍ୟକ୍ରମ କରି ନିଜର ଶକ୍ତି ବଢାଇବାରେ ଲାଗିଛନ୍ତି। ବିଜେଡିରେ ଏବେ ଯୁବ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ମିଳୁଥିବା ବେଳେ ଆଗକୁ ପୁରୀ ନିର୍ବାଚନମଣ୍ଡଳୀ ନେତୃତ୍ୱ କାହାକୁ ମିଳିବ ତାକୁ ନେଇ ଦଳୀୟ କର୍ମୀ ସନ୍ଦେହ ଭିତରେ ରହିଛନ୍ତି।
ଏ ନେଇ ପୁରୀ ଏମ୍‌ପିଙ୍କ ପ୍ରତିନିଧି ଘନଶ୍ୟାମ ମର୍ଦ୍ଦରାଜ କହିଛନ୍ତି, କିଛି ଗଣମାଧ୍ୟମ ସଂସ୍ଥା ଓ ବିରୋଧୀ ଗୋଷ୍ଠୀ ବିଜେଡି ଲୋକପ୍ରିୟତାକୁ ସହି ନ ପାରି ବିଜେଡିରେ ଫାଟ ଥିବା ନେଇ ପ୍ରଚାର କରୁଛନ୍ତି। ଏଭଳି ପ୍ରଚାର କରିବା ଏକ ଲଜ୍ଜ୍ୟାଜନକ କଥା। ତେବେ ବିଜେଡିରେ କୌଣସି ଫାଟ ବା ବିବାଦ ନାହିଁ ବୋଲି ଏମ୍‌ପି ପ୍ରତିନିଧି ମର୍ଦ୍ଦରାଜ କହିଛନ୍ତି। ସେହିପରି ପୂର୍ବତନ ନଗରପାଳ ଗୌରହରି ପ୍ରଧାନ କହିଛନ୍ତି, ମଙ୍ଗଳବାର ଯେଉଁ ରାଲି ହୋଇଛି ତାହା ବିଜେଡି ଜିଲା ସଭାପତିଙ୍କ ନେତୃତ୍ୱରେ ହୋଇଛି। ଶୁଭାଶିଷଙ୍କ ନେତୃତ୍ୱରେ ଯୁବ ଜନତା ଦଳର ହୋଇଥିଲା, ମଙ୍ଗଳବାର ମହେଶ୍ୱରଙ୍କ ନେତୃତ୍ୱରେ ବରିଷ୍ଠ ବିଜେଡିର ରାଲି ହୋଇଥିଲା। ତେବେ ୨ଟି ରାଲି ପୁରୀରେ ଗୋଟିଏ ଦଳ ପକ୍ଷରୁ କରାଗଲେ ତାହାକୁ ନେଇ ସାଧାରଣ ଲୋକ ଯାହା କହିବେ, ସେଥିରେ କିଛି ଅସୁବିଧା ନାହିଁ। ତେବେ ବିଜେଡିରେ କୌଣସି ଫାଟନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri