ଡାକ୍ତର ଅଭାବରୁ ରୋଗୀସେବା ବିପର୍ଯ୍ୟସ୍ତ

ଲହୁଣୀପଡ଼ା,୨୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇଛି। ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କୋଇଡା ଓ ଗୁରୁଣ୍ଡିଆ ବ୍ଲକର ଅନେକ ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି। କିନ୍ତୁ ବିଭାଗୀୟ ଅବହେଳାରୁ ଏଠାରେ ଡାକ୍ତର ନାହାନ୍ତି। ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଏଠାରେ ଆୟୁଷ ଡାକ୍ତର ଓ ଦନ୍ତ ଚିକିତ୍ସକ ବି ଜରୁରୀକାଳୀନ ଡ୍ୟୁଟି କରୁଥିବା ନଜିର ରହିଛି। ଯାହାକି ନିୟମ ବର୍ହିଭୂତ। ଲହୁଣୀପଡ଼ା ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠି ପ୍ରାୟ ଅଧିକାଂଶ ଦିନ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଥାଏ। ଲହୁଣୀପଡ଼ାକୁ ସଂଯୋଗ କରିଛି ଦୁଇଟି ଜାତୀୟ ରାଜପଥ ଓ ଗୋଟିଏ ରାଜ୍ୟ ରାଜପଥ ସହିତ ପୂର୍ତ୍ତ ବିଭାଗ ରାସ୍ତା। ଅନ୍ୟପକ୍ଷେ ଏହି ଡାକ୍ତରଖାନା ଉପରେ ମହୁଲପଦା, କେ. ବଲାଙ୍ଗ, ଚାନ୍ଦିପୋଷ, ଲହୁଣୀପଡ଼ା ଥାନା ଓ ଟେନ୍‌ସା ଫାଣ୍ଡି ନିର୍ଭରଶୀଳ। କୋଇଡ଼ା ବ୍ଲକର ପ୍ରାୟ ୮ପଞ୍ଚାୟତ ଓ ଗୁରୁଣ୍ଡିଆ ବ୍ଲକର ୩ ପଞ୍ଚାୟତ ଏବଂ ଲହୁଣୀପଡ଼ା ଥାନା ଓ ଟେନସା ଫାଣ୍ଡି ଅଞ୍ଚଳର ବିଭିନ୍ନ ଗ୍ରାମରେ ଘଟୁଥିବା ଦୁର୍ଘଟଣା, ହତ୍ୟା, ବଳାତ୍କାର, ମାରପିଟ ପ୍ରଭୃତି ମାମଲା ଗୁଡ଼ିକର ଡାକ୍ତରୀ ପରୀକ୍ଷା ଓ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ନିର୍ଭରଶୀଳ ଥିବା ବେଳେ ଏଠି ମାତ୍ର ୩ ଜଣ ସରକାରୀ ଡାକ୍ତର ଅଛନ୍ତି। ସେଥିମଧ୍ୟରୁ ଜଣେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଥିବାବେଳେ ଅନ୍ୟ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ସମ୍ଭାଳୁ ଥିବା ଜଣାପଡିଛି। ଫଳରେ ଆୟୁଷ ଡାକ୍ତରମାନେ ଓପିଡି ଦେଖିବା ସହିତ ଜରୁରୀକାଳୀନ ସେବା ମଧ୍ୟ କରୁଛନ୍ତି। ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତରଙ୍କ ମଧ୍ୟରୁ ଅଛନ୍ତି ମାତ୍ର ତିନିଜଣ। ଦୁଇବର୍ଷ ପୂର୍ବେ ଜିଲା ଖଣିଜ ପାଣ୍ଠି ତରଫରୁ ୫ଜଣ ଚିକିତ୍ସକଙ୍କୁ ଲହୁଣୀପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିବାବେଳେ ଦନ୍ତ ଚିକିତ୍ସକ ଦେବବ୍ରତ ଚୌଧୁରୀଙ୍କ ବ୍ୟତୀତ ଏଠାରେ ଅନ୍ୟ ଚାରିଜଣ ପ୍ରାୟ ଦୁଇମାସ ହେବ ବିଭିନ୍ନ ସ୍ଥାନକୁ ବଦଳି ଓ ଡେପୁଟେସନରେ ପଳାଇଥିବା ଜଣାପଡିଛି। ଫଳରେ ଏଠାରେ ଡାକ୍ତର ଅଭାବରୁ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। ଅଧିକାଂଶ ସମୟରେ ରୋଗୀମାନଙ୍କୁ ବଣାଇ ଓ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦିଆଯାଉଥିବାରୁ ଗରିବ ଆଦିବାସୀ ରୋଗୀ ଓ ତାଙ୍କ ପରିବାର ଲୋକ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଖୁଣ୍ଟୁଗାଁ, ଫୁଲଝର, ମହୁଲପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆୟୁଷ ଡାକ୍ତରମାନେ ଏଠାରେ ଡ୍ୟୁଟି କରୁଥିବାରୁ ଉକ୍ତ ଅଞ୍ଚଳର ପାଉଡି ଭୂୟାଁ ଓ ଆଦିବାସୀ ବର୍ଗର ଲୋକମାନେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏ ଦିଗରେ ବିଭାଗୀୟ ଜିଲା ଅଧିକାରୀ ଦୃଷ୍ଟିଦେଇ ଏଠାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଭଉଣୀ ଘରକୁ ଆସି ଗାଁକୁ ଫେରୁଥିଲେ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଛିଟିକି ପଡ଼ିଲା ବାଇକ୍, ଦୁଇ ଜଣ…

ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri