Posted inଫୁରସତ

ରୋଗୀଙ୍କୁ ଲିଫ୍ଟରେ ନେଉଥିଲେ ମେଡିକାଲ କର୍ମଚାରୀ, ପରେ ଯାହା ଘଟିଲା,ଭିଡିଓ ଦେଖିଲେ ପାଦତଳୁ ଖସିଯିବ ମାଟି

ଦୁର୍ଘଟଣା ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ହୋଇପାରେ। ତେଣୁ ସବୁ ସ୍ଥାନରେ ସତର୍କ ରହିବା ଲୋକଙ୍କ ଦାୟିତ୍ୱ। କିନ୍ତୁ ଅନେକ ଥର ସତର୍କ ରହିବା ସତ୍ତ୍ୱେ ବି ଏପରି ଦୁର୍ଘଟଣା ଘଟେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଏପରି ଏକ ଭୟଙ୍କର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

@BornAKang ନାମକ ଟୁଇଟର ଆକଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଜଣେ ରୋଗୀଙ୍କୁ ମେଡିକାଲର ଦୁଇ କର୍ମଚାରୀ ଷ୍ଟ୍ରେଚର ସାହାଯ୍ୟରେ ଲିଫ୍ଟରେ ନେଉଛନ୍ତି। ଲିଫ୍ଟରେ ଷ୍ଟ୍ରେଚରରୁ ରୋଗୀ ଜଣଙ୍କ ଖସି ପଡୁଥିବା ଭିଡିଓରେ ଦେଖାଯାଇଛି। ପ୍ରାୟତଃ ଲୋକଙ୍କୁ ଚେତାବନୀ ଦିଆଯାଏ ଯେ, ଯଦି ସେମାନେ ଲିଫ୍ଟରେ ଯାଉଛନ୍ତି, ତେବେ ସତର୍କତାର ସହିତ ଚଢ଼ନ୍ତୁ। ଲିଫ୍ଟ ମଝିରେ ହାତ ରଖନ୍ତୁ ନାହିଁ, ବଟନ ଦବାଇବା ସମୟରେ ସାବଧାନ ରୁହନ୍ତୁ, କିନ୍ତୁ ଏହି ଭିଡିଓ ଦେଖିବା ପରେ ଲିଫ୍ଟ ବିଷୟରେ ଆପଣଙ୍କ ମନରେ ଏକ ଭିନ୍ନ ଭୟ ଆସିବ।

ଭିଡିଓରେ ମେଡିକାଲ କର୍ମଚାରୀମାନେ ଷ୍ଟ୍ରେଚରରେ ଲିଫ୍ଟ ଭିତରେ ଜଣେ ରୋଗୀଙ୍କୁ ନେଉଥିବା ସମୟରେ ଜଣେ ମହିଳା ଯାଉଥିବା ଦେଖାଯାଉଛି। ଏହି ମହିଳା ଜଣକ ଶାଢ଼ି ପିନ୍ଧିଛନ୍ତି। ତେବେ ଏଥିରୁ ଅନୁମାନ କରାଯାଇପାରେ ଯେ, ଭିଡିଓଟି ଭାରତରୁ ଆସିଛି।  ଏହି ମହିଳା ଜଣକ ସେହି ଲିଫ୍ଟରେ ତଳକୁ ଯିବାର ଥିଲା। ତେଣୁ ସେ ଗ୍ରାଉଣ୍ଡ ଫ୍ଲୋରର ବଟନ ଦବାଇ ଦେଲେ। ଫଳରେ ଲିଫ୍ଟଟି କିଛି ସମୟ ଉପର ତଳ ହୋଇ ଶେଷରେ ତଳେ ପହଞ୍ଚିଲା। ଏହି ସମୟରେ ଷ୍ଟ୍ରେଚରରୁ ରୋଗୀ ଜଣକ ଖସି ପଡୁଥିବା ନଜର ଆସିଛନ୍ତି।

ଏହି ଭିଡିଓକୁ ୧ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର କହିଛନ୍ତି, ଏହା ହେଉଛି ଶେଷ ଗନ୍ତବ୍ୟସ୍ଥଳର ଦୃଶ୍ୟ। ଲିଫ୍ଟ କିପରି ଭୁଲ୍‌ ଭାବରେ ଚାଲୁଥିଲା ସେଥିରେ ଜଣେ ଆଶ୍ଚର୍ଯ୍ୟ ହୋଇଥିଲେ। ଆଉ ଜଣେ ୟୁଜର କହିଛନ୍ତି, ଆମେରିକାରେ ସୁରକ୍ଷା ବୈଶିଷ୍ଟ ବିଭିନ୍ନ ପ୍ରକାରର, ସେଠାରେ ଏପରି ଘଟଣା କମ୍‌ ହୋଇପାରେ। ଅନ୍ୟ ଜଣେ କହିଛନ୍ତି, ବ୍ୟକ୍ତି ଜଣକ ସିଟି ସ୍କାନ୍‌ ପାଇଁ ଯାଇ ଗୋଡ଼ ଭାଙ୍ଗିଥିବେ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?