୨୪୫୧ ବେଡ୍‌ ବିଏମ୍‌ସିକୁ ନିଅଣ୍ଟ: ଘରେ ଚିକିତ୍ସିତ ହେବେ ଲକ୍ଷଣ ନ ଥିବା ରୋଗୀ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଘରେ ରହି କରୋନା ଆକ୍ରାନ୍ତ ଚିକିତ୍ସିତ ହେବେ ବୋଲି ବିଏମ୍‌ସି ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଲକ୍ଷଣ ନ ଥିବା କିମ୍ବା ଅଳ୍ପ ଲକ୍ଷଣ ଥିବା କୋଭିଡ୍‌ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇପାରିବେ। ଏଥିପାଇଁ ତାଙ୍କ ପରିବାର ବିଏମ୍‌ସି ସହ ଚୁକ୍ତିପତ୍ର କରିବେ। ଭୁବନେଶ୍ୱରରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବା ଫେରନ୍ତାମାନେ ବିଏମ୍‌ସି ଜାରି କରିଥିବା ଗାଇଡ୍‌ଲାଇନ୍‌ ନ ପାଳିବାରୁ ସଂକ୍ରମଣ ବଢୁଥିବା ବିଏମ୍‌ସି ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ କହୁଛନ୍ତି। ଅନ୍ୟପକ୍ଷରେ ଘରେ ରହି କରୋନା ରୋଗୀ ଚିକିତ୍ସିତ ହେବା ପାଇଁ ବିଏମ୍‌ସି ଦେଇଥିବା ନିର୍ଦ୍ଦେଶ ସହରବାସୀଙ୍କୁ ବ୍ୟଥିତ ଓ ଭୟଭୀତ କରିଛି।

ବିଏମ୍‌ସିର ଜଣେ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ବିଏମ୍‌ସି ଅଞ୍ଚଳରେ ୬୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଭୁବନେଶ୍ୱରରେ ୨ଟି କୋଭିଡ୍‌ ହସ୍ପିଟାଲରେ କରୋନା ରୋଗୀ ଚିକିତ୍ସିତ ହେବା ପାଇଁ ମୋଟ ୧୦୨୫ ବେଡ୍‌ ରହିଛି। ଏହାବ୍ୟତୀତ ରାଜ୍ୟ ସରକାର ଶନିବାର ହାଇଟେକ୍‌ ମେଡିକାଲରେ ଆଉ ୫୦୦ ବେଡ୍‌, ସମ୍‌ ହସ୍ପିଟାଲ ଓ ମେଡିକାଲ କଲେଜର ଦୁଇଟି ସ୍ଥାନରେ ୮୦୦ ବେଡ୍‌, ନୀଳାଞ୍ଚଳ ଡିସିଏଚ୍‌ରେ ୧୨୬ ବେଡ୍‌ ଓ ୧୫ଟି ଆଇସିୟୁ ବେଡ୍‌ ସ୍ଥାପନ ପାଇଁ ଘୋଷଣା କରିଛନ୍ତି। ନୀଳାଞ୍ଚଳରେ ପୂର୍ବରୁ ୭୦ଟି ଆଇସିୟୁ ବେଡ୍‌ ଥିବାବେଳେ ବର୍ତ୍ତମାନର ଘୋଷଣା ପରେ ଏହି ସଂଖ୍ୟା ୮୫କୁ ବୃଦ୍ଧି ପାଇବ। ଏତେ ବେଡ୍‌ ଥାଇ ମଧ୍ୟ ବିଏମ୍‌ସି କୋଭିଡ୍‌ ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବା ପାଇଁ ନିର୍ଦ୍ଦେଶନାମା ଦେବା ପଛରେ କି ରହସ୍ୟ ଅଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ନୂଆ ଏସ୍‌ଓପି କ’ଣ ?
ଲକ୍ଷଣ ନ ଥିବା କରୋନା ଆକ୍ରାନ୍ତଙ୍କ ଘରେ ସଙ୍ଗରୋଧ ବ୍ୟବସ୍ଥା ଥିଲେ ସେ ଘରେ ରହି ଚିକିତ୍ସିତ ହୋଇପାରିବେ। ବସ୍ତି ଅଞ୍ଚଳରେ ଏହା ଲାଗୁ ହେବନି। ୬୦ ବର୍ଷରୁ ଅଧିକ ବୟସ୍କ, ଏକାଧିକ ରୋଗ ଥିବା ଆକ୍ରାନ୍ତ, କର୍କଟ, ଏଚ୍‌ଆଇଭି ରୋଗୀ, ଅଙ୍ଗ ପ୍ରତ୍ୟାରୋପଣ କରିଥିବା ରୋଗୀଙ୍କ କ୍ଷେତ୍ରରେ ଏହା ଲାଗୁ ହେବନି। ଲକ୍ଷଣ ନ ଥାଇ କିମ୍ବା ଅଳ୍ପ ଲକ୍ଷଣ ଥିବା ଆକ୍ରାନ୍ତ ଡାକ୍ତରୀ ପ୍ରମାଣପତ୍ର ଓ ୨୪ ଘଣ୍ଟା ସେବା ଦେବା ଭଳି ଜଣେ ସେବା ପ୍ରଦାନକାରୀ ରଖିଥିଲେ, ବିଏମ୍‌ସି ଅଣ୍ଡରଟେକିଂ ନେଇ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇପାରିବେ। ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହେଲେ, ବିଏମ୍‌ସିକୁ ଜଣାଇ ତାଙ୍କୁ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର, ୨୮।୯: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ ଦଳୀୟ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

ସୁଶାନ୍ତ ସିଂଙ୍କ ପୋଷ୍ଟମର୍ଟମକୁ ନେଇ ଭଉଣୀ ଶ୍ୱେତାଙ୍କ ନୂଆ ଦାବି, ଆଖିରେ ଆଘାତ….

ବଲିଉଡ୍‌ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୬ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାମଲାଟି ପୁଣିଥରେ ଚର୍ଚ୍ଚାକୁ ଆସିଛି । ସୁଶାନ୍ତଙ୍କ ଭଉଣୀ…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଦେଶୀ ବିହନ ସଂରକ୍ଷଣରେ ବୈଦନାଥଙ୍କ ନିଆରା ପ୍ରୟାସ, ୨୨ କିସମର ଧାନ ସଂଗ୍ରହ କରି…

କର୍ଲାମୁଣ୍ଡା,୨୮ା୯(ପ୍ରଦୀପ କୁମାର ସାହୁ): ଦେଶୀ ବିହନର ସୁରକ୍ଷା ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ, ମାଟି ଓ ଜୈବବିବିଧତାର ସୁରକ୍ଷା ତଥା ବିଷମୁକ୍ତ ଓ ପୁଷ୍ଟିକର ଖାଦ୍ୟ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?