ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ

ପଟ୍ଟାମୁଣ୍ଡାଇ,୧୪ା୫ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ରାସ୍ତାଠାରୁ ଆରମ୍ଭ କରି ଡ୍ରେନ, ଟ୍ରାଫିକ୍‌, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ, ପରିମଳ ବ୍ୟବସ୍ଥା ଆଦି ଅବ୍ୟବସ୍ଥିତ ଓ ପ୍ରହସନ ପାଲଟିଛି। ଏସବୁ ପ୍ରସଙ୍ଗକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅର୍ଥ ହେରଫେର ହେଉଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ନ ଦେବା ଏକ ପରିତାପର ବିଷୟ। ସହରବାସୀଙ୍କ ଅସନ୍ତୋଷ ମଧ୍ୟରେ ସାଧାରଣ ନିର୍ବାଚନ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି। ପୌର ପରିଷଦ ବୈଠକରେ ଅତିଥିଙ୍କ ଭାଷଣବାଜି ଜନସାଧାରଣଙ୍କୁ ଅତିଷ୍ଠ କରିଛି। ଏହି ପ୍ରସଙ୍ଗ ବର୍ତ୍ତମାନ ପୌରାଞ୍ଚଳରେ ନିର୍ବାଚନୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନାମରେ ଯୋଜନା ପ୍ରସ୍ତୁତ ହୋଇ ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଯୋଜନା ଜନସାଧାରଣଙ୍କ ସ୍ବାର୍ଥରେ ଲାଗିପାରୁନାହିଁ। ଯେପରି ୨୦୧୯ରେ ଦେଢ଼ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା କଚେରି ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଶେଷହୋଇନାହଁି। ଆହାର କେନ୍ଦ୍ର ନିକଟରେ ଭେଜିଟେବୁଲ ବଜାର ଓ ଆମିଷ ମାର୍କେଟ ହେବାକୁ ଥିବା ବେଳେ ତାହାର କାର୍ଯ୍ୟ ଆରମ୍ଭ ହୋଇନାହଁି। ଫଳରେ ସେମାନେ ବ୍ୟସ୍ତବହୁଳ ବାଇପାସ ରାସ୍ତାରେ ବସି ବିକ୍ରିବଟା କରୁଛନ୍ତି। ସହରର ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାବୀର ବଜାରଠାରେ ଭେଣ୍ଡିଂ ଜୋନ୍‌, ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଜ ମାର୍କେଟ କମ୍ପ୍ଲେକ୍ସ ଓ ଯଜ୍ଞ ପଡ଼ିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନାହଁି। ପୌରାଞ୍ଚଳକୁ ସ୍ବଚ୍ଛ ଭାରତ ମିଶନରେ ସାମିଲ କରିବା ଲକ୍ଷ୍ୟରେ ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ୨୦ଟି ଇକୋ ଟଏଲେଟ ନିର୍ମାଣ କରାଯାଇଛି। ମାତ୍ର ତାହା ଆଜିପର୍ଯ୍ୟନ୍ତ ବନ୍ଦ ପଡ଼ିଛି। ସେହିପରି ମୁକ୍ତା ଯୋଜନାରେ ୨୦ଟି ୱାର୍ଡର ସବୁ ଛକରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ତାହା କର୍ଯ୍ୟକାରୀ ହୋଇନାହଁି। ଯୁବନେତା ସତ୍ୟପ୍ରିୟ ସାମଲ କହିଛନ୍ତି, ପଟ୍ଟାମୁଣ୍ଡାଇ ସହରର ପ୍ରବେଶଦ୍ୱାର ବିଜୁ ପଟ୍ଟନାୟକ ଛକଠାରୁ କଲେଜ ଛକ ପର୍ଯ୍ୟନ୍ତ ମୁଖ୍ୟରାସ୍ତା ବ୍ୟବସାୟୀଙ୍କ ହାଟଚାଳି ପାଲଟିଛି। ଏହି ସହର ଭିତର ଦେଇ ୨ଟି ଜିଲା ଓ ୫ଟି ସହରକୁ ସଂଯୋଗ ପଥ ରହିଛି। ହେଲେ ସହରରେ ଟ୍ରାଫିକ୍‌ ସମସ୍ୟା ବିଗିଡ଼ିଯାଇଛି। ପଟ୍ଟାମୁଣ୍ଡାଇ-ରାଜନଗର ବ୍ୟସ୍ତବହୁଳ କଲେଜ ରୋଡ୍‌ରେ ୫ଟି ଘରୋଇ ବ୍ୟାଙ୍କ ଥିବାବେଳେ ପାର୍କିଂ ସ୍ଥାନ ନ ଥିବାରୁ ରାସ୍ତା ଉପରେ ଉପଭୋକ୍ତାମାନେ ଗାଡ଼ି ରଖି ବ୍ୟାଙ୍କକୁ ଯିବା ଦ୍ୱାରା ଏହା ସଙ୍କୁଚିତ ହୋଇ ଦୁର୍ଘଟଣା ଘଟୁଛି। ବଜାର ମଧ୍ୟରେ ହୋଲ୍‌ସେଲ୍‌ ବ୍ୟବସାୟୀମାନେ ରାସ୍ତା ଉପରେ ୪ ଚକିଆ ଗାଡ଼ି ରଖି ମାଲ୍‌ ଲୋଡ୍‌ କରିବା ଦ୍ୱାରା ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ ହୋଇ ରହୁଛି। ମଝିରାସ୍ତାରେ ବାଇକ୍‌ ଓ କାରଠାରୁ ଆରମ୍ଭକରି ବଡ଼ ବଡ଼ ଗାଡ଼ି ଥୁଆ ହେଉଛି। ପୋଲିସ ଓ ପୌର ପରିଷଦର ଆନ୍ତରିକତା ଅଭାବ ଯୋଗୁ ଟ୍ରାଫିକ୍‌ ସମସ୍ୟା ବଢ଼ି ଦୁର୍ଘଟଣା ଘଟୁଛି। ସାମାଜିକ କର୍ମୀ ଉପେନ୍ଦ୍ର ନାୟକ କହିଛନ୍ତି, ପ୍ରତ୍ୟେକ ସମୟରେ ବଜାର ମଧ୍ୟକୁ ଭାରିଯାନ ପ୍ରବେଶ କରିବା ଦ୍ୱାରା ଟ୍ରାଫିକ୍‌ ଜାମ୍‌ ରହୁଛି। ଗୋରୁଗୁଡ଼ିକ ରାସ୍ତାରେ ମେଳିବାନ୍ଧି ଛିଡାହୋଇ ରହୁଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଡ୍ରେନେଜ୍‌ ସମସ୍ୟା ଲାଗିରହିଥିବା ବେଳେ ପ୍ରତିବର୍ଷ ନିର୍ମାଣ ନାମରେ ବ୍ୟାପକ ଅର୍ଥ ବାଟମାରଣା ହେଉଛି। ସେହିପରି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଚାରିଆଡ଼େ ଅଳିଆ ଆବର୍ଜନା ପଡ଼ିରହିଛି। କେତେଜଣ ବ୍ୟବସାୟୀ ଦୋକାନ ଗୃହ ମଡେଇ କରିଥିବାରୁ ରାସ୍ତା ସଙ୍କୁଚିତ ହୋଇ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି, ଯାହାକୁ ନେଇ ପୌରାଞ୍ଚଳବାସୀଙ୍କ ସମେତ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। ଏ ନେଇ ପଟ୍ଟାମୁଣ୍ଡାଇ ପୌର ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରିଙ୍କୁ ପଚାରିବାରେ ଯେଉଁ ଅଧୁରା ପ୍ରକଳ୍ପଗୁଡ଼ିକ ରହିଛି ଖୁବ୍‌ଶୀଘ୍ର ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?