Posted inଜାତୀୟ

ସୋନିଆଙ୍କୁ ଭେଟିବେ ପଟିଦାର ନେତା ନରେଶ ପଟେଲ: ଗୁଜରାଟ ନିର୍ବାଚନରେ ମିଳିପାରେ ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୨୩।୪: ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ଗୁଜରାଟ ରାଜନୀତି ସରଗରମ ହେବାରେ ଲାଗିଛି। ପ୍ରତ୍ୟେକ ଦଳ ବର୍ତ୍ତମାନଠାରୁ ନିଜ ଦଳକୁ ମଜବୁତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ କଂଗ୍ରେସ ମଧ୍ୟ ସାମିଲ ରହିଛି। କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିଭିନ୍ନ ଯୋଜନା କରୁଛନ୍ତି। ଏହି ସମୟରେ ଏକ ଖବର ଶୁଣିବାକୁ ମିଳୁଛି ଯେ, ପାଟିଦାର ନେତା ନରେଶ ପଟେଲ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିପାରନ୍ତି। ଖୁବ୍‌ଶୀଘ୍ର ସେ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ନରେଶ ପଟେଲ ଶନିବାର ସନ୍ଧ୍ୟାରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିବେ। ଉଭୟଙ୍କ ସାକ୍ଷାତକାର ସମୟରେ ପ୍ରଶାନ୍ତ କିଶୋର ମଧ୍ୟ ଉପସ୍ଥିତ ରହିବାର ସମ୍ଭାବନା ରହିଛି। ଗୁଜୁରାଟ ବିଧାନସଭା ନିର୍ବାଚନରେ ପାଟିଦାର ନେତା ନରେଶ ପଟେଲଙ୍କୁ କଂଗ୍ରେସ ଏକ ବଡ଼ ଦାୟିତ୍ୱ ଦେଇପାରେ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ନରେଶ ପଟେଲଙ୍କ ବ୍ୟକ୍ତିଗତ କର୍ମକର୍ତ୍ତା କହିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତକାର ସମ୍ପୂର୍ଣ୍ଣ ମିଥ୍ୟା। ତେବେ ମେ’ ୧ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୁଜୁରାଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ରାହୁଲ ଡାହୋଡରେ ଆଦିବାସୀ ସମ୍ମିଳନୀକୁ ସମ୍ବୋଧିତ କରିବେ। ସୂଚନା ମୁତାବକ, ନରେଶ ପଟେଲ ରାଜନୀତିରେ ସକ୍ରିୟ ନାହାଁନ୍ତି। କିନ୍ତୁ ଗୁଜୁରାଟର ରାଜନୀତିରେ ତାଙ୍କର ବହୁତ ପ୍ରଭାବ ରହିଛି। ସେ ଶ୍ରୀ ଖୋଡାଲଧାମ ଟ୍ରଷ୍ଟ(ଏସ୍‌କେଟି)ର ଅଧ୍ୟକ୍ଷ ତଥା ଗୁଜୁରାଟର ପାଟିଦାର ସମ୍ପ୍ରଦାୟର ଜଣେ ପ୍ରଭାବଶାଳୀ ସଦସ୍ୟ ରହିଛନ୍ତି। ତେଣୁ କଂଗ୍ରେସ ତାଙ୍କ ଉପରେ ଭରଷା କରି ଗୁରୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲର ନିଆରା ଡୁଡଲ: ମାସ୍କ ଲଗାଇ ଦେଲା ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ,୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହାର ନୂଆ ଷ୍ଟ୍ରେନ୍‌ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଭାରତରେ କରୋନା ଭାକ୍ସିନ୍‌ ଆସିଯାଇଥିଲେ...

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କଲେ ବିନୟ

ନୂଆଦିଲ୍ଲୀ,୯।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ ମଙ୍ଗଳବାର ଜାରି କରାଯିବା ପରେ ଗୁରୁବାର ଏମାନଙ୍କ ମଧ୍ୟରୁ ଦୋଷୀ ବିନୟ...

ସୋନିଆଙ୍କ ଜନ୍ମଦିନରେ କଂଗ୍ରେସ କର୍ମୀଙ୍କୁ ପିଆଜ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୯।୧୨: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସୋମବାର ୭୩ ତମ ଜନ୍ମଦିବସ ଥିଲା। ହେଲେ ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି...

ଅନ୍‌ଲକ-୩: ଏହି ରାଜ୍ୟରେ ଖୋଲିବ ହୋଟେଲ

ନୂଆଦିଲ୍ଲୀ,୧୯।୮: କରୋନା ମହାମାରୀ ଯୋଗୁ ଦେଶରେ ଏବେ ଅନ୍‌ଲକ-୩ ଜାରି ରହିଛି। ଏହି ଲକ୍‌ଡାଉନ ସମୟରେ କେନ୍ଦ୍ରସରକାର କେତେକ କଟକଣା ଜାରି କରିଛନ୍ତି। ତେବେ ରାଜ୍ୟର...

ୟୁପିଏସ୍‌ସି ମୁଖ୍ୟ ସାକ୍ଷାତକାର ପରୀକ୍ଷା ବାତିଲ

ନୂଆଦିଲ୍ଲୀ, ୨୧ା୩: କରୋନା ଭାଇରସ୍‌ ଯୋଗୁ ୟୁପିଏସ୍‌ସି ପକ୍ଷରୁ ମୁଖ୍ୟ ସାକ୍ଷାତକାର ପରୀକ୍ଷା(ଇଣ୍ଟରଭ୍ୟୁ)କୁ ବାତିଲ କରାଯାଇଛି। ଏହି ପରୀକ୍ଷା ଫେବୃୟାରୀରୁ ଆରମ୍ଭ ହୋଇ ଏପ୍ରିଲ ପର୍ଯ୍ୟନ୍ତ...

ପଶ୍ଚିମବଙ୍ଗରେ ସ୍ଲୋଗାନ ଯୁଦ୍ଧ

କୋଲକାତା,୬ା୬: ଲୋକ ସଭା ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ବିବାଦ ଶେଷ ହେବାର ନାଁ ନେଉନାହିଁ।...

ସରକାରୀ ସମ୍ପତ୍ତିର ହେବ ଘରୋଇ କରଣ: ୧୦୦ର ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର ୧୦୦ଟି ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୨୦୨୫ ସୁଦ୍ଧା ଭାରତ ୫...

‘ଭାଇରସ୍‌ ସହ ରହିବା ଶିଖିବାକୁ ପଡ଼ିବ’

ନୂଆଦିଲ୍ଲୀ,୯ା୫(ଆଇଏଏନ୍‌ଏସ୍‌): ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ ଛୁଇଁବା ପରେ ଆମକୁ କରୋନା ଭାଇରସ୍‌ ସହ ରହିବା ଶିଖିବାକୁ ପଡ଼ିବ ଏବଂ ଏହା ଏକ ସହଜ ଯୁଦ୍ଧ...

Advertisement
Archives

Model This Week