ଆଜବେଷ୍ଟସ୍‌ ଘରେ ଚାଲିଛି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା

ପଟ୍ଟାମୁଣ୍ଡାଇ,୨୬ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଜନବହୁଳ ପୂର୍ଣ୍ଣ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ୧୯୧୭ ମସିହା ବ୍ରିଟିସ ଅମଳର ଆଜବେଷ୍ଟସ ଘରେ ୧୦୪ ହେଲା ଚାଲିଛି। ଏହି ଥାନା ଅଞ୍ଚଳରେ ଦିନକୁ ଦିନ ମାମଲା ସଂଖ୍ୟା ବଢି ଚାଲିଛି। ଏଥିସହ ଆପରାଧିକ କାର୍ଯ୍ୟକ୍ରମ ମଧ୍ୟ ୈର ବଢିଛି। ପଟ୍ଟାମୁଣ୍ଡାଇ ଥାନା ୨୦୧୮ ନଭେମ୍ବରରେ ଆଦର୍ଶ ଥାନାର ମାନ୍ୟତା ପାଇବା ପରେ ଆବଶ୍ୟକ ପୋଲିସ କର୍ମଚାରୀ ନିଯୁକ୍ତି ପାଇନାହାଁନ୍ତି। ମାମଲା ବଢି ଚାଲିଥିବା ବେଳେ ତଦନ୍ତ କରିବା, କେସ୍‌ ରୁଜୁ କରି ତାହାର ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବାକୁ କର୍ମଚାରୀଙ୍କର ଅଭାବ ଦେଖାଦେଇଛି। ଲୋକମାନଙ୍କ ପକ୍ଷରୁ ଏତଲା ହେଉଥିବା ବେଳେ ଏହା ମାସ ମାସ ଧରି ପଡି ରହୁଛି। ଯାହାକି ସମଗ୍ର ଅଞ୍ଚଳ ଅପରାଧ ପ୍ରବଣ ହେବାରେ ଲାଗିଛି ା ଆଦର୍ଶ ଥାନାରେ ୨ଜଣ ଇନ୍ସପେକ୍ଟର, ୫ଜଣ ସବ୍‌ଇନ୍ସପେକ୍ଟର, ୧୦ଜଣ ଏଏସ୍‌ଆଇ, ୩୪ ଜଣ ହାବିଲଦାର, କନଷ୍ଟେବଳ ଓ ୪୨ ଜଣ ହୋର୍ମଗାର୍ଡ ରହିବା କଥା। ଏହି ଥାନା ପାଇଁ ବିଭିନ୍ନ ମାମଲାର ତଦନ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ୨ଟି ଭ୍ୟାନ୍‌ ଓ ୩୦ଟି ବାଇକ୍‌ ଆବଶ୍ୟକ। ମାତ୍ର ଏବେ ୨ଜଣ ଇନ୍ସପେକ୍ଟର, ୪ଜଣ ସବ୍‌ଇନ୍ସପେକ୍ଟର, ୪ଜଣ ଏଏସ୍‌ଆଇ, ଜଣେ ହାବିଲଦାର, ୧୯ ଜଣ କନଷ୍ଟେବଳ, ୩୩ ଜଣ ହୋମ୍‌ଗାର୍ଡ, ୨ଟି ଭ୍ୟାନ୍‌ ଓ ୨ଜଣ ଡ୍ରାଇଭର ଅଛନ୍ତି। ମାତ୍ର ୨ଟି ବାଇକ୍‌ ରହିଛି। ଫଳରେ ବିଭିନ୍ନ ମାମଲା ଓ ଘଟଣାର ତଦନ୍ତ କରିବାରେ ବିଳମ୍ବ ହେଉଛି। ଏ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
୧୦୪ ବର୍ଷର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର କଳେବର ପରିବର୍ତ୍ତନ ହେଉନାହିଁ। ଏବେ ବି ମୁଖ୍ୟ ଥାନା ଘର ଆଜବେଷ୍ଟସ୍‌ ରହିଛି। ବର୍ଷା ହେଲେ ଆଜବେଷ୍ଟସ୍‌ରୁ ପାଣି ଗଳୁଛି। ପୋଲିସ କର୍ମଚାରୀ ବସିବାକୁ ସ୍ଥାନ ନାହିଁ। କର୍ମଚାରୀଙ୍କ ରହିବାକୁ ମଧ୍ୟ କ୍ୱାର୍ଟର୍ସ ନାହିଁ। ଅଧିକାଂଶ କର୍ମଚାରୀ ଥାନା ବାହାରେ ଭଡା ଘରେ ରହୁଛନ୍ତି। ବହୁ ସମୟରେ ଥନାରେ ଏତଲା ରଖିବାକୁ କର୍ମଚାରୀ ଅଭାବ ଦେଖାଦେଇଛି। ଏହି ଆଦର୍ଶ ଥାନା ପାଇଁ ଆବଶ୍ୟକ ପୋଲିସ କର୍ମଚାରୀ ଯୋଗାଇ ଦେବା ସଙ୍ଗେ ସଙ୍ଗେ ଥାନା ଗୃହକୁ ପକ୍କା ଗୃହରେ ପରିଣତ କରିବା, କର୍ମଚାରୀଙ୍କ ରହିବା ପାଇଁ କ୍ୱାର୍ଟର୍ସ ନିର୍ମାଣ କରିବା ଜରୁରୀ ହୋଇପଡିଛି। ଅପରପକ୍ଷରେ ନୂତନ ଥାନା ନିର୍ମାଣ ପାଇଁ ରାଜସ୍ବ ବିଭାଗ ଅଧୀନରେ ଥିବା ଜାଗା ଗୃହ ବିଭାଗକୁ ହସ୍ତାନ୍ତର କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ମାଟି ଝୁଡିଏ ପଡିନାହିଁ। ଅନ୍ୟପକ୍ଷରେ ଥାନା ଅଞ୍ଚଳ ବଡ ହୋଇଥିବାରୁ ଗ୍ରାମାଞ୍ଚଳ ଥାନା ପ୍ରତିଷ୍ଠା ପାଇଁ ବହୁ ଦିନରୁ ଦାବି ହୋଇଆସୁଛି। ଗ୍ରାମାଞ୍ଚଳ ଥାନା ପ୍ରତିଷ୍ଠାରେ ଅହେତୁକ ବିଳମ୍ବ ଯୋଗୁ ପଟ୍ଟାମୁଣ୍ଡାଇକୁ ଆଦର୍ଶ ଥାନାର ମାନ୍ୟତା ପ୍ରଦାନ କରାଯାଇଛି। ପୋଲିସ କର୍ମଚାରୀ ନ ଥିବାରୁ ଅପରାଧୀମାନେ ଅପରାଧ ଘଟାଇ ଅନାୟସରେ ଖସିଯିବାରେ ସକ୍ଷମ ହେଉଛନ୍ତି। ଏ ଦିଗରେ ରାଜ୍ୟ ଘରୋଇ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେଲେ ଶାନ୍ତିଶୃଙ୍ଖଳା ବଜାୟ ରହିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?