Posted inଜାତୀୟ

ରୋଗୀ ଦେଖୁଥିଲେ ବିଗ୍‌ ବସ୍‌, ଡାକ୍ତର କଲେ ବ୍ରେନ୍‌ ସର୍ଜରୀ

ହାଇଦ୍ରାବଦ,୨୨।୧୧: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ରୋଗୀଙ୍କୁ ହୋଶ୍‌ରେ ରଖି ବ୍ରେନ୍‌ ସର୍ଜରୀ କରିଛନ୍ତି ଡାକ୍ତର। ସାଧାରଣତଃ ଗୁରୁତର ରୋଗରେ ପୀଡିତ ରୋଗୀଙ୍କ ଅପରେସନ କରିବା ଡାକ୍ତରଙ୍କ ପାଇଁ ପ୍ରାୟତଃ ବହୁତ କଷ୍ଟସାଧ୍ୟ ହୋଇଥାଏ। ଯେତେବେଳେ ମସ୍ତିଷ୍କ ଉପରେ କଥା ଆସେ, ସେତେବେଳେ ଏହା ଅଧିକ ସମ୍ବେଦନଶୀଳ ହୋଇଯାଏ। ଏପରି ପରିସ୍ଥିତିରେ ଭୁଲ ପାଇଁ କୌଣସି ସୁଯୋଗ ନ ଥାଏ। କିନ୍ତୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଏକ ଘରୋଇ ହସ୍ପିଟାଲର ଡାକ୍ତରମାନେ ରୋଗୀଙ୍କୁ ପ୍ରିୟ ଟେଲିଭିଜନ ଶୋ’ ଦେଖାଇ ଏକ ଗମ୍ଭୀର ମସ୍ତିଷ୍କ ସର୍ଜରୀ କରିଥିଲେ। ଏହି ଅପରେସନ ସଫଳ ମଧ୍ୟ ହୋଇଥିଲା। ୩୩ ବର୍ଷିୟ ରୋଗୀ ଭାରା ପ୍ରସାଦଙ୍କ ମସ୍ତିଷ୍କରେ ଗ୍ଲୋମା ଏବଂ ମୋଟର କର୍ଟେକ୍ସ ହଟାଇବା ପାଇଁ ଅସ୍ତ୍ରୋପଚାର କରାଯାଇଥିଲା। ଗୁଣ୍ଟୁରର ବ୍ରିଣ୍ଡା ନ୍ୟୁରୋ ସେଣ୍ଟରରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ଏବଂ ଏହା ପରେ ତାଙ୍କୁ ଶନିବାର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ତେଣୁ ଅପରେସନ ଚାଲିଥିବାବେଳେ ଭାରାଙ୍କୁ ତାଙ୍କର ପ୍ରିୟ ସୋ ବିଗ ବସ ଏବଂ ହଲିଉଡ ଫିଲ୍ମ ଦେଖାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅସ୍ତ୍ରୋପଚାରରେ ଭାରା ପ୍ରସାଦ ଜାଗ୍ରତ ରଖିବା ଆବଶ୍ୟକ ଥିଲା। ବିଗ୍‌ ବସ୍‌ ଏବଂ ଅବତାର ଫିଲ୍ମ ଦେଖାଇ ତାଙ୍କୁ ଜାଗ୍ରତ କରାଯାଇଥିଲା, ଯାହା ଦ୍ୱାରା ଡାକ୍ତରମାନେ କମ୍ପ୍ୟୁଟର ମାଧ୍ୟମରେ ମସ୍ତିଷ୍କର କାର୍ଯ୍ୟକଳାପ ଉପରେ ନଜର ରଖିପାରିବେ। ଡାକ୍ତରୀ ଟିମ ତାଙ୍କ ମୁଣ୍ଡରୁ ଟ୍ୟୁମର ହଟାଇବା ପାଇଁ ପ୍ରକ୍ରିୟା କରୁଥିବାବେଳେ ରୋଗୀ ତାଙ୍କର ପ୍ରିୟ ଶୋ ଏବଂ ଚଳଚ୍ଚିତ୍ର ଉପଭୋଗ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାପିନେସ୍‌ କ୍ଲାସରେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ରାଜଘାଟରୁ ଫେରି ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଛନ୍ତି। ସେଠାରେ...

ମାମଲା ଦାୟର କଲେ ଜମାଟୋ ଡେଲିଭରି ବୟ

ବେଙ୍ଗାଲୁରୁ, ୧୫।୩ – ବେଙ୍ଗାଲୁରୁ ମହିଳାଙ୍କ ଉପରେ ଜମାଟୋ ଡେଲିଭରି ବୟ ଆକ୍ରମଣ ଘଟଣାରେ ସୋମବାର ଆସିଛି ନୂଆ ମୋଡ଼। ଅଭିଯୁକ୍ତ ଡେଲିଭରି ବୟ ସମାନ...

ମୁମ୍ବାଇ ଲୋକଲ୍‌ ଟ୍ରେନ୍‌ର ଏକ ଫଟୋ ଦେଖି ଭାବପ୍ରବଣ ହେଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ,୩।୧: ଲକଡାଉନ୍‌ ପରେ ମୁମ୍ବାଇ ଲୋକାଲ ଟ୍ରେନ ଫେବୃଆରୀ ୧ ତାରିଖରୁ ପୁନଃଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିୟମ ଅନୁଯାୟୀ କେବଳ...

ପୈତୃକ ଗାଁରେ ପହଞ୍ଚିଲେ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୩୦।୧୨: ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭର୍ଡାକର ରବିବାର ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲା ସ୍ଥିତ ନିଜ ପୈତୃକ ଗାଁରେ ପହଞ୍ଚିଛନ୍ତି। ନିଜ ପରିବାରଙ୍କ ସହ ଲିଓ ଭାରତ...

ଡ୍ରଗ୍ସ ମାମଲାରେ ବଲିଉଡ୍‌ ସୁନ୍ଦରୀଙ୍କୁ ଡାକରା

ନୂଆଦିଲ୍ଲୀ,୨୫।୮ : ବଲିଉଡ୍‌ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ, ରାଣା ଡଗୁବତିଙ୍କ ବ୍ୟତୀତ ୧୦ ଜଣଙ୍କୁ ୪ ବର୍ଷ ପୁରୁଣା ଡ୍ରଗ୍ସ ମାମଲାରେ ପଚରାଉଚୁରା ପାଇଁ...

ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍‌ ବଜେଟ୍‌

ନୂଆଦିଲ୍ଲୀ,୧୧।୧: ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ସଂସଦରେ ପେପର ଲେସ୍‌ ବଜେଟ୍‌ ଉପସ୍ଥାପନ ହେବାକୁ ଯାଉଛି। ଫେବୃୟାରୀରେ ହେବାକୁଥିବା ବଜେଟ ଅଧିବେଶନରେ...

ଦେଶର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ପାଠ ପଢ଼ାଉଛନ୍ତି ସାଇକେଲ୍‌ ଗୁରୁ

ମିର୍ଜାପୁର,୧୨।୧୧: ସାଇକେଲରେ ଭ୍ରମଣ କରି ଦେଶର ବିଭିନ୍ନ ଅଞ୍ଚଳରେ ପାଠ ପଢ଼ାଉଛନ୍ତି ସାଇକେଲ ଗୁରୁ ଆଦିତ୍ୟ କୁମାର। ସେ ଦେଶର ବିଭିନ୍ନ ରାଜ୍ୟ ଭ୍ରମଣ କରି...

ବାହୁବଳୀଙ୍କ ପାଇଁ ‘ବିଏଫ୍‌’ ଫର୍ମୂଲା ଆଣିବେ ନୀତିଶ

ପାଟନା, ୫।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ। ତେବେ ଏଥରକ ନିର୍ବାଚନରେ ଆପରାଧିକ ମାମଲା ଥିବା ବାହୁବଳୀ ନେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜେଡ଼ିୟୁରେ...

Advertisement


Archives

Model This Week