ଜିଲାରେ ମାନସିକ, ଆର୍ଥିକ ଦଣ୍ଡ ଭୋଗୁଛନ୍ତି ରୋଗୀ

କେନ୍ଦ୍ରାପଡ଼ା, ୨୧ା୫ (ଜଗନ୍ନାଥ ଧଳ):ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଜିଲା ଭାବେ କେନ୍ଦ୍ରାପଡ଼ାକୁ ଚିହ୍ନଟ କରାଯାଇଛି। କୃଷିଭତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଥିବା ବେଳେ ପ୍ରାୟ ୭୦% ଜିଲାବାସୀ ସରକାରୀ ସ୍ବାସ୍ଥ୍ୟସେବାକୁ ଚାହିଁ ବସିଥାନ୍ତି। ଏହି ମୌଳିକ ସୁବିଧା ତୃଣମୂଳସ୍ତରରେ ପହଞ୍ଚତ୍ବା କ୍ଷେତ୍ରରେ ବହୁ ପଛୁଆ। ଉପାନ୍ତ ଅଞ୍ଚଳରେ କ୍ୱାକ୍‌ଙ୍କ ପ୍ରଭାବ ଅଧିକ ରହୁଛି ବୋଲି ସର୍ବଦା ଅଭିଯୋଗ ହୋଇଆସିଛି। ଜିଲାରେ ସ୍ବାସ୍ଥ୍ୟ କର୍ମଚାରୀ ଅଭାବ ଦର୍ଶାଯାଉଥିବା ବେଳେ ବାସ୍ତବରେ ଡାକ୍ତରମାନେ ଘରୋଇ ଚିକିତ୍ସାରେ ଅଧିକ ବ୍ୟସ୍ତ ରହୁଛନ୍ତି। ନର୍ସିଂହୋମ୍‌ରେ ଆଶାକର୍ମୀ ବୁଲୁଥିବା ବେଳେ ବିଜୁ ସ୍ବାସ୍ଥ୍ୟ କାର୍ଡ ନର୍ସିଂହୋମ୍‌ର ଏଟିଏମ୍‌ ପାଲଟିଛି। ଫଳରେ ରୋଗୀ ମାନସିକ ଓ ଆର୍ଥିକ ଦଣ୍ଡ ଭୋଗୁଛନ୍ତି ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ମନୋଜ ନାୟକ ୫ ଦିନ ପୂର୍ବର ଘଟଣାକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଡେରାବିଶ ଅଞ୍ଚଳର ଜଣେ ପ୍ରସୂତିଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର କହିଲେ, ପ୍ରସୂତିଙ୍କ ଅପରେଶନ ଆବଶ୍ୟକ। ସଂଜ୍ଞାହୀନ କରିବା ଏଠାରେ ସମ୍ଭବ ନ ଥିବାରୁ କଟକ ରେଫର କଲେ। ତେବେ ଆମେ ନିକଟସ୍ଥ ନର୍ସିଂହୋମ୍‌ରେ ସମ୍ପୃକ୍ତ ଡାକ୍ତର ଅପରେଶନ କରୁଥିବା ଦେଖିଲୁ। ରାଜ୍ୟ ସରକାରଙ୍କ କଡ଼ା କଟକଣାକୁ ବେଖାତିରକରି ୪ରୁ ଅଧିକ ଆଶାକର୍ମୀଙ୍କୁ ଏହି ନର୍ସିଂହୋମ୍‌ରେ ଦେଖିବାକୁ ପାଇଲୁ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହି ବିଭାଗରେ ୫ ଜଣ ଡାକ୍ତର ନିଯୁକ୍ତ ହୋଇଥିଲେ ମଧ୍ୟ ରେଫର ହେଉଥିବାରୁ ସହର ମଧ୍ୟରେ ୯ ନର୍ସିଂହୋମ୍‌ ସୁରୁଖୁରୁରେ ଚାଲିଥିବା ସେ କ୍ଷୋଭର ସହ ପ୍ରକାଶ କରିଥିଲେ। ସେହିପରି ସହରର ମାଧପୁରସ୍ଥ ସାମାଜିକ କର୍ମୀ ଜ୍ୟୋତିରଞ୍ଜନ ନାୟକ କହିଛନ୍ତି, ସୁପରିଚାଳନା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଡିସ୍‌ପ୍ଲେ ବୋର୍ଡ ଅଛି। ଏହି ବୋର୍ଡରେ କର୍ମଚାରୀଙ୍କ ନାମ, କର୍ତ୍ତବ୍ୟ ସମୟ ଓ ମୋବାଇଲ ନମ୍ବର ରହୁନାହିଁ। ଡାକ୍ତରମାନେ ଏହାର ସୁବିଧା ନେଇ ସକାଳ ୫ଟାରେ ଆଉଟ୍‌ଡୋର କାମ ସାରି ଦେଇ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଆଉଟ୍‌ଡୋରରେ ପ୍ରବଳ ଭିଡ଼ ହେଉଛି। ଅପରପକ୍ଷରେ ଗ୍ରାମାଞ୍ଚଳ ପିଏଚ୍‌ସି ଓ ସିଏଚ୍‌ସିରେ ପ୍ରତ୍ୟେକ ଦିନ ୬ ଘଣ୍ଟା କାର୍ଯ୍ୟ କରିବା ନିୟମ ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସପ୍ତାହରେ ଏକକାଳୀନ ୩ ଦିନ ରହି ନିଜର ୪୨ ଘଣ୍ଟାର କର୍ତ୍ତବ୍ୟ ସାରିଥିବା ପ୍ରକାଶ କରୁଛନ୍ତି। ଉପାନ୍ତ ଅଞ୍ଚଳର ରୋଗୀ ବାଧ୍ୟହୋଇ କ୍ୱାକ୍‌ଙ୍କ ହାବୁଡ଼ରେ ପଡୁଛନ୍ତି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ରୋଗୀଙ୍କ ଭାଗ୍ୟ ପ୍ରେସ୍‌କ୍ରିପ୍‌ଶନର ରେଫରରେ ସୀମିତ। ତେବେ ଏହି ପ୍ରେସ୍‌କ୍ରିପ୍‌ଶନରେ କେଉଁ ଭିତ୍ତିଭୂମି ନ ଥିବାରୁ ରେଫର କରାଯାଉଛି, ସେ ସମ୍ପର୍କରେ ଉଲ୍ଲେଖ ରହୁନାହିଁ। ଫଳରେ ଜିଲା ସ୍ବାସ୍ଥ୍ୟସେବାର ଆବଶ୍ୟକ ଭିତ୍ତିଭୂମିକୁ ସଜଡ଼ାଯାଇପାରୁନାହିଁ। ସାଧାରଣ ଭାବେ ହାଡ ଭଙ୍ଗା ମାମଲାରେ ପ୍ଲାଷ୍ଟରଟିଏ ହେଉନାହିଁ। ବିଭିନ୍ନ ସମୟରେ ଏକ୍ସ-ରେ, ଅଲ୍‌ଟ୍ରାସାଉଣ୍ଡ ଆଦି ମେଶିନ ଚଳାଇବାକୁ କର୍ମଚାରୀ ମିଳୁନାହାନ୍ତି। ଡାକ୍ତର ଓ କର୍ମଚାରୀ ଅଭାବ ଦର୍ଶାଇ ରେଫର କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ଭିତ୍ତିଭୂମି ସଜାଡ଼ିବାରେ ଅଣହେଳା ହେଉଛି। ପ୍ରତ୍ୟେକ ଦିନ ଜିଲାପାଳ ଓ ସିଡିଏମ୍‌ଓଙ୍କ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଗସ୍ତ ହେଲେ ଏହାର ସମାଧାନ ହୋଇପାରନ୍ତା ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ରଙ୍କୁ ପଚାରିବାରେ ଜିଲା ମୁଖ୍ୟ ଚିକିତ୍ସାଳୟ ଶ୍ୟାମଗୁଡିଆକୁ ସ୍ଥାନାନ୍ତର ପରେ ଭିତ୍ତିଭୂମି ସଜାଡ଼ିବାକୁ ସମୟ ଲାଗିଛି। ତେବେ ଏଠାରେ ଥିବା ଭିତ୍ତିଭୂମି ପୂର୍ବାପେକ୍ଷା ରୋଗୀଙ୍କୁ ସହାୟକ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ଦିବସରେ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର,୧୪ା୮ (ଦିଲ୍ଲୀପି ସାମଲ): ବିଭାଜନ ବିଭୀଷିକା ସ୍ମୃତି ଦିବସରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri