ପଟ୍ଟାମୁଣ୍ଡାଇ ବୋହୂଙ୍କୁ ମିଳିଲା ନର୍ମାନ ଇ ବୋର୍ଲାଗ ପୁରସ୍କାର

ପଟ୍ଟାମୁଣ୍ଡାଇ,୩୦ା୧୦(ଅକ୍ଷୟ ବିଶ୍ୱାଳ): ଓଡ଼ିଶାର ଯୁବ ବୌଜ୍ଞାନିକ ତଥା ପଟ୍ଟାମୁଣ୍ଡାଇର ବୋହୂ ଡ. ସ୍ବାତୀ ନାୟକଙ୍କୁ ମିଳିଛି ସମ୍ମାନଜନକ ନର୍ମାନ ଇ ବୋର୍ଲାଗ ପୁରସ୍କାର। ଡ. ସ୍ବାତୀ ପଟ୍ଟମୁଣ୍ଡାଇ ବ୍ଲକ ନସିପୁର ପଞ୍ଚାୟତ ଅନ୍ତର୍ଗତ ବଡମୂଳବସନ୍ତ ଗ୍ରାମର ପ୍ରିୟଦର୍ଶୀ ବଳଙ୍କ ସ୍ତ୍ରୀ ତଥା ସାମାଜିକ କର୍ମୀ ହୃଷୀକେଶ ବଳ ଓ ଜ୍ୟୋତ୍ସ୍ନାମୟୀଙ୍କ ପୁତ୍ରବଧୂ। ସେ ଭୁବନେଶ୍ୱର ବାସିନ୍ଦା ଲକ୍ଷ୍ମୀଧର ନାୟକ ଓ ବିଜୟାଲକ୍ଷ୍ମୀଙ୍କ କନ୍ୟା। ଡ.ସ୍ବାତୀ ଫିଲିପାଇନ୍ସ ସ୍ଥିତ ସିଜିଆରଆଇ ଆନ୍ତର୍ଜାତିକ ଧାନ ଗବେଷଣା ସଂସ୍ଥାନରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଆମେରିକାର ଲୋଓ୍ବା ସହରରେ ବିଶ୍ୱ ଖାଦ୍ୟ ପୁରସ୍କାର ସଂସ୍ଥାନ ପକ୍ଷରୁ ୨୦୨୩ ପାଇଁ ନର୍ମାନ ଇ ବୋର୍ଲାଗ ପୁରସ୍କାର ମିଳିଛି। ଏହି ସମ୍ମାନ ପାଇବାରେ ସେ ପ୍ରଥମ ଓଡ଼ିଆ ମହିଳା ହୋଇଥିବା ବେଳେ ଦ୍ୱିତୀୟ ଭାରତୀୟ ଭାବେ ଏହି ଗୌରବ ହାସଲ କରିଛନ୍ତି। ତାଙ୍କୁ ପୁରସ୍କାର ବାବଦକୁ ଆମେରିକୀୟ ଅର୍ଥରାଶି ସହିତ ମାନପତ୍ର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରର ବିକାଶରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପାଇଥିବା ଜଣାପଡିଛି। ଏହି ଅବସରରେ ଡ. ନାୟକ ନର୍ମାନ ଇ ବୋର୍ଲାଗ ଇଣ୍ଟରନ୍ୟାଶନାଲ ଡାଇଲଗ ସମ୍ପର୍କିତ ଆଲୋଚନାଚକ୍ରରେ ମଧ୍ୟ ଭାଗ ନେଇଥିଲେ। ସେ କୃଷିକ୍ଷେତ୍ରରେ ବ୍ୟବହୃତ ତଥା ଗ୍ରାମ୍ୟସ୍ତରରେ କରାଯାଇଥିବା ଅଭିନବ ପଦ୍ଧତିଗୁଡିକର ଆବିଷ୍କାର ଏବଂ ଜାତୀୟ ସ୍ତରରେ ପ୍ରୋତ୍ସାହିତ କରିବାକୁ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛନ୍ତି। ସେ ବିହନ ଦିଦି ଭାବେ ଦେଶ ବିଦେଶରେ ବେଶ୍‌ ପରିଚିତ। ସହଭାଗୀ ଧାନଠାରୁ ଆରମ୍ଭ କରି ୫୦୦ରୁ ଅଧିକ ଧାନ ବିହନ ଉପରେ ଗବେଷଣା କରିବା ସହ ୨୦ରୁ ଅଧିକ ଅମଳକ୍ଷମ ବିହନ ଉତ୍ପାଦନ କରିଛନ୍ତି। ୧୦ହଜାରରୁ ଅଧିକ ପରୀକ୍ଷଣରେ ତାଙ୍କର ସମ୍ପୃକ୍ତି ରହିଆସିଛି। ଡ. ସ୍ବାତୀ ଦେଶ, ଓଡ଼ିଶା ଓ ବିଶେଷକରି ପଟ୍ଟାମୁଣ୍ଡାଇ ଅଞ୍ଚଳ ପାଇଁ ଏହି ଗୌରବ ଆଣି ଥିବାରୁ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରି ଖେଳିଯିବା ସହ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?