ପାଟ୍ରୋଲିଂ ଢିଲା, ବଢୁଛି ଅପରାଧ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଛୋଟ ବଡ଼ ଚୋରି, ଲୁଟ୍‌ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟୁଛି। କଥାକଥାକେ ଲୋକଙ୍କୁ ହତ୍ୟା କରାଯାଉ ଥିବାବେଳେ ଦିନ ଦ୍ୱିପ୍ରହରରେ ମୋବାଇଲ, ସାଇକେଲ, ବାଇକ୍‌ ଚୋରି ହେଉଛି। ସେହପରି ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରୁଛନ୍ତି । ଗତ ସପ୍ତାହକ ମଧ୍ୟରେ ଏଠାରେ ୨ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ଥିବାବେଳେ ଗୋଟିଏ ରାତିରେ ଶାନ୍ତି ନଗରରେ ଘର ତାଲା ଭାଙ୍ଗି ଚୋରି ହେବା ସହିତ ୨ଟି ବାଇକ୍‌ ଚୋରି ହୋଇଛି। ସହରରେ ଚାଲିଥିବା ନିଶା ଏବଂ ସଟ୍ଟା କାରବାର ଯୋଗୁ ଏଠାରେ ଅପରାଧ ବଢ଼ି ଚାଲିଛି। ପୋଲିସର ଢିଲା ପାଟ୍ରୋଲିଂର ସୁଯୋଗ ନେଇ ଅପରାଧୀମାନେ ସକ୍ରିୟ ହୋଇ ପଡ଼ିଥିବା ମତପ୍ରକାଶ ପାଇଛି ।
ବରଗଡ଼ ସହରରେ ଜିଲା ପୋଲିସ ମୁଖ୍ୟାଳୟ, ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟ ସମେତ ଟାଉନ ଥାନା ରହିଛି। ସହରର ପୂର୍ବପଟେ ବରାହଗୋଡ଼ା ଟୋଲପ୍ଲାଜା ନିକଟରେ ଗ୍ରାମାଞ୍ଚଳ ଥାନା ଥିବାବେଳେ ପଶ୍ଚିମପଟେ ଅନତି ଦୂରରେ ସଦର ଥାନା ରହିଛି। ସହର ମଧ୍ୟରେ ୨ ପୋଲିସ ଫାଣ୍ଡି ମଧ୍ୟ ରହିଛି। ଲମ୍ବା ବିଲ୍‌ଡ଼ିଂ-ଭଟଲି ଛକ ରାସ୍ତାପାର୍ଶ୍ୱରେ ଫାଣ୍ଡି ନଂ-୧ ରହିଥିବାବେଳେ ଜିଲାପାଳ ଏବଂ ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ରାସ୍ତାପାର୍ଶ୍ୱରେ ଫାଣ୍ଡି ନଂ-୨ ରହିଛି। ସେହିପରି ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରାଫିକ୍‌ ଟାୱାର ରହିଛି। ଏଭଳି ଥାନା, ଫାଣ୍ଡିଠାରୁ ଆରମ୍ଭ କରି ପୋଲିସ ମୁଖ୍ୟାଳୟ ରହିଥିବା ସତ୍ତ୍ବେ ସହରରେ ଅପରାଧୀମାନେ ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ଦିନକୁ ଦିନ ଅଧିକ ସକ୍ରିୟ ହୋଇ ପଡ଼ୁଛନ୍ତି। ପୋଲିସ ସହରର କେତେକ ନିର୍ଦ୍ଦିଷ୍ଟ ଛକ ସ୍ଥାନରେ ଜଗି ରହି ରାତ୍ରିକାଳୀନ ପାଟ୍ରୋଲିଂ କରୁଛନ୍ତି। ଅନ୍ୟପଟେ ସହରର ଗଳିକନ୍ଦି, ଖୋଲା ପଡ଼ିଆକୁ ନିରାପଦ ସ୍ଥାନ ଭାବି ଅପରାଧୀମାନେ ସେଠାରେ ସଟ୍ଟା, ନିଶା କାରବାରଠାରୁ ଆରମ୍ଭ କରି ଚୋରି, ହତ୍ୟା ଭଳି ଅପରାଧ ଯୋଜନା କରୁଛନ୍ତି।
ସହରର ବିଭିନ୍ନ ଗଳିକନ୍ଦିରେ କଫ ସିରପ୍‌ ବୋତଲ ପଡ଼ି ରହିଛି। ଏପରିକି ଏସ୍‌ପି ଅଫିସ କାନ୍ଥକୁ ଲାଗି ପୌର କାର୍ଯ୍ୟାଳୟ ପଟକୁ ଯାଇଥିବା ଗଳିରାସ୍ତା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ସେଠାରେ ମଧ୍ୟ ବହୁ ପରିମାଣର କଫ ସିରପ୍‌ ବୋତଲ ପଡ଼ି ରହିଥିବା ପରିଲକ୍ଷିତ ହୋଇଛି। ସେହିପରି ଜର୍ଜ ହାଇସ୍କୁଲ ପଡ଼ିଆ, ନୂଆ ଜିରା ବ୍ରିଜ ନିକଟ, ରେଳ ଷ୍ଟେଶନ ରାସ୍ତା, ପାଣିଛତର ଓଭରବ୍ରିଜ, କଟାପାଲି ରାସ୍ତା, ସହର ଉପକଣ୍ଠରେ ଯାଇଥିବା ଫୋରଲେନ୍‌ ରାସ୍ତାରେ ଦ୍ୱିପ୍ରହର ଏବଂ ସନ୍ଧ୍ୟା ସମୟରୁ ରାତି ପର୍ଯ୍ୟନ୍ତ ମେଳି କରି ସେଠାରେ ନିଶା କାରବାର ଚାଲୁଥିବା ଅଭିଯୋଗ ହେଉଛି।
ସହରରେ ଏଭଳି ଅପରାଧ ବଢ଼ି ଚାଲିଥିବାବେଳେ ପୋଲିସ ପାଟ୍ରୋଲିଂ ମଧ୍ୟ ଦିନକୁ ଦିନ ଢ଼ିଲା ହୋଇ ଯାଉଥିବା ପରିଲକ୍ଷିତ ହେଉଛି। ଧର୍ମକୁ ଆଖିଠାର ଭଳି ପିସିଆର୍‌ ପଇଁତରା ମାରୁଛି। ହେଲେ ପୂର୍ବଭଳି ଆଉ ପିସିଆର୍‌ ବାଇକ୍‌ ସହରରେ ବୁଲୁଥିବା ଦେଖିବାକୁ ମିଳୁନାହିଁ। ସେହିପରି ସହରରେ ରହିଥିବା ଫାଣ୍ଡି ନଂ-୧ରେ ପୂର୍ବରୁ ପୋଲିସ କର୍ମଚାରୀମାନେ ଅବସ୍ଥାନ କରି ରାତ୍ରିକାଳୀନ ପାଟ୍ରୋଲିଂ ପାଇଁ ବାହାରୁଥିଲେ। କିନ୍ତୁ ଉକ୍ତ ଫାଣ୍ଡିରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ସେହିପରି ସହରରେ ଅପରାଧୀମାନେ ସକ୍ରିୟ ହେଲେ ପୂର୍ବରୁ ପୋଲିସ ବିଭିନ୍ନ ଛକ ସ୍ଥାନରେ ନାକା ବନ୍ଦୀ କରି ଯାଞ୍ଚ କରୁଥିଲା। କିନ୍ତୁ ତାହା ମଧ୍ୟ ଆଉ ହେଉନାହିଁ। ଏଭଳି ଢିଲା ପାଟ୍ରୋଲିଂର ସୁଯୋଗ ନେଇ ସହରରେ ଅପରାଧୀମାନେ ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇ ପଡ଼ିଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?