Posted inଜାତୀୟ

କଂଗ୍ରେସରେ ଯୋଗଦେବେ ପଟିଦାର ନେତା

ଅହମଦାବାଦ,୨୪।୪: ଗୁଜରାଟ ପଟିଦାର ନେତା ନରେଶ ପଟେଲ କଂଗ୍ରେସରେ ଯୋଗଦେଇପାରନ୍ତି। ସେ ଶନିବାର ନୂଆଦିଲ୍ଲୀରେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି ଓ ଖୁବ୍‌ଶୀଘ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପଟିଦାର ନେତାଙ୍କୁ ନିଜ ଦଳରେ ନେବା ଲାଗି ଭାଜପା, କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି କିଛି ମାସ ହେଲା ଉଦ୍ୟମ ଜାରି ରଖିଛନ୍ତି। ତେବେ ସେ କେଉଁ ଦଳରେ ଯୋଗଦେବେ ପଟେଲ ସମାଜର ପରାମର୍ଶ କ୍ରମେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଆସୁଛନ୍ତି। ମା’ ଖୋଦିୟାର ମନ୍ଦିର ପରିଚାଳନା କରୁଥିବା ଶ୍ରୀ ଖୋଦାଲଧାମ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି ନରେଶ ପଟେଲ। ସେ ପଟିଦାର ସମ୍ପ୍ରଦାୟର ଲେଉଭା ପଟେଲ ଉପଜାତିର। ଏହି ସମ୍ପ୍ରଦାୟର ଭୋଟ ଅନେକ ଆସନର ଭାଗ୍ୟ ନିର୍ଦ୍ଧାରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରକାଶୀ ହିମସ୍ଖଳନ ମୃତ୍ୟୁସଂଖ୍ୟା ୨୬

ଡେରାଡୁନ୍‌,୮ା୧୦: ଉତ୍ତରକାଶୀ ହିମସ୍ଖଳନ ଘଟଣାରେ ଶୁକ୍ରବାର ଆଉ ୭ ଜଣଙ୍କ ମୃତଦେହ ମିଳିବା ପରେ ମୋଟ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ବୁଧବାର ୪ ଏବଂ...

ଜମ୍ମୁ-କଶ୍ମୀର ଓ ଲଦାଖ ସରକାରୀ କର୍ମଚାରୀଙ୍କୁ ମୋଦିଙ୍କ ଦୀପାବଳି ଉପହାର: ୭ମ ବେତନ କମିଶନ ଲାଗୁ

ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଜମ୍ମୁ-କଶ୍ମୀର ଓ ଲଦାଖରେ କାମ କରୁଥିବା ସରକାରୀ କର୍ମଚାରୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ଏଠାରେ ୭ମ ବେତନ କମିଶନ...

ଭାରତର ଆତ୍ମାକୁ ବିଜୟୀ କରାଇଛନ୍ତି ଦିଲ୍ଲୀବାସୀ: କେଜରିଓ୍ବାଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ଏକ୍‌ଜିଟ୍‌ ପୋଲ୍‌ ଅନୁମାନ ସତ୍ୟରେ ପରିଣତ ହୋଇଛି। ଦିଲ୍ଲୀବାସୀ ପୁଣିଥରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପ୍ରତି ନିଜର ସମର୍ଥନ...

ଲଦାଖରେ ପୁଣି ଭାରତୀୟ ଯବାନ-ଚାଇନା ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୧୨।୯: ଲଦାଖରେ ପୁଣିଥରେ ଭାରତୀୟ ଯବାନ ଓ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ପୋଙ୍ଗା ହ୍ରଦର ଉତ୍ତର ପାର୍ଶ୍ୱରେ ଭାରତୀୟ ଯବାନ ପାଟ୍ରୋଲିଂ କରୁଥିବା ସମୟରେ...

ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି...

ମଧ୍ୟରାତ୍ରରୁ ଏଲଓସିରେ ଫାୟରିଂ ବନ୍ଦ

ନୂଆଦିଲ୍ଲୀ,୨୫।୨: ଫେବୃୟାରୀ ୨୪-୨୫ ମଧ୍ୟରାତ୍ରରୁ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଫାୟରିଂ ବନ୍ଦ ହୋଇଛି। ସୀମାରେ ଅସ୍ତ୍ରବିରତି ନେଇ ଦୁଇପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ...

ଖ୍ରୀଷ୍ଟମାସ ଅବସରରେ ଚଳିତ ବର୍ଷର ଶେଷ ‘ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୨୫ ।୧୨: ରବିବାର ୨୫ ଡିସେମ୍ବର ଖ୍ରୀଷ୍ଟମାସ ଅବସରରେ ଦେଶବାସୀଙ୍କୁ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ସହ କଥା ହେବେ...

ବର୍ଷର ପ୍ରଥମ ’ମନ୍‌ କୀ ବାତ୍‌’: ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ, ୨୬।୧: ୬୧ତମ ‘ମନ୍‌ କୀ ବାତ୍‌’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ତଥା ବିଦେଶରେ ରହୁଥିବା...

Advertisement
Archives

Model This Week