ମୌଳିକ ସୁବିଧା ପାଇଁ ବାଧକ ହେଉଛି ସେତୁ

କେନ୍ଦ୍ରାପଡ଼ା ଅଫିସ, ୩୧ା୧୦: କେନ୍ଦ୍ରାପଡ଼ା ଜିଲା ସଦର ମହକୁମାର ୪୮ କିଲୋମିଟର ଦୂରରେ ମହାକାଳପଡା ବ୍ଲକ ବତିଘର ପଞ୍ଚାୟତ ଅବସ୍ଥିତ। ଏହି ପଞ୍ଚାୟତର ମାତ୍ର ୧୦ କିଲୋମିଟର ଦୂରରେ ଜଗତ୍‌ସିଂହପୁର ଜିଲାର ପାରାଦୀପ ଶିଳ୍ପାଞ୍ଚଳ। ଗୋଟିଏ ପାର୍ଶ୍ୱରେ ପ୍ରାଚୁର୍ଯ୍ୟ ରହିଥିବା ବେଳେ ଏପଟେ ବତିଘର ପଞ୍ଚାୟତବାସୀ ସଦର ମହକୁମାକୁ ବେଳ ଅବେଳରେ ଧାଇଁ ଯିବା ସମ୍ଭବ ନୁହେଁ। ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌ଠାରୁ ପାନୀୟ ଜଳ ପର୍ଯ୍ୟନ୍ତ ସମସ୍ୟାରେ ପଞ୍ଚାୟତର ପ୍ରାୟ ୫ ହଜାର ଅଧିବାସୀ ହନ୍ତସନ୍ତ ହେଉଛନ୍ତି। ୮ଟି ରାଜସ୍ବ ଗ୍ରାମକୁ ନେଇ ପଞ୍ଚାୟତ ଗଠନ ହୋଇଥିବା ବେଳେ ଏଠାରେ ଥିବା ବତିଘର ଓ ହୁକିଟୋଲାକୁ ୨୦୧୬ ମସିହାରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ମିଳିଛି। ଏସବୁ ସତ୍ତ୍ୱେ ସାମଗ୍ରିକ ବିକାଶରେ ଖରିନାସୀ ସେତୁ, ପ୍ରତି ଗ୍ରାମକୁ ରାସ୍ତା ଓ ବନାଞ୍ଚଳର ମାନ୍ୟତା ବାଧକ ସାଜିଛି। ଉଦ୍‌ବେଗର ବିଷୟ ଯେ, ପଞ୍ଚାୟତରେ ସାକ୍ଷରତା ହାର ମାତ୍ର ୬୬.୧୨ ପ୍ରତିଶତ। ପ୍ରାୟ ୭୫ ପ୍ରତିଶତ ପୁରୁଷ ସାକ୍ଷର ହୋଇଥିବା ବେଳେ ୩୪ ପ୍ରତିଶତ ମହିଳା ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ୨୦୧୧ ଜନଗଣନା ସୂଚନାରୁ ତଥ୍ୟ ମିଳିଛି। ଚାଷ ଓ ମାଛ ଏହି ଅଞ୍ଚଳବାସୀଙ୍କ ଜୀବିକା। ବତିଘର, ଫଲସ ପଏଣ୍ଟ, ହୁକିଟୋଲାକୁ ପର୍ଯ୍ୟଟନ ଭିତ୍ତିଭୂମି ଯୋଗାଇଲେ ଆର୍ଥିକ ବିକାଶ ହୋଇପାରିବ। ସେହିପରି ଶିଳ୍ପକୁ ଅପେକ୍ଷା କରିଥିବା ଯୁବବର୍ଗଙ୍କୁ ଉପଯୁକ୍ତ ତାଲିମ, ବ୍ୟାଙ୍କ ଋଣ ଆଦି ସହଯୋଗ ଆବଶ୍ୟକତା ଅଛି। ଜଗତ୍‌ସିଂହପୁର ଜିଲା ଶିଳ୍ପ ଦ୍ୱାରା ଏଠାରେ ନଷ୍ଟ ହେଉଥିବା ପରିବେଶକୁ ସଜାଡିବା ସମ୍ପର୍କରେ ସ୍ଥାନୀୟ ଅଧିବାସୀ ଓ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ରବୀନ୍ଦ୍ର କୁମାର ଦାସ, ସୁଦର୍ଶନ ରାୟ, ନୀଳମାଧବ ମଣ୍ଡଳ, ସୁଭଦ୍ରା ରାୟ, ସାମାଜିକ କର୍ମୀ ବାନାମ୍ବର ସାହୁ ପ୍ରମୁଖ କହିଛନ୍ତି, ଦେଶ ସ୍ବାଧୀନ ହେବାର ୭୫ ବର୍ଷରେ ଅମୃତ ମହୋତ୍ସବ ପାଳନ ହେଉଛି। ଏହି ସମୟରେ ବତିଘର ପଞ୍ଚାୟତବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପରି ମୌଳିକ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି। ପ୍ରାକୃତିକ ପରିବେଶରେ ଭରପୂର ଏହି ପଞ୍ଚାୟତବାସୀଙ୍କ ପାଠପଢ଼ା ଓ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। ପଡୋଶୀ ଜଗତ୍‌ସିଂହପୁର ଜିଲା ଶିଳ୍ପରୁ ବାହାରୁଥିବା ବର୍ଜ୍ୟବସ୍ତୁ ନଦୀଜଳରେ ଛଡାଯାଉଥିବା ବେଳେ ବାୟୁ, ଜଳ ଦୂଷିତ ହେଉଛି। ଫଳରେ ଚର୍ମ ରୋଗଠାରୁ ଆରମ୍ଭ କରି କର୍କଟ ରୋଗ ଏଠାରେ ଦେଖାଯାଉଛି। ପଞ୍ଚାୟତ ଅଧୀନରେ ହୁକିଟୋଲା, ବତିଘର, ଫଲ୍‌ସ ପଏଣ୍ଟ ଇଂରେଜ ଶାସନ ଓ ନୌବାଣିଜ୍ୟର ସ୍ବାକ୍ଷର ବହନ କରୁଛି। ଖରିନାସୀ ନଦୀକୂଳରେ ଥିବା ଏହି ବତିଘର ୧୮୩୬ ଡିସେମ୍ବରରେ ନିର୍ମାଣ ଆରମ୍ଭ ହୋଇଥିଲା। ୧୮୩୭ ଅକ୍ଟୋବର ୧୬ରେ ଏଠାରେ ପ୍ରଥମଥର ପାଇଁ ଆଲୋକ ପ୍ରଜ୍ୱଳନ କରାଯାଇଥିଲା। ଯାହା ଅଦ୍ୟାବଧି କାର୍ଯ୍ୟକ୍ଷମ ଅଛି। ୨୦୧୬ରୁ ଏହି ସ୍ଥାନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଏହା ଏବେ ବି ଅବହେଳିତ ହୋଇରହିଛି। ୧୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବତିଘର ପରିସରରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ପଥର ନିର୍ମିତ ପୁରାତନ କବର ଓ କୂଅ ଅଛି। ଏହି ଐତିହ୍ୟସ୍ଥଳର ଭିତ୍ତିଭୂମି ସୁଦୃଢ଼ ସହ ଜିଲାର ଗ୍ରାମୀଣ ହସ୍ତଶିଳ୍ପ ଉପତ୍ାଦ ବିକ୍ରି ପାଇଁ ଏକ ସୁଦୃଶ୍ୟ ମଣ୍ଡି ଖୋଲା ଗଲେ ପର୍ଯ୍ୟଟନ କ୍ଷେତ୍ରର ଶ୍ରୀବୃଦ୍ଧି ହେବ। ତୁରନ୍ତ ସ୍ବାସ୍ଥ୍ୟସେବା ପାଇଁ ବୋଟ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି। ତେବେ ଏହା ପର୍ଯ୍ୟାପ୍ତ ନୁହେଁ। ଖରିନାସୀ ସେତୁ ନିର୍ମାଣ ବିଳମ୍ବଜନିତ କାରଣରୁ ଏହି ପଞ୍ଚାୟତକୁ ଅଦ୍ୟାବଧି ଅଗ୍ନିଶମ ଗାଡି, ଆମ୍ବୁଲାନ୍ସ ଆସିପାରୁନାହିଁ। ଶିକ୍ଷାକୁ ନେଇ ସଚେତନତା ନ ଥିବାରୁ ବାଲ୍ୟ ବିବାହ ଏଠାରେ ଦେଖିବାକୁ ମିଳୁଛି। ସେହିପରି ବନାଞ୍ଚଳକୁ କେତେକ ଜବରଦଖଲ କରିଥିବାରୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ଉନ୍ନୟନ କାର୍ଯ୍ୟ ପାଇଁ ସାମଗ୍ରୀ ପରିବହନରେ ସେତୁ ହିଁ ବାଧକ ସାଜିଛି। ସେହିପରି ପ୍ରତି ଗ୍ରାମକୁ ରାସ୍ତା, ତଟବନ୍ଧକୁ ଉଚ୍ଚା କରିବା, ହେନ୍ତାଳ ବଣର ସୁରକ୍ଷାକୁ ମତଦାତାମାନେ ଗୁରୁତ୍ୱ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଉପାନ୍ତ ଅଞ୍ଚଳରେ ଥିବା ଏହି ପଞ୍ଚାୟତ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଘେରରେ ଅଛି। ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାର ନିରାକରଣ ବ୍ୟବସ୍ଥା ଜିଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଛି। ଖରିନାସୀ ସେତୁ ନିର୍ମାଣକୁ ଅଧିକ ଗୁରୁତ୍ୱ ଦିଆ ଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?