ଆଜବେଷ୍ଟସ୍‌ ଘରେ ଚାଲିଛି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା

ପଟ୍ଟାମୁଣ୍ଡାଇ,୨୬ା୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ଜନବହୁଳ ପୂର୍ଣ୍ଣ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ୧୯୧୭ ମସିହା ବ୍ରିଟିସ ଅମଳର ଆଜବେଷ୍ଟସ ଘରେ ୧୦୪ ହେଲା ଚାଲିଛି। ଏହି ଥାନା ଅଞ୍ଚଳରେ ଦିନକୁ ଦିନ ମାମଲା ସଂଖ୍ୟା ବଢି ଚାଲିଛି। ଏଥିସହ ଆପରାଧିକ କାର୍ଯ୍ୟକ୍ରମ ମଧ୍ୟ ୈର ବଢିଛି। ପଟ୍ଟାମୁଣ୍ଡାଇ ଥାନା ୨୦୧୮ ନଭେମ୍ବରରେ ଆଦର୍ଶ ଥାନାର ମାନ୍ୟତା ପାଇବା ପରେ ଆବଶ୍ୟକ ପୋଲିସ କର୍ମଚାରୀ ନିଯୁକ୍ତି ପାଇନାହାଁନ୍ତି। ମାମଲା ବଢି ଚାଲିଥିବା ବେଳେ ତଦନ୍ତ କରିବା, କେସ୍‌ ରୁଜୁ କରି ତାହାର ଆନୁଷଙ୍ଗିକ କାଗଜପତ୍ର ପ୍ରସ୍ତୁତ କରିବାକୁ କର୍ମଚାରୀଙ୍କର ଅଭାବ ଦେଖାଦେଇଛି। ଲୋକମାନଙ୍କ ପକ୍ଷରୁ ଏତଲା ହେଉଥିବା ବେଳେ ଏହା ମାସ ମାସ ଧରି ପଡି ରହୁଛି। ଯାହାକି ସମଗ୍ର ଅଞ୍ଚଳ ଅପରାଧ ପ୍ରବଣ ହେବାରେ ଲାଗିଛି ା ଆଦର୍ଶ ଥାନାରେ ୨ଜଣ ଇନ୍ସପେକ୍ଟର, ୫ଜଣ ସବ୍‌ଇନ୍ସପେକ୍ଟର, ୧୦ଜଣ ଏଏସ୍‌ଆଇ, ୩୪ ଜଣ ହାବିଲଦାର, କନଷ୍ଟେବଳ ଓ ୪୨ ଜଣ ହୋର୍ମଗାର୍ଡ ରହିବା କଥା। ଏହି ଥାନା ପାଇଁ ବିଭିନ୍ନ ମାମଲାର ତଦନ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ୨ଟି ଭ୍ୟାନ୍‌ ଓ ୩୦ଟି ବାଇକ୍‌ ଆବଶ୍ୟକ। ମାତ୍ର ଏବେ ୨ଜଣ ଇନ୍ସପେକ୍ଟର, ୪ଜଣ ସବ୍‌ଇନ୍ସପେକ୍ଟର, ୪ଜଣ ଏଏସ୍‌ଆଇ, ଜଣେ ହାବିଲଦାର, ୧୯ ଜଣ କନଷ୍ଟେବଳ, ୩୩ ଜଣ ହୋମ୍‌ଗାର୍ଡ, ୨ଟି ଭ୍ୟାନ୍‌ ଓ ୨ଜଣ ଡ୍ରାଇଭର ଅଛନ୍ତି। ମାତ୍ର ୨ଟି ବାଇକ୍‌ ରହିଛି। ଫଳରେ ବିଭିନ୍ନ ମାମଲା ଓ ଘଟଣାର ତଦନ୍ତ କରିବାରେ ବିଳମ୍ବ ହେଉଛି। ଏ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
୧୦୪ ବର୍ଷର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର କଳେବର ପରିବର୍ତ୍ତନ ହେଉନାହିଁ। ଏବେ ବି ମୁଖ୍ୟ ଥାନା ଘର ଆଜବେଷ୍ଟସ୍‌ ରହିଛି। ବର୍ଷା ହେଲେ ଆଜବେଷ୍ଟସ୍‌ରୁ ପାଣି ଗଳୁଛି। ପୋଲିସ କର୍ମଚାରୀ ବସିବାକୁ ସ୍ଥାନ ନାହିଁ। କର୍ମଚାରୀଙ୍କ ରହିବାକୁ ମଧ୍ୟ କ୍ୱାର୍ଟର୍ସ ନାହିଁ। ଅଧିକାଂଶ କର୍ମଚାରୀ ଥାନା ବାହାରେ ଭଡା ଘରେ ରହୁଛନ୍ତି। ବହୁ ସମୟରେ ଥନାରେ ଏତଲା ରଖିବାକୁ କର୍ମଚାରୀ ଅଭାବ ଦେଖାଦେଇଛି। ଏହି ଆଦର୍ଶ ଥାନା ପାଇଁ ଆବଶ୍ୟକ ପୋଲିସ କର୍ମଚାରୀ ଯୋଗାଇ ଦେବା ସଙ୍ଗେ ସଙ୍ଗେ ଥାନା ଗୃହକୁ ପକ୍କା ଗୃହରେ ପରିଣତ କରିବା, କର୍ମଚାରୀଙ୍କ ରହିବା ପାଇଁ କ୍ୱାର୍ଟର୍ସ ନିର୍ମାଣ କରିବା ଜରୁରୀ ହୋଇପଡିଛି। ଅପରପକ୍ଷରେ ନୂତନ ଥାନା ନିର୍ମାଣ ପାଇଁ ରାଜସ୍ବ ବିଭାଗ ଅଧୀନରେ ଥିବା ଜାଗା ଗୃହ ବିଭାଗକୁ ହସ୍ତାନ୍ତର କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ମାଟି ଝୁଡିଏ ପଡିନାହିଁ। ଅନ୍ୟପକ୍ଷରେ ଥାନା ଅଞ୍ଚଳ ବଡ ହୋଇଥିବାରୁ ଗ୍ରାମାଞ୍ଚଳ ଥାନା ପ୍ରତିଷ୍ଠା ପାଇଁ ବହୁ ଦିନରୁ ଦାବି ହୋଇଆସୁଛି। ଗ୍ରାମାଞ୍ଚଳ ଥାନା ପ୍ରତିଷ୍ଠାରେ ଅହେତୁକ ବିଳମ୍ବ ଯୋଗୁ ପଟ୍ଟାମୁଣ୍ଡାଇକୁ ଆଦର୍ଶ ଥାନାର ମାନ୍ୟତା ପ୍ରଦାନ କରାଯାଇଛି। ପୋଲିସ କର୍ମଚାରୀ ନ ଥିବାରୁ ଅପରାଧୀମାନେ ଅପରାଧ ଘଟାଇ ଅନାୟସରେ ଖସିଯିବାରେ ସକ୍ଷମ ହେଉଛନ୍ତି। ଏ ଦିଗରେ ରାଜ୍ୟ ଘରୋଇ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେଲେ ଶାନ୍ତିଶୃଙ୍ଖଳା ବଜାୟ ରହିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri