୨୪୫୧ ବେଡ୍‌ ବିଏମ୍‌ସିକୁ ନିଅଣ୍ଟ: ଘରେ ଚିକିତ୍ସିତ ହେବେ ଲକ୍ଷଣ ନ ଥିବା ରୋଗୀ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଘରେ ରହି କରୋନା ଆକ୍ରାନ୍ତ ଚିକିତ୍ସିତ ହେବେ ବୋଲି ବିଏମ୍‌ସି ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଲକ୍ଷଣ ନ ଥିବା କିମ୍ବା ଅଳ୍ପ ଲକ୍ଷଣ ଥିବା କୋଭିଡ୍‌ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇପାରିବେ। ଏଥିପାଇଁ ତାଙ୍କ ପରିବାର ବିଏମ୍‌ସି ସହ ଚୁକ୍ତିପତ୍ର କରିବେ। ଭୁବନେଶ୍ୱରରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବା ଫେରନ୍ତାମାନେ ବିଏମ୍‌ସି ଜାରି କରିଥିବା ଗାଇଡ୍‌ଲାଇନ୍‌ ନ ପାଳିବାରୁ ସଂକ୍ରମଣ ବଢୁଥିବା ବିଏମ୍‌ସି ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ କହୁଛନ୍ତି। ଅନ୍ୟପକ୍ଷରେ ଘରେ ରହି କରୋନା ରୋଗୀ ଚିକିତ୍ସିତ ହେବା ପାଇଁ ବିଏମ୍‌ସି ଦେଇଥିବା ନିର୍ଦ୍ଦେଶ ସହରବାସୀଙ୍କୁ ବ୍ୟଥିତ ଓ ଭୟଭୀତ କରିଛି।

ବିଏମ୍‌ସିର ଜଣେ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ବିଏମ୍‌ସି ଅଞ୍ଚଳରେ ୬୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଭୁବନେଶ୍ୱରରେ ୨ଟି କୋଭିଡ୍‌ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହେବା ପାଇଁ ମୋଟ ୧୦୨୫ ବେଡ୍‌ ରହିଛି। ଏହାବ୍ୟତୀତ ରାଜ୍ୟ ସରକାର ଶନିବାର ହାଇଟେକ୍‌ ମେଡିକାଲରେ ଆଉ ୫୦୦ ବେଡ୍‌, ସମ୍‌ ହସ୍ପିଟାଲ ଓ ମେଡିକାଲ କଲେଜର ଦୁଇଟି ସ୍ଥାନରେ ୮୦୦ ବେଡ୍‌, ନୀଳାଞ୍ଚଳ ଡିସିଏଚ୍‌ରେ ୧୨୬ ବେଡ୍‌ ଓ ୧୫ଟି ଆଇସିୟୁ ବେଡ୍‌ ସ୍ଥାପନ ପାଇଁ ଘୋଷଣା କରିଛନ୍ତି। ନୀଳାଞ୍ଚଳରେ ପୂର୍ବରୁ ୭୦ଟି ଆଇସିୟୁ ବେଡ୍‌ ଥିବାବେଳେ ବର୍ତ୍ତମାନର ଘୋଷଣା ପରେ ଏହି ସଂଖ୍ୟା ୮୫କୁ ବୃଦ୍ଧି ପାଇବ। ଏତେ ବେଡ୍‌ ଥାଇ ମଧ୍ୟ ବିଏମ୍‌ସି କୋଭିଡ୍‌ ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବା ପାଇଁ ନିର୍ଦ୍ଦେଶନାମା ଦେବା ପଛରେ କି ରହସ୍ୟ ଅଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ନୂଆ ଏସ୍‌ଓପି କ’ଣ ?
ଲକ୍ଷଣ ନ ଥିବା କରୋନା ଆକ୍ରାନ୍ତଙ୍କ ଘରେ ସଙ୍ଗରୋଧ ବ୍ୟବସ୍ଥା ଥିଲେ ସେ ଘରେ ରହି ଚିକିତ୍ସିତ ହୋଇପାରିବେ। ବସ୍ତି ଅଞ୍ଚଳରେ ଏହା ଲାଗୁ ହେବନି। ୬୦ ବର୍ଷରୁ ଅଧିକ ବୟସ୍କ, ଏକାଧିକ ରୋଗ ଥିବା ଆକ୍ରାନ୍ତ, କର୍କଟ, ଏଚ୍‌ଆଇଭି ରୋଗୀ, ଅଙ୍ଗ ପ୍ରତ୍ୟାରୋପଣ କରିଥିବା ରୋଗୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବନି। ଲକ୍ଷଣ ନ ଥାଇ କିମ୍ବା ଅଳ୍ପ ଲକ୍ଷଣ ଥିବା ଆକ୍ରାନ୍ତ ଡାକ୍ତରୀ ପ୍ରମାଣପତ୍ର ଓ ୨୪ ଘଣ୍ଟା ସେବା ଦେବା ଭଳି ଜଣେ ସେବା ପ୍ରଦାନକାରୀ ରଖିଥିଲେ, ବିଏମ୍‌ସି ଅଣ୍ଡରଟେକିଂ ନେଇ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇପାରିବେ। ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହେଲେ, ବିଏମ୍‌ସିକୁ ଜଣାଇ ତାଙ୍କୁ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ନୂଆ ମନ୍ତ୍ରୀମାନେ ନେବେ ଶପଥ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ରାଜନୈତିକ ମହଲରେ ବେଶ୍‌ କିଛିଦିନ ଧରି ଆଲୋଚନା ହୋଇଆସୁଥିଲା। ତେବେ ଆସନ୍ତା ସୋମବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି...

ଓମିକ୍ରନରେ ଶେଷ ହେବ ନାହିଁ କରୋନା ସଂକ୍ରମଣ, ଆଗକୁ ଆସିବ ନୂଆ ଭାରିଏଣ୍ଟ!

ନୂଆଦିଲ୍ଲୀ,୨୨ ।୧: ଦ ଲ୍ୟାସେଟର ଏକ ଗବେଷଣା ଅନୁଯାୟୀ, କରୋନା ମହାମାରୀ ଶୀଘ୍ର ଶେଷ ହୋଇଯିବ । ହେଲେ ଭାଇରସର ସଂକ୍ରମଣ ଜାରି ରହିବ ।...

ପୋଲିସ ଉପରକୁ ଅଣ୍ଡାମାଡ଼

ବାରିପଦା ଅଫିସ,୧୧।୧୧: ମୟୂରଭଞ୍ଜ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବୁଧବାର ବାରିପଦା ସ୍ଥିତ ଏସ୍‌ପି ଅଫିସ ଘେରାଉ ସମୟରେ ଅଭାବନୀୟ ଘଟଣା ଘଟିଛି। ଭାଜପା...

ଦିନକ ପରେ ନିର୍ବାଚନ ଫଳ: ଭୋଟଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା

ଢେଙ୍କାନାଳ ଅଫିସ, ୨୨।୫- ଖୋଲିବ ଇଭିଏମ୍‌ରେ ବନ୍ଦ ଥିବା ପ୍ରାର୍ଥୀଙ୍କ ଭାଗ୍ୟ। ଘଟିବ ସବୁ କଳ୍ପନାଜଳ୍ପନାର ଅନ୍ତ। କାହା ମୁଣ୍ଡରେ ଭୋଟର ସୁନାକଳସ ଢାଳିଛନ୍ତି ଏବଂ...

ଜିଲାକୁ ଫେରିଥିଲେ ୩୭, ଶେଷ ହେଲା ୩୬ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧି

କେନ୍ଦୁଝର,୧୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୩୬ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଛି। ଜିଲାରେ...

ଆଗକୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ଭୂତାଣୁ ଭାରତରେ ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟକୁ ଆସିଥିବା ଆଶଙ୍କା କରାଯାଉଥିବାବେଳେ ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ। ଏହାର ମୁକାବିଲା ପାଇଁ...

୧ରୁ ଯୁକ୍ତ୨ ପ୍ରାକ୍ଟିକାଲ: ହବ୍‌ ସେଣ୍ଟରକୁ ଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର, ୩୧ା୧(ବ୍ୟୁରୋ): ସିଏଚ୍‌ଏସ୍‌ଇ ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୧ ତାରିଖରୁ ଆରମ୍ଭ ହେବ। ସୋମବାର ରାଜ୍ୟର ସମସ୍ତ ହବ୍‌ ସେଣ୍ଟରକୁ ଉଭୟ...

ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଚଢ଼ି ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ମିଳିଛି। ତାଙ୍କର...

Advertisement
Archives

Model This Week