ସୁଇପର ଭରସାରେ ଚାଲିଛି ରୋଗୀ ସେବା

ନୂଆପଡ଼ା ଅଫିସ,୧୦।୪: ରାଜ୍ୟ ସରକାର ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ନୂଆପଡା ଜିଲାରେ ସବୁ ଫେଲ ମାରୁଛି। ପାର୍ଟଟାଇମ ସୁଇପର ରୁପସିଂ ମାଝିଙ୍କ ଭରସାରେ ଚାଲିଛି ନୂଆପଡା ସଦର ବ୍ଲକ କୁଲିଆବନ୍ଧା ଗାଁରେ ଥିବା ହୋମିଓପାଥିକ ଚିକିତ୍ସାଳୟ। ୧୯୮୦ ଏପ୍ରିଲ ୧ରେ ହୋମିଓପାଥିକ ଚିକିତ୍ସାଳୟ ସ୍ଥାପିତ ହୋଇଛି। ଏଠାରେ କୌଣସି ସ୍ଥାୟୀ ନିଯୁକ୍ତ କର୍ମଚାରୀ ନ ଥିବାରୁ ସବୁ କାମ ପାର୍ଟ ଟାଇମ ସୁଇପର ଚଳାଇ ନେଉଛନ୍ତି। ନୂଆପଡା ସଦର ବ୍ଲକ ସିଆଲଟି ଗାଁରେ ଥିବା ସରକାରୀ ହୋମିଓପାଥିକ ଚିକିତ୍ସାଳୟରେ ନିଯୁକ୍ତ ଡାକ୍ତର ନମିତା ଦାସଙ୍କୁ ଏଠାରେ ଡେପୁଟେଶନରେ ଦେଇଛନ୍ତି। ସେ ସପ୍ତାହରେ ଥରେ ଦୁଇ ଥର ଆସି ରୋଗୀ ଦେଖିବା କଥା। ସେ କେବେ ମଧ୍ୟ ଆସି ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ସରକାରୀ ହୋମିଓପାଥିକ ଚିକିତ୍ସାଳୟରେ କୁଲିଆବନ୍ଧା, ଭାନପୁର, ବିରୋମାଲ, ବିଶୋରା, କାଦୋମେରି, ପରକୋଡ, ବେଲଟୁକୁରୀ, ଜାମପାନି ଆଦି ପଞ୍ଚାୟତ ସମେତ ଛତିଶଗଡର ବାଗବାହାରା, କୋମାଖାନ ଅଞ୍ଚଳର ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଗାଁର ଲୋକେ ନିର୍ଭର କରନ୍ତି। ଦିନକୁ ଶହ ଶହ ରୋଗୀ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅସୁଥିଲେ। ପ୍ରାୟ ୪ ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ଡାକ୍ତର ନ ଥିବାରୁ ସାମାନ୍ୟ ରୋଗୀ ଆସିଲେ ସୁଇପର କାମ ଚଳାଇ ନେଉଥିବା ଗ୍ରାମବାସୀ କହିଛନ୍ତି। ଅତ୍ୟଧିକ ଜ୍ୱର ଏବଂ ଅନ୍ୟ ରୋଗରେ ପଡି ଦୂରଦୂରାନ୍ତରୁ ରୋଗୀମାନେ ଆସି ଅସୁବିଧାର ସମ୍ମୁଖିନ ହୋଇ ଅଧିକ ଖର୍ଚ୍ଚାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଅଭିଯୋଗ ହେଉଛି। ଏହି ହୋମିଓପାଥିକ ଚିକିତ୍ସାଳୟ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି। ନାଁ ଚାଲିଛି ରୋଗୀସେବା ନାଁ ଆସୁଛନ୍ତି ଡାକ୍ତର। ଚିକିତ୍ସାଳୟର ଚର୍ତୁଦିଗରେ ଚାହିଁଲେ ଅନାବନା ଘାସ ଉଠି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଲାଣି। ଚିକିତ୍ସାଳୟରେ ତାର ଲାଗିଛି, ବିଦ୍ୟୁତ ସଂଯୋଗ ନାହିଁ। ଏହି ଚିକିତ୍ସାଳୟକୁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଆସୁଛି। ହେଲେ କର୍ମଚାରୀ ନାହିଁ। ସୁଇପର ରୁପସିଂ ମାଝି ରୋଗୀଙ୍କୁ ପଚାରି ଔଷଧ ଦେଉଛନ୍ତି। କେଉଁ ରୋଗୀଙ୍କୁ କେଉଁ ଔଷଧ ଦେଉଛନ୍ତି ଖୋଦ ଭଗବାନ ହିଁ ଜାଣିବେ। ଚିକତ୍ସାଳୟ ସବୁବେଳେ ବନ୍ଦ ହୋଇ ରହିଥାଏ। ଔଷଧ ନେବାକୁ ହେଲେ ସୁଇପରଙ୍କୁ ଘରକୁ ଯାଇ ଡାକି ଆଣିବାକୁ ପଡେ। ଡେପୁଟେଶନରେ ଥିବା ଡାକ୍ତର ନମିତା ଦାସଙ୍କୁ ପଚାରିବାରୁ ମୁଁ ମାସକୁ ଥରେ ଯାଉଥିଲି। ଉପାନ୍ତ ଅଞ୍ଚଳ ଯିବା ସୁବିଧା ନ ଥିବାରୁ ଯାଇ ପାରୁନାହିଁ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ଡିଏଚଏମଓ ଭବାନୀପାଟଣା ଡା.ବିଜୟଲକ୍ଷ୍ମୀ ବେହେରାଙ୍କୁ ପଚାରିବାରୁ ଡାକ୍ତର ପୋଷ୍ଟ ଆମେ ଦେଇ ପାରିବୁ ନାହିଁ। ସରକାରଙ୍କସ୍ତରରୁ ନିଯୁକ୍ତ ହୋଇଥାନ୍ତି। ବର୍ତ୍ତମାନ ଓପିଏସସି ପରୀକ୍ଷା ହେବାର ଅଛି। ଯେଉଁଠାରେ ଖାଲି ପଡିଛି, ଆମେ ସରକାରଙ୍କୁ ଜଣାଇଦେବୁ। କଳାହାଣ୍ଡି ଓ ନୂଆପଡା ଜିଲାରେ ୨୨ରୁ ୧୧ଜଣ ରହିଛନ୍ତି। ସେଥି ମଧ୍ୟରୁ ନୂଆପଡା ଜିଲାରେ ସିଆଲଟି, ଖଇରା ଓ ଗଣ୍ଡାବାହାଲିରେ ଡାକ୍ତର ରହିଥିବା ବେଳେ କୁଲିଆବନ୍ଧା ଓ ଦାବ୍ରିରେ ଖାଲି ପଡିଛି। ସିଆଲଟିରେ ଥିବା ଡାକ୍ତରଙ୍କୁ ବୁଝି ୩ ଦିନ କୁଲିଆବନ୍ଧା ଓ ୩ ଦିନ ସିଆଲଟି କରି ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?