ରୋଗୀଙ୍କ ପ୍ରିୟ ଡାକ୍ତରଙ୍କ ପରଲୋକ: ବ୍ରେନ୍ ଷ୍ଟ୍ରୋକ୍ ନେଲା ଦୀନବନ୍ଧୁଙ୍କ ଜୀବନ

ଭବାନୀପାଟଣା, ୨୨/୧୧ (ଉତ୍ତମ କୁମାର ଦାଶ): ବ୍ରେନ୍ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହୋଇ ରବିବାର ସକାଳେ ବରିଷ୍ଠ ଡାକ୍ତର ଦୀନବନ୍ଧୁ ସାହାଣୀ (୬୨)ଙ୍କ ପରଲୋକ ଘଟିଛି। ସେ ଜୁନାଗଡ଼ ବ୍ଲକ୍‌ ଅନ୍ତର୍ଗତ ଚାରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ।

ସୂଚନା ଅନୁଯାୟୀ, ରବିବାର ସକାଳେ ସେ ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଚାରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଡାକ୍ତର ସାହାଣୀ ପୂର୍ବରୁ ଜୁନାଗଡ଼ ଓ ଚିଲଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ କାର୍ଯ୍ୟ କରିଥିଲେ। ଜଣେ ଦକ୍ଷ, ଅଭିଜ୍ଞ ଓ ଉତ୍ତମ ଚିକିତ୍ସକ ଭାବେ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ରୋଗୀଙ୍କ ପ୍ରତି ତାଙ୍କର ଉତ୍ତମ ବ୍ୟବହାର, ମାନବିକତା ଓ ନିଷ୍ଠାପର ଚିକିତ୍ସା ସେବା ପାଇଁ ସେ ସମସ୍ତଙ୍କ ନିକଟରେ ଆଦରଣୀୟ ହୋଇପାରିଥିଲେ।

ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଜୁନାଗଡ଼ ଓ ଚାରବାହାଲ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ଅଭିଜ୍ଞ ଓ ଲୋକପ୍ରିୟ ଡାକ୍ତରଙ୍କୁ ହରାଇ ଅଞ୍ଚଳବାସୀ ଗଭୀର ମର୍ମାହତ ହୋଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ସାହିତ୍ୟର ମହାକୁମ୍ଭ: ୨୯ରେ ରାଜ୍ୟସ୍ତରୀୟ ଲେଖକ ସମାବେଶ

କେସିଙ୍ଗା, ୨୨/୧୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାି କେସିଙ୍ଗାସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଋଷି ସାହା ସାଂସ୍କୃତିକ ଭବନଠାରେ ଶନିବାର ସନ୍ଧ୍ୟାରେ ଚେତାବନୀ ସାହିତ୍ୟ…

ଥରିବେ ପାକିସ୍ତାନୀ ବୋଲର! ଏସିଆ କପ୍‌ରେ ରନ ବର୍ଷା କରିବେ ବୈଭବ ଓ ଅଭିଷେକ

ନୂଆଦିଲ୍ଲୀ,୨୨।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ଭାରତ A ଏବଂ ପାକିସ୍ତାନ A ମଧ୍ୟରେ ମହାମୁକାବଲା ହେବାକୁ ଯାଉଛି। ଉଭୟ ଦଳ ଟୁର୍ନାମେଣ୍ଟରେ ନିଜର ପ୍ରଥମ…

ନ୍ୟୁଜିଲାଣ୍ଡ ବିପକ୍ଷରେ ଋଷଭ ପନ୍ତଙ୍କ ଧମାକାଦାର ଶତକ; ଭାଙ୍ଗିଲେ ୫ ବଡ଼ ରେକର୍ଡ, ଧୋନୀଙ୍କୁ ଦେଲେ ମାତ୍‌

ନୂଆଦିଲ୍ଲୀ,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଚମତ୍କାର ବ୍ୟାଟିଂ କରିଛି। ଧୂଆଁଧାର ୱିକେଟ କିପର…

ବାତ୍ୟା ‘ଅକୱନ’ ପାଇଁ ସିଲ୍ ଥିବା ଗାଜଲବାଡ଼ି ଘାଟିରେ ପୁଣି ହାଲୁକା ଯାନ ଚଳାଚଳ ଆରମ୍ଭ: ଆଉ ଦୁଇ ଦିନ ମଧ୍ୟରେ…

ଦାରିଙ୍ଗବାଡ଼ି, ୨୨/୧୧ (ଅରୁଣ ସାହୁ): ବାତ୍ୟା ‘ଅକୱନ’କୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ିରୁ ଗାଜଲବାଡ଼ିକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା।…

ସାଧାରଣ ଲୋକଙ୍କ ପକେଟ୍‌କୁ ଝଟକା: କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିଲା

ନୂଆଦିଲ୍‌ଲୀ,୨୨।୧୧: କ୍ଷୀର ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତା ଅଟେ। ସକାଳର ଚା’ଠାରୁ ଆରମ୍ଭ କରି ପିଲାଙ୍କ ଜଳଖିଆ ଏବଂ ଦହି-ପନିର ପର୍ଯ୍ୟନ୍ତ, ଅନେକ ଜିନିଷ ପାଇଁ ଲୋକେ…

ମୁମ୍ୱାଇ ଇଣ୍ଡିଆନ୍ସକୁ ଆଉ ଏକ ଝଟ୍‌କା: ହାର୍ଦ୍ଦିକଙ୍କ ପରେ ଏବେ ପଞ୍ଜାବ ଶିବିରରେ ଯୋଗଦେବେ ଏହି ଭାରତୀୟ ଷ୍ଟାର

ନୂଆଦିଲ୍ଲୀ,୨୨।୧୧: ଆଇପିଏଲ (IPL) ୨୦୨୭ ପୂର୍ୱରୁ ଟ୍ରେଡ ଜରିଆରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ୱାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗ୍ସର ଅଂଶ ହୋଇଯାଇଛନ୍ତି। ଏହି ଟ୍ରେଡ ପ୍ରତ୍ୟେକ ପ୍ରଶଂସକଙ୍କୁ…

ଏଠି ଏମିତି ହୁଏ

ଭାରତରେ ସରକାରଙ୍କ ଦ୍ୱାରା କରାଯାଉଥିବା ହତ୍ୟାର ନାମ ‘ଏନ୍‌କାଉଣ୍ଟର’ ଏବଂ ହତ୍ୟାକାରୀଙ୍କୁ ‘ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ’ କୁହାଯାଏ। ବୋଧହୁଏ ଏନ୍‌କାଉଣ୍ଟର ପାଇଁ ନିଷ୍ଠୁର ଭାବେ ଟ୍ରିଗର ଦବାଇବା ବ୍ୟତୀତ…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର,ସମ୍ୱଲପୁର,୨୨ା୧୧(ବନ୍ଦନା ସେଠୀ/ପ୍ରମୋଦ ବହିଦାର): ବଙ୍ଗୋପସାଗରରେ ପ୍ରତିବର୍ଷ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ଏବଂ ଏହାର ପ୍ରଭାବ ଓଡ଼ିଶାରେ ପଡ଼େ। ଚଳିତବର୍ଷ ଅକ୍ଟୋବର-ନଭେମ୍ୱର ମଧ୍ୟରେ ଏପର୍ଯ୍ୟନ୍ତ ୩ଟି ବାତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?