ପଟ୍ଟାମୁଣ୍ଡାଇ ବାଇପାସ୍‌ଠାରୁ ମଦନପୁର ରାସ୍ତା ମରଣଯନ୍ତା

ପଟ୍ଟାମୁଣ୍ଡାଇ, ୩୧ା୧୦(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନ ଅଧୀନରେ ଥିବା ରାସ୍ତାଗୁଡିକର ନିର୍ମାଣ ଓ ମରାମତି ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ବ୍ୟୟ ହେଉଛି। କିନ୍ତୁ ପଟ୍ଟାମୁଣ୍ଡାଇ ଓ ରାଜନଗରର ଲାଇଫ ଲାଇନ କୁହାଯାଉଥିବା ପଟ୍ଟାମୁଣ୍ଡାଇ ବାଇପାସଠାରୁ ମଦନପୁର ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାର ପଟ୍ଟାମୁଣ୍ଡାଇ ବାଇପାସ ଛକଠାରୁ ଅଳଭା ପର୍ଯ୍ୟନ୍ତ ଖାଲଖମାରେ ପୂରି ରହିଛି। ବହୁ ସ୍ଥାନରେ ଆଣ୍ଠୁଏ ଲେଖାଏ ଗାଢ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି।
ପ୍ରତିବର୍ଷ ଏହି ରାସ୍ତାର ମରାମତି ଓ ପୁନଃ ନିର୍ମାଣ କାର୍ଯ୍ୟ କରାଯାଉଥିଲେ ହେଁ ଯଥା ପୂର୍ବଂ ତଥା ପରଂ ଅବସ୍ଥା ସୃଷ୍ଟି ହୋଇଛି। ସତେକି ଏହି ରାସ୍ତାଟି ବିଭାଗ ଓ ଠିକାଦାରମାନଙ୍କ ପାଇଁ ଲେଉଟିଆ କିଆରି ପାଲଟିଛି। ଏହି ରାସ୍ତାକୁ ପ୍ରଶସ୍ତୀକରଣ ପାଇଁ ବିଭାଗ ପକ୍ଷରୁ ଗତ ୩ବର୍ଷ ଧରି କାର୍ଯ୍ୟ ହୋଇଥିଲେ ହେଁ ଠାଏ ଠାଏ କାର୍ଯ୍ୟ କରାଯାଇଥିବାବେଳେ ପରବର୍ତ୍ତୀ ପଦକ୍ଷେପ ନିଆଯାଉ ନ ଥିବାରୁ ଓଲଟି ଏହା କର୍ଦ୍ଦମାକ୍ତ ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଗତ ଶାରଦୀୟ ଦୁର୍ଗାପୂଜା ଅବ୍ୟବହିତ ପୂର୍ବରୁ ପ୍ରଶାସନ ପକ୍ଷରୁ ଆହୁତ ଶାନ୍ତି କମିଟି ବୈଠକରେ ପୂର୍ତ୍ତ ବିଭାଗ ବଜାର ଦେଇ ଯାଇଥିବା କଲେଜ ରୋଡ୍‌ ରାସ୍ତା ଓ ବାଇପାସଠାରୁ ଅଳଭା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ତ୍ତ ବିଭାଗର ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥାଇ ଏହି ରାସ୍ତା ଦ୍ୱୟର ମରାମତି ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ କଲେଜରୋଡ ବସୁପାତ୍ର ଛକରେ ଗାଡିଆ ସଦୃଶ ଖାଲ ଥିବାରୁ ସାମାନ୍ୟ ବର୍ଷା ହେଲେ ପାଣିର ସୁଅ ପଡି ପାଣିରେ ବୁଡି ରହୁଥିବା ଦେଖିବାକୁ ମିଳୁଛି। ଏହି ଛକଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଏହି ବାଟ ଦେଇ ପଟ୍ଟାମୁଣ୍ଡାଇ, ରାଜନଗର, କେନ୍ଦ୍ରାପଡ଼ା ଓ ଜିଲା ବାହାରକୁ ମଧ୍ୟକୁ ଗାଡି ମୋଟର ଚଳାଚଳ କରିଥାଏ। ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ଏଠାରେ ଦୈନିକ ଛୋଟବଡ ଦୁର୍ଘଟଣାମାନ ଘଟୁଥିବାବେଳେ ଲୋକମାନେ ଛକ ପାର ହୋଇଯିବାକୁ ଆଣ୍ଠୁଏ, ଅଣ୍ଟାଏ ପାଣିରେ ପଶି ଯିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ପଟ୍ଟାମୁଣ୍ଡାଇ ବାଇପାସ୍‌ ଛକଠାରୁ ଅଳଭା ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏତେ ଗୁରୁତର ହୋଇପଡିଛି ଯେ, ଖାଲି ପାଦରେ ଚାଲି କରି ଯିବା ମଧ୍ୟ ଅସମ୍ଭବ ହୋଇପଡୁଛି। ଅନ୍ୟପକ୍ଷରେ ଏହି ରାସ୍ତାକାଯର୍‌ୟ ୧୮ କୋଟି ଟେଣ୍ଡର ହୋଇ ଆରମ୍ଭ ହୋଇଥିବାରୁ ପ୍ୟାଚ କାମ କରିବା ସମ୍ବବ ହୋଇ ନ ଥିଲା ବୋଲି ବିଭାଗ ପକ୍ଷରୁ କନିଷ୍ଠଯନ୍ତ୍ରୀ ଅଶୋକ ଜେନା କହିଛନ୍ତି। ଏହି ଗୁରୁତର ସମସ୍ୟା ପ୍ରତି କେନ୍ଦ୍ରାପଡ଼ା ଜିଲାପାଳ ଦୃଷ୍ଟି ଦେବା ସହ ତୁରନ୍ତ ଉକ୍ତ ରାସ୍ତାକୁ ଯିବା ଆସିବା ଉପଯକ୍ତ କରିବାକୁ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ସାଧାରଣରେ ଦୃଢ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri