ଡାକ୍ତର ଅଭାବରୁ ରୋଗୀସେବା ବିପର୍ଯ୍ୟସ୍ତ

ଲହୁଣୀପଡ଼ା,୨୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇଛି। ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କୋଇଡା ଓ ଗୁରୁଣ୍ଡିଆ ବ୍ଲକର ଅନେକ ପଞ୍ଚାୟତର ଲୋକ ନିର୍ଭର କରିଥାନ୍ତି। କିନ୍ତୁ ବିଭାଗୀୟ ଅବହେଳାରୁ ଏଠାରେ ଡାକ୍ତର ନାହାନ୍ତି। ଆୟୁଷ ଡାକ୍ତରଙ୍କ ଭରସାରେ ଚାଲିଛି ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଏଠାରେ ଆୟୁଷ ଡାକ୍ତର ଓ ଦନ୍ତ ଚିକିତ୍ସକ ବି ଜରୁରୀକାଳୀନ ଡ୍ୟୁଟି କରୁଥିବା ନଜିର ରହିଛି। ଯାହାକି ନିୟମ ବର୍ହିଭୂତ। ଲହୁଣୀପଡ଼ା ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠି ପ୍ରାୟ ଅଧିକାଂଶ ଦିନ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଥାଏ। ଲହୁଣୀପଡ଼ାକୁ ସଂଯୋଗ କରିଛି ଦୁଇଟି ଜାତୀୟ ରାଜପଥ ଓ ଗୋଟିଏ ରାଜ୍ୟ ରାଜପଥ ସହିତ ପୂର୍ତ୍ତ ବିଭାଗ ରାସ୍ତା। ଅନ୍ୟପକ୍ଷେ ଏହି ଡାକ୍ତରଖାନା ଉପରେ ମହୁଲପଦା, କେ. ବଲାଙ୍ଗ, ଚାନ୍ଦିପୋଷ, ଲହୁଣୀପଡ଼ା ଥାନା ଓ ଟେନ୍‌ସା ଫାଣ୍ଡି ନିର୍ଭରଶୀଳ। କୋଇଡ଼ା ବ୍ଲକର ପ୍ରାୟ ୮ପଞ୍ଚାୟତ ଓ ଗୁରୁଣ୍ଡିଆ ବ୍ଲକର ୩ ପଞ୍ଚାୟତ ଏବଂ ଲହୁଣୀପଡ଼ା ଥାନା ଓ ଟେନସା ଫାଣ୍ଡି ଅଞ୍ଚଳର ବିଭିନ୍ନ ଗ୍ରାମରେ ଘଟୁଥିବା ଦୁର୍ଘଟଣା, ହତ୍ୟା, ବଳାତ୍କାର, ମାରପିଟ ପ୍ରଭୃତି ମାମଲା ଗୁଡ଼ିକର ଡାକ୍ତରୀ ପରୀକ୍ଷା ଓ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ନିର୍ଭରଶୀଳ ଥିବା ବେଳେ ଏଠି ମାତ୍ର ୩ ଜଣ ସରକାରୀ ଡାକ୍ତର ଅଛନ୍ତି। ସେଥିମଧ୍ୟରୁ ଜଣେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଥିବାବେଳେ ଅନ୍ୟ ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ସମ୍ଭାଳୁ ଥିବା ଜଣାପଡିଛି। ଫଳରେ ଆୟୁଷ ଡାକ୍ତରମାନେ ଓପିଡି ଦେଖିବା ସହିତ ଜରୁରୀକାଳୀନ ସେବା ମଧ୍ୟ କରୁଛନ୍ତି। ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତରଙ୍କ ମଧ୍ୟରୁ ଅଛନ୍ତି ମାତ୍ର ତିନିଜଣ। ଦୁଇବର୍ଷ ପୂର୍ବେ ଜିଲା ଖଣିଜ ପାଣ୍ଠି ତରଫରୁ ୫ଜଣ ଚିକିତ୍ସକଙ୍କୁ ଲହୁଣୀପଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯାଇଥିବାବେଳେ ଦନ୍ତ ଚିକିତ୍ସକ ଦେବବ୍ରତ ଚୌଧୁରୀଙ୍କ ବ୍ୟତୀତ ଏଠାରେ ଅନ୍ୟ ଚାରିଜଣ ପ୍ରାୟ ଦୁଇମାସ ହେବ ବିଭିନ୍ନ ସ୍ଥାନକୁ ବଦଳି ଓ ଡେପୁଟେସନରେ ପଳାଇଥିବା ଜଣାପଡିଛି। ଫଳରେ ଏଠାରେ ଡାକ୍ତର ଅଭାବରୁ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। ଅଧିକାଂଶ ସମୟରେ ରୋଗୀମାନଙ୍କୁ ବଣାଇ ଓ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରି ଦିଆଯାଉଥିବାରୁ ଗରିବ ଆଦିବାସୀ ରୋଗୀ ଓ ତାଙ୍କ ପରିବାର ଲୋକ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଖୁଣ୍ଟୁଗାଁ, ଫୁଲଝର, ମହୁଲପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଆୟୁଷ ଡାକ୍ତରମାନେ ଏଠାରେ ଡ୍ୟୁଟି କରୁଥିବାରୁ ଉକ୍ତ ଅଞ୍ଚଳର ପାଉଡି ଭୂୟାଁ ଓ ଆଦିବାସୀ ବର୍ଗର ଲୋକମାନେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏ ଦିଗରେ ବିଭାଗୀୟ ଜିଲା ଅଧିକାରୀ ଦୃଷ୍ଟିଦେଇ ଏଠାରେ ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?