୩ ଭାଗରେ ବିଭକ୍ତ ହେଲା ପଟ୍ଟାଙ୍ଗି ଲ୍ୟାମ୍ପ୍‌ସ

ପଟ୍ଟାଙ୍ଗି,୭ା୨(ଡି.ଏନ.ଏ.):ଚାଷୀଙ୍କଠାରୁ ଆମଦାନୀ ହେଉଥିବା ଫସଲ ଏବଂ ସେମାନେ ଯେପରି ସୁବିଧାରେ ଋଣଠାରୁ ଆରମ୍ଭକରି ଚାଷ ପାଇଁ ଆବଶ୍ୟକ ବିଭିନ୍ନ କିସମର ଧାନ ବିହନ ଓ ସାର ସୁଲଭ ମୂଲ୍ୟରେ ସୁବିଧାରେ ପାଇପାରିବେ ସେନେଇ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରରେ ଥିବା ପୁରାତନ ଲ୍ୟାମ୍ପ୍ସକୁ ୩ ଭାଗରେ ବିଭକ୍ତ କରାଯାଇଛି।
୧୯୭୭ରେ ପଟ୍ଟାଙ୍ଗି ଲ୍ୟାମ୍ପ୍ସ ଭାବେ ସ୍ଥାପିତ ହୋଇଥିବା ଏହି ଲ୍ୟାମ୍ପ୍ସ ଅଧୀନରେ ପୁକାଲି, ସମ୍ବାଇ,ଚନ୍ଦକା, କୋଟିଆ, ନୂଆଁଗା, ଦେଓପଟ୍ଟାଙ୍ଗି, ମାଳିପୁଟ, ଗାଙ୍ଗରାଜପୁର, ରାଲେଗଡ଼ା ଓ ପଟ୍ଟାଙ୍ଗି ପଞ୍ଚାୟତ ରହିଥିଲା। ଲ୍ୟାମ୍ପ୍ସ ଚାଷୀଙ୍କୁ ସରକାରଙ୍କ ବିଭିନ୍ନ ସହାୟତା ଯୋଗାଇଦେଉଥିଲା । ମାତ୍ର ବର୍ତ୍ତମାନ ଏହାକୁ ୩ ଭାଗରେ ବିଭକ୍ତ କରି ମାଳିପୁଟ, କୋଟିଆ ଏବଂ ପୁକାଲି ଲ୍ୟାମ୍ପ୍ସ ମାନ୍ୟତା ପ୍ରଦାନ କରାଯାଇଥିବା ପଟ୍ଟାଙ୍ଗି ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଦିଗାମ୍ବର ନାୟକ ସୂଚନା ଦେଇଛନ୍ତି। ନୂତନ ମାନ୍ୟତା ପାଇଥିବା ପୁକାଲି, ସମ୍ବାଇ ଓ ଚନ୍ଦକା ପଞ୍ଚାୟତକୁ ନେଇ ଗୋଟିଏ ଲ୍ୟାମ୍ପ୍ସ ହୋଇଥିବା ବେଳେ ମାଳିପୁଟ, ଦେଓପଟ୍ଟାଙ୍ଗି ଏବଂ କୁନ୍ଦୁଲିହାଟପଦା ପଞ୍ଚାୟତକୁ ନେଇ ଅନ୍ୟ ଏକ ଲ୍ୟାମ୍ପସ୍‌ ହୋଇଛି। କୋଟିଆ ଏବଂ ନୂଆଁଗା ପଞ୍ଚାୟତକୁ ନେଇ ଅନ୍ୟ ଗୋଟିଏ ଲ୍ୟାମ୍ପସ୍‌ ଗଠିତ ହୋଇଛି। କୋଟିଆ ଲ୍ୟାମ୍ପସ୍‌କୁ କୋରାପୁଟ ଏଆର୍‌ସିଏସ୍‌ ଲକ୍ଷ୍ମୀଧର ରାଉତ, ବସନ୍ତ ଚୌଧୁରୀ ଏବଂ ପଟ୍ଟାଙ୍ଗି ଲ୍ୟାମ୍ପ୍ସ ସଭାପତି ଚିକୁଣୁ ପାଙ୍ଗୀ ଯୋଗଦେଇ ଉଦ୍‌ଘାଟନ କରିଥିଲେ। କୋଟିଆ ସରପଞ୍ଚ ଲିୟୁ ଗେମେଲ, ନୂଆଁଗା ସରପଞ୍ଚ ସୁବାସ ଖରା ଅନ୍ୟତମ ଅତିଥି ରୂପେ ଉପସ୍ଥିତ ଥିଲେ। ଗଠିତ ୩ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ନୂତନ କର୍ମଚାରୀ ନିଯୁକ୍ତି ପର୍ଯ୍ୟନ୍ତ ପଟ୍ଟାଙ୍ଗି ଲ୍ୟାମ୍ପସ୍‌ କାର୍ଯ୍ୟାଳୟ କର୍ମଚାରୀ ଉକ୍ତ ୩ ଲ୍ୟାମ୍ପସ୍‌ ଦାୟିତ୍ୱରେ ରହିବେ ବୋଲି ପରିଚାଳନା ନିର୍ଦ୍ଦେଶକ ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ଏମଭିଆଇ-ଷ୍ଟେନୋଙ୍କ ଅବସର: ଭବିଷ୍ୟତ ସୁଖମୟ ହେବାକୁ କାମନା

ଛତ୍ରପୁର,୨।୭: ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏମଭିଆଇ ରାଜ କୁମାର ବେହେରା ଏବଂ ଷ୍ଟେନୋ ଶ୍ୟାମସୁନ୍ଦର ମାର୍ଥାଙ୍କ ଚାକିରିରୁ ଅବସର ହୋଇଯାଇଛି l ଏନେଇ କାର୍ଯ୍ୟାଳୟ ପକ୍ଷରୁ…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri