ଜନସମ୍ପର୍କ ବାହାନାରେ ଶକ୍ତି ପ୍ରଦର୍ଶନ

ପୁରୀ ଅଫିସ, ୧୬ା୧୧: ବିଜେଡି ପକ୍ଷରୁ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ମଙ୍ଗଳବାର ଶେଷ ହୋଇଛି। ଏହିକ୍ରମରେ ଶେଷ ଦିନରେ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳର ଜିଲା ସଭାପତି ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ଏକ ଜନସମ୍ପର୍କ ପଦଯାତ୍ରା କରାଯାଇଛି। ଏହି ପଦଯାତ୍ରା ନରେନ୍ଦ୍ରକୋଣସ୍ଥିତ ବିଜେଡି କାର୍ଯ୍ୟାଳୟଠାରୁ ବାହାରି ଗୁଣ୍ଡିଚା ମନ୍ଦିରସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ପହଞ୍ଚତ୍ଥିଲା। ଏହାପରେ ସେଠାରେ ଏକ ସମାବେଶ ଅନୁଷ୍ଠିତ ହୋଇଛି। ହେଲେ ପୁରୀ ନିର୍ବାଚନମଣ୍ଡଳୀରେ କରାଯାଇଥିବା ଏହି ଜନସମ୍ପର୍କ ପଦଯାତ୍ରା ପ୍ରଥମ ନୁହେଁ। ଏହା ପୂର୍ବରୁ ଗତ ୧ତାରିଖରେ ବିଜେଡିର ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା। ଉକ୍ତ ପଦଯାତ୍ରା ଶୁଭାଶିଷଙ୍କ ନେତୃତ୍ୱରେ ହୋଇଥିବା ବେଳେ ସେଥିରେ ବହୁ ବରିଷ୍ଠ ନେତା ଓ କର୍ମୀମାନେ ମଧ୍ୟ ଯୋଗଦେଇଥିଲେ। ତାଙ୍କ ପଦଯାତ୍ରା ଜଗନ୍ନାଥଙ୍କ ମନ୍ଦିର ନିକଟରୁ ବାହାରି ମୁକ୍ତାକାଶ ରଙ୍ଗମଞ୍ଚରେ ଶେଷ ହୋଇଥିଲା। ହେଲେ ସେହି ପଦଯାତ୍ରାରେ ଜିଲା ସଭାପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ନ ଥିଲେ। ତେବେ ପ୍ରଥମେ ଶୁଭାଶିଷ ଏବଂ ଏବେ ମହେଶ୍ୱର ପଦଯାତ୍ରା କରିବାକୁ ନେଇ ପୁରୀ ଜିଲା ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। କର୍ମୀ ମହଲରେ ମଧ୍ୟ ଏହାକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି। ବିଗତ ଦିନରେ ପୁରୀ ନିର୍ବାଚନମଣ୍ଡଳୀରେ ବିନା ମହେଶ୍ୱରରେ ସମାନ୍ତରାଳ ଦଳୀୟ କାର୍ଯ୍ୟକ୍ରମ କେବେ ହେଲେ ଦେଖିବାକୁ ମିଳୁ ନ ଥିଲା, ଯାହା ଏବେ ଦେଖିବାକୁ ମିଳୁଛି ବୋଲି ଜନସମ୍ପର୍କ ପଦଯାତ୍ରା ସମୟରେ ଆଲୋଚନାର ବିଷୟବସ୍ତୁ ପାଲଟିଥିଲା। ଅନ୍ୟପଟେ ପୁରୀ ଏମ୍‌ପି ପିନାକୀ ମିଶ୍ର ଉଭୟ ଶୁଭାଶିଷ ଏବଂ ମହେଶ୍ୱର କାହାରି ପଦଯାତ୍ରାରେ ନ୍ଦ୍‌ସାମିଲ ହୋଇ ନ ଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇଥିବା ପୁରୀ ସଦରର ଜଣେ ଆଗ ଧାଡିର ନେତାଙ୍କ କହିବାନୁଯାୟୀ, ଏମ୍‌ପିଙ୍କ ସହ ନିକଟରେ ଏକ ସାଙ୍ଗଠନିକ ଦାୟିତ୍ୱ ବଣ୍ଟାକୁ ନେଇ ମହେଶ୍ୱରଙ୍କ ମତଭେଦ ସୃଷ୍ଟି ହୋଇଥିଲା। ଏହାସହ ଶୁଭାଶିଷଙ୍କ ପଦଯାତ୍ରାରେ ଯୋଗଦେଲେ କାଳେ ମହେଶ୍ୱରଙ୍କ ଗୋଷ୍ଠୀର ଲୋକମାନେ ପ୍ରତିକ୍ରିୟାଶୀଳ ହେବେ ସେଥିଲାଗି ଉଭୟଙ୍କ କାର୍ଯ୍ୟକ୍ରମରୁ ପିନାକୀ ନିଜକୁ ଦୂରେଇ ରଖିଛନ୍ତି। ସେପଟେ ମହେଶ୍ୱର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ଜନହିତକର ଲୋକାଭିମୁଖୀ ଯୋଜନାଗୁଡିକ ରାଜ୍ୟରେ କିପରି ସଫଳ ରୂପାୟନ ହୋଇଛି ତାହାର ବାର୍ତ୍ତା ଘରେ ଘରେ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ପହଞ୍ଚାଯାଇଛି। ତେବେ ଶୁଭାଶିଷ ଏବେ ପୁରୀ ଆସନରୁ ଟିକେଟ ପାଇବା ନେଇ ଆଶାୟୀ ଅଛନ୍ତି। ଅନ୍ୟପଟେ ସେ ପ୍ରତ୍ୟେକ ଦିନ ବିଜେଡି ସାଙ୍ଗଠନିକ କାର୍ଯ୍ୟକ୍ରମ କରି ନିଜର ଶକ୍ତି ବଢାଇବାରେ ଲାଗିଛନ୍ତି। ବିଜେଡିରେ ଏବେ ଯୁବ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ମିଳୁଥିବା ବେଳେ ଆଗକୁ ପୁରୀ ନିର୍ବାଚନମଣ୍ଡଳୀ ନେତୃତ୍ୱ କାହାକୁ ମିଳିବ ତାକୁ ନେଇ ଦଳୀୟ କର୍ମୀ ସନ୍ଦେହ ଭିତରେ ରହିଛନ୍ତି।
ଏ ନେଇ ପୁରୀ ଏମ୍‌ପିଙ୍କ ପ୍ରତିନିଧି ଘନଶ୍ୟାମ ମର୍ଦ୍ଦରାଜ କହିଛନ୍ତି, କିଛି ଗଣମାଧ୍ୟମ ସଂସ୍ଥା ଓ ବିରୋଧୀ ଗୋଷ୍ଠୀ ବିଜେଡି ଲୋକପ୍ରିୟତାକୁ ସହି ନ ପାରି ବିଜେଡିରେ ଫାଟ ଥିବା ନେଇ ପ୍ରଚାର କରୁଛନ୍ତି। ଏଭଳି ପ୍ରଚାର କରିବା ଏକ ଲଜ୍ଜ୍ୟାଜନକ କଥା। ତେବେ ବିଜେଡିରେ କୌଣସି ଫାଟ ବା ବିବାଦ ନାହିଁ ବୋଲି ଏମ୍‌ପି ପ୍ରତିନିଧି ମର୍ଦ୍ଦରାଜ କହିଛନ୍ତି। ସେହିପରି ପୂର୍ବତନ ନଗରପାଳ ଗୌରହରି ପ୍ରଧାନ କହିଛନ୍ତି, ମଙ୍ଗଳବାର ଯେଉଁ ରାଲି ହୋଇଛି ତାହା ବିଜେଡି ଜିଲା ସଭାପତିଙ୍କ ନେତୃତ୍ୱରେ ହୋଇଛି। ଶୁଭାଶିଷଙ୍କ ନେତୃତ୍ୱରେ ଯୁବ ଜନତା ଦଳର ହୋଇଥିଲା, ମଙ୍ଗଳବାର ମହେଶ୍ୱରଙ୍କ ନେତୃତ୍ୱରେ ବରିଷ୍ଠ ବିଜେଡିର ରାଲି ହୋଇଥିଲା। ତେବେ ୨ଟି ରାଲି ପୁରୀରେ ଗୋଟିଏ ଦଳ ପକ୍ଷରୁ କରାଗଲେ ତାହାକୁ ନେଇ ସାଧାରଣ ଲୋକ ଯାହା କହିବେ, ସେଥିରେ କିଛି ଅସୁବିଧା ନାହିଁ। ତେବେ ବିଜେଡିରେ କୌଣସି ଫାଟନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କ ଉପରେ ମାଡ଼ିଗଲା ଚିପ୍ସ ବୋଝେଇ ହାଇୱା

ଦେଓଗାଁ,୧୦।୫(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଦେଓଗାଁ କଲେଜ ଛକରେ ଶୁକ୍ରବାର ଏକ ହାଇୱା ଚାପାରେ ଜଣେ ସାଇକେଲ ଆରୋହୀଙ୍କ ଶୁକ୍ରବାର ମୃତ୍ୟୁ...

ନାମାଙ୍କନପତ୍ର ଦାଖଲ ବେଳେ ଅଘଟଣ: ଟ୍ରକ୍‌ ଧକ୍କାରେ ଚାଲିଗଲା କର୍ମୀଙ୍କ ଜୀବନ

ଯାଜପୁର,୧୦।୫(ହର୍ଷବର୍ଦ୍ଦନ ବେହେରା): ଏକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଶୁକ୍ରବାର ନାମାଙ୍କନପତ୍ର ଦାଖଲ ବେଳେ ଏକ ଅଘଟଣ ଘଟିଛି। ଏକ ସଡ଼କ ଦୁର୍ଘଟଣାରେ ଜଣେ କର୍ମୀଙ୍କ...

ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁନ୍ନା ଖାଁ

କୋକସରା,୧୦ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ହାତ ଗଣତି ସମୟ ରହିଛି। ପ୍ରଚାର ପାଇଁ ଦିନରାତି ଏକ କରି ଦେଇଛନ୍ତି...

ଭାଜପାରେ ମିଶିଲେ ପୂର୍ବତନ ବିଧାୟକ

ବୁଗୁଡ଼ା,୧୦ା୫(କାଳୀଚରଣ ଦାଶ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶୁକ୍ରବାର ବୁଗୁଡ଼ାସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଭାଜପାରେ...

ବାଘ ନେଇଗଲା ଜୀବନ: ଗାଁରେ ଭୟ

ସମ୍ବଲପୁର,୧୦।୫: ସମ୍ବଲପୁର ଜିଲା ନାକଟିଦେଉଳ ରେଞ୍ଜ ସାହେବୀ ପଞ୍ଚାୟତ ମାନକୁଣ୍ଡା ଜଙ୍ଗଲରେ ଏକ ଅଭାବନୀ ଘଟଣା ଘଟିଛି। ଏକ କଲରା ପତରିଆ ବାଘ ଆକ୍ରମଣରେ ସାଦ...

ଆଜି ନାମାଙ୍କନ ଭରିବେ ସିଦ୍ଧାର୍ଥ ରାଉତରାୟ: ଦେଲେ ପରିବେଶ ସୁରକ୍ଷା ବର୍ତ୍ତା

ଭୁବନେଶ୍ୱର,୧୦।୫: ନିମାପଡ଼ା କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଶୁକ୍ରବାର ନାମାଙ୍କପତ୍ର ଦାଖଲ କରିବେ। ଏନେଇ ସିଦ୍ଧାର୍ଥ ନିଜ ସମର୍ଥକଙ୍କ ସହ ଏକ ବ୍ୟାଟେରୀ ଚାଳିତ...

ଜମୁଛି ପ୍ରଚାର: ଏମ୍‌ପି, ବିଧାୟକ ପ୍ରାର୍ଥୀ ଘରକୁ ଘର ବୁଲି କରୁଛନ୍ତି ଭୋଟ୍‌ଭିକ୍ଷା

ଦାରିଙ୍ଗବାଡ଼ି,୧୦ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ପଞ୍ଚାୟତ କାଟିଙ୍ଗିଆଠାରୁ କଂଗ୍ରେସ ଦଳର ଏମ୍‌ପି ଓ ବିଧାୟକ ପ୍ରାର୍ଥୀ ନିଜ ପ୍ରଚାର ଆରମ୍ଭ କରିଛନ୍ତି।...

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri