‘ପାତ୍ରଙ୍କ ତରବରିଆ ନିଷ୍ପତ୍ତି ଭୁଲ’

ବ୍ରହ୍ମପୁର ଅଫିସ,୯ା୬: ଗଞ୍ଜାମ ଟାଇଗର ନଂ. ୨ ସୂର୍ଯ୍ୟ ନାରାୟଣ ପାତ୍ର ଶାସକ ଦଳ ରାଜନୀତିରେ ଷଡ଼ଯନ୍ତ୍ରର ଶିକାର ହୋଇଥିବା ବିଭିନ୍ନ ମହଲ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ ଏହି ଜିଲାର ବରିଷ୍ଠ ରାଜନେତା ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କୁ ଗଞ୍ଜାମ ଟାଇଗର କୁହାଯାଉଥିଲା। ସେ ବହୁବାର କୋଦଳା ନିର୍ବାଚନମଣ୍ଡଳୀରୁ ବିଧାୟକ ହେବା ସହ ବିଜୁ ବାବୁଙ୍କ ଜନତା ଦଳ ଏବଂ ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ୨୦୦୨ରୁ ସେ ବିଜେଡି ଛାଡ଼ିଥିଲେ। ପ୍ରଥମେ କଂଗ୍ରେସ ଓ ପରେ ଭାଜପାରେ ସାମିଲ ହୋଇଥିଲେ। ଦଳ ବଦଳ ପରେ ଦୁଇ ଦଶନ୍ଧି ହେବ କ୍ଷମତାଚ୍ୟୁତ ହେବାରୁ ତାଙ୍କ ଗର୍ଜନ ଶୁଭିନଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସୂର୍ଯ୍ୟଙ୍କ ରାଜନୈତିକ ଦବ୍‌ଦବା ଜିଲାରେ ଆରମ୍ଭ ହୋଇଥିଲା। ତେଣୁ ତାଙ୍କୁ ଗଞ୍ଜାମ ଟାଇଗର ନଂ. ୨ ଭାବେ ପରିଚିତ କରିଥିଲା।
ସୂର୍ଯ୍ୟ ଛାତ୍ର ଜୀବନରେ ପ୍ରଥମେ ତତ୍କାଳୀନ ଜନ ସଂଘର ସମର୍ଥକ ଥିଲେ। ପରେ ଅଣ କଂଗ୍ରେସ ରାଜନୀତିରେ ପ୍ରତିଷ୍ଠିତ ହୋଇଥିଲେ। ବ୍ରହ୍ମପୁର ପୌରସଂସ୍ଥାର କାଉନସିଲର ଭାବେ ନିର୍ବାଚିତ ହୋଇ ସକ୍ରିୟ ରାଜନୀତିକୁ ଆସିଥିଲେ। ୧୯୮୪, ୧୯୮୯ ଲୋକ ସଭା ନିର୍ବାଚନରେ ବ୍ରହ୍ମପୁର ଆସନରୁ ଜନତା ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାସ୍ତ ହୋଇଥିଲେ। ୧୯୯୦ ବିଧାନସଭା ନିର୍ବାଚନରେ ମୋହନା କ୍ଷେତ୍ରରୁ ଜନତା ଦଳରୁ ବିଧାୟକ ହୋଇଥିଲେ। ବିଧାୟକ ଥାଇ ୧୯୯୧ ଲୋକସଭା ନିର୍ବାଚନରେ ପୁଣି ଜନତା ଦଳରୁ ବ୍ରହ୍ମପୁର କ୍ଷେତ୍ରରୁ ହାରିଥିଲେ। ବିଜୁବାବୁଙ୍କ ଶୁଭ ଦୃଷ୍ଟି ଥିବାରୁ ୧୯୯୨ରେ ପ୍ରଥମେ ଜନତା ଦଳ ସରକାରରେ ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିଲେ। ୧୯୯୫ ବିଧାନସଭା ନିର୍ବାଚନରେ ସେ ମୋହନାରୁ ଦ୍ୱିତୀୟଥର ନିର୍ବାଚିତ ହୋଇଥିଲେ।
ପରବର୍ତ୍ତୀ ୨୦୦୦ ରୁ ୨୦୧୯ ମଧ୍ୟରେ ହୋଇଥିବା ୫ ବିଧାନସଭା ନିର୍ବାଚନରେ ପାତ୍ର ଲଗାତର ଭାବେ ମୋହନାରୁ ଆଉ ୨ ଥର ଏବଂ ସୀମା ନିର୍ଦ୍ଧାରଣ ଓ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ ନୂଆ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଗଠନ ହେବାରୁ ସବୁ ନିର୍ବାଚନରେ ବିଜେଡିରୁ ନିର୍ବାଚିତ ହୋଇଥିଲେ। ନବୀନଙ୍କ ଚତୁର୍ଥ ପାଳି ସରକାର ପର୍ଯ୍ୟନ୍ତ ସେ କ୍ୟାବିନେଟ ମନ୍ତ୍ରୀ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିଲେ। ୨୦୧୪ ନିର୍ବାଚନରେ ସେ ୩ ବର୍ଷ ମନ୍ତ୍ରୀ ହୋଇ ନ ଥିଲେ ମଧ୍ୟ ଦଳର ସଂଗଠନରେ ମୁଖ୍ୟ ଭୂମିକା ନେଉଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କୁ ନବୀନ ପୁଣି ମନ୍ତ୍ରୀ ପରିଷଦରେ ସାମିଲ କରିଥିଲେ। ପଞ୍ଚମ ପାଳି ଶାସନରେ ସୂର୍ଯ୍ୟଙ୍କୁ ମନ୍ତ୍ରୀ ନ କରି ସାମ୍ବିଧାନିକ ପଦ ବିଧାନସଭା ବାଚସ୍ପତି କରାଯାଇଥିଲା। ଗତ ସପ୍ତାହରେ ମନ୍ତ୍ରୀ ପରିଷଦ ପୁନର୍ଗଠନ ପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ବାଚସ୍ପତିଙ୍କୁ ମଧ୍ୟ ଇସ୍ତଫା ଦେବାକୁ କୁହାଯାଉଥିବା ପ୍ରଚାର ହେଲା। ସେ ମଧ୍ୟ କାଳ ବିଳମ୍ବ ନ କରି ପଦରୁ ଇସ୍ତଫା ଦେଲେ ।
ସାମ୍ବିଧାନିକ ଓ ମର୍ଯ୍ୟାଦାପୂର୍ଣ୍ଣ ବାଚସ୍ପତି ପଦରୁ ପାତ୍ରଙ୍କ ଅଚାନକ ଇସ୍ତଫା ରାଜନୈତିକ ସଚେତନ ଜିଲା ଗଞ୍ଜାମରେ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି। କାଳେ ପୁଣି ମନ୍ତ୍ରୀ ହେବା ଆଶା ରଖି ପଦ ଛାଡ଼ିଥିବା କେତେକ କହୁଥିବା ବେଳେ କୌଣସି ବଡ଼ କାରଣରୁ ବିଜେଡି ପକ୍ଷରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ଆଉ କେତେକ ମତପ୍ରକାଶ କରିଛନ୍ତି। ତେବେ ଅସଲ କାରଣ ପଦାକୁ ନ ଆସି ଅସ୍ପଷ୍ଟ ରହିଛି। ୨୦୨୪ ନିର୍ବାଚନ ନିକଟତର ହୋଇଛି ଏବଂ ବିଜେଡି ମଧ୍ୟ ନୂଆ ରଣନୀତି ଆରମ୍ଭ କରି ଦେଇଛି। ଏଭଳି ସ୍ଥିତିରେ ପାତ୍ର ଦଳୀୟ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଓ ପଦ ଛାଡ଼ିଥିବା ଆଲୋଚନା ପରିସରକୁ ଆସିଛି। ଜିଲାର ଜଣେ ବରିଷ୍ଠ ରାଜେନେତା ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ସୂର୍ଯ୍ୟ ତରବରିଆ ଭାବେ ଇସ୍ତଫା ଦେବା ତାଙ୍କ ଭୁଲ ନିଷ୍ପତ୍ତି ହୋଇଥିବା ଆଲୋଚନା ପ୍ରସଙ୍ଗରେ ସୂଚାଇଛନ୍ତି। ମନ୍ତ୍ରୀ ହେବାକୁ ଆଶା ରଖି କରିଥାଇ ପାରନ୍ତି ବୋଲି ଅନୁମାନ କରିଛନ୍ତି। ଯଦି ବିଜେଡି ନିର୍ଦ୍ଦେଶରେ ସେ ଇସ୍ତଫା ଦେଇନଥାନ୍ତେ ତେବେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ଆଣିବା ସହଜ ନୁହେଁ ବୋଲି ଚିନ୍ତାମଣି ଦର୍ଶାଇଛନ୍ତି। ଏଭଳି ନୂଆ ଘଟଣା କାହିଁକି ଘଟିଲା ତାହା ନିଜେ ପାତ୍ର ଓ ତାଙ୍କ ଦଳ ସର୍ବସାଧାରଣରେ ପ୍ରକାଶ କରିବା ନିହାତି ଆବଶ୍ୟକ ବୋଲି ଦ୍ୟାନ ସାମନ୍ତରା ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri