ଲୀନହେବ ଟାଗୋରଙ୍କ ପାଥେରପୁରୀ

ପୁରୀ ଅଫିସ,୨୦ା୧୦: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସାଧନା ପୀଠ ‘ପାଥେରପୁରୀ’ ବିଲୀନ ହେବାକୁ ଯାଉଛି। ଶହେ ବର୍ଷରୁ ଊର୍ଦ୍ଧ୍ୱ ଏହି ପୁରାତନ ସ୍ମୃତିପୀଠ ଐତିହ୍ୟ ମାନ୍ୟତା ପାଇଁ ଜାରି ରଖିଥିବା ସଂଘର୍ଷରେ ଶେଷରେ ଦୁଃଖଦ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏବେ ଏହାକୁ ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବ। ରାଜ୍ୟ ସରକାର ଏନେଇ ଚିଠି ଲେଖି ପୁରୀ ଜିଲାପାଳଙ୍କୁ ଅବଗତ କରାଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହି କୋଠା ଓ ଜମିର ଦାୟିତ୍ୱ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଦେଶ୍ୟରେ ହସ୍ତାନ୍ତର କରିଛନ୍ତି। ଗତ ସେପ୍ଟେମ୍ବର ୮ ତାରିଖରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ଚିଠି କରାଯାଇଥିବାବେଳେ ବୁଧବାର ଏ ସଂକ୍ରାନ୍ତରେ ସୂଚନା ମିଳିଛି। ଖାତା ନମ୍ବର ୯୨, ପ୍ଲଟ୍‌ ନମ୍ବର ୧୩୫ରେ ଥିବା ୧.୪୪୬ ଏକର ପରିମିତ ପାଥେରପୁରୀ କୋଠା ଏଣିକି ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ନୂଆ ପରିଚୟ ପାଇବ। ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ପାଥେରପୁରୀ କୋଠାରେ ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହଷ୍ଟେଲ ଏବଂ ଇ-ପାଠାଗାର ଇତ୍ୟାଦି ନିର୍ମାଣ କରାଯିବ। ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ରୂପେ ସ୍ବତନ୍ତ୍ର ହୋଇଯିବ। ତେବେ ପାଥେରପୁରୀରେ ଟାଗୋରଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେବା ସମ୍ପର୍କରେ ଚିଠିରେ ଉଲ୍ଲେଖ କରିନାହାନ୍ତି। ପାଥେରପୁରୀକୁ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ତଥା ଦେଶର ସାରସ୍ବତ ସାଧକ ଓ ବୁଦ୍ଧିଜୀବୀମାନେ ଦାବି କରୁଥିବାବେଳେ ରାଜ୍ୟ ସରକାର ଏହାକୁ ଏକ ବିଦ୍ୟାଳୟ ଭାବେ କାର୍ଯ୍ୟକ୍ଷମ କରାଇବା ନିଷ୍ପତ୍ତିକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଛାତ୍ରୀଛାତ୍ର ଏବଂ ଅଭିଭାବକ ଏ ନେଇ ଖୁସି ଥିବାବେଳେ ବୁଦ୍ଧିଜୀବୀମାନେ ଏହାକୁ କେବଳ ଏକ ବିଦ୍ୟାଳୟ କରାଯିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଛାତ୍ର ସୌମ୍ୟ ପ୍ରକାଶ ଜଗଦେବ କହିଛନ୍ତି, ବିଦ୍ୟାଳୟ ଆମ ସମୟରେ କାର୍ଯ୍ୟକ୍ଷମ ହୋଇ ନ ପାରେ। ମାତ୍ର ଆଗାମୀ ଦିନର ଛାତ୍ରୀଛାତ୍ରମାନେ ଏଠାରେ ପାଠ ପଢ଼ିବାର ସୁଯୋଗ ପାଇବେ ଜାଣି ଖୁସି ଲାଗୁଛି। ହଷ୍ଟେଲ ସୁବିଧା ନ ଥିବାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତି ପିଲାଙ୍କ ଆଗ୍ରହ କମିବାରେ ଲାଗିଥିଲା। ହେଲେ ଏବେ ପାଥେରପୁରୀ କୋଠା ପୁଣି ଥରେ ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସ୍ବତନ୍ତ୍ର ପରିଚୟ ଦେବ। ସେହିଭଳି ଗ୍ରାମାଞ୍ଚଳରୁ ଆସୁଥିବା ପିଲାମାନେ କମ୍‌ ମୂଲ୍ୟରେ ହଷ୍ଟେଲରେ ରହିବାର ସୁଯୋଗ ପାଇବେ। ସ୍ବୟଂଶାସିତ ମହାବିଦ୍ୟାଳୟ ସହ ମିଶି ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାରୁ ଶ୍ରେଣୀଗୃହ ସମସ୍ୟା ସୃଷ୍ଟି ହେଉଥିଲା। ସ୍ବତନ୍ତ୍ର କୋଠା ସମ୍ପୃୃକ୍ତ ସମସ୍ୟାକୁ ମଧ୍ୟ ଦୂର କରିପାରିବ ବୋଲି ସେ କହିଛନ୍ତି। ତେବେ ବୁଦ୍ଧିଜୀବୀ ହେକ୍ଟର ମିଶ୍ର କହିଛନ୍ତି, ପାଥେରପୁରୀ କୋଠାକୁ ବିଦ୍ୟାଳୟ କରିବା ନେଇ ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ତେବେ ଟାଗୋରଙ୍କ ସ୍ମୃତିକୁ ଏଠାରେ ଉଜ୍ଜୀବିତ ରଖାଯିବା ଦରକାର। ଏହି କୋଠା କେବଳ ଟାଗୋର ନୁହେଁ ବରଂ ଅଗଣିତ ବଙ୍ଗ ଏବଂ ଓଡ଼ିଆ ସାଧକଙ୍କୁ ଜନ୍ମ ଦେବା ସହ ପରିଚୟ ବାଣ୍ଟିଛି। ଟାଗୋର ପାଥେରପୁରୀର ଅଭିନ୍ନ ଅଙ୍ଗ। ତାଙ୍କ ସ୍ମୃତିସ୍ଥଳୀରେ ହେଉଥିବା ବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରାଯାଉ। ପ୍ରଶାସନ ତାଙ୍କ ସ୍ମୃତିରେ ଏକ ସ୍ମୃତିପୀଠ ମଧ୍ୟ ନିର୍ମାଣ କରୁ। ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଉଚ୍ଚ ଶିକ୍ଷା ବିଭାଗକୁ ଏହି କୋଠା ଦାନ ଭାବେ ପ୍ରଦାନ କରିଥିଲେ। ଏଣୁ ବିଦ୍ୟାଳୟ ନିର୍ମାଣ ଭିତରେ ଟାଗୋରଙ୍କ ସ୍ମୃତି ହଜି
ନ ଯାଉ। ଏହି କୋଠାକୁ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ସରକାର ଉଲ୍ଲେଖନୀୟ ପ୍ରୟାସ କରିବା ଉଚିତ। ଅନ୍ୟପକ୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଚିଠି ପରେ ଜିଲା ପ୍ରଶାସନ ଏ ସଂକ୍ରାନ୍ତରେ କ’ଣ ପଦକ୍ଷେପ ନେଇଛନ୍ତି ତାହା ଜଣାପଡ଼ିନାହିଁ। ଜିଲାପାଳ ସମର୍ଥ ବର୍ମାଙ୍କୁ ଏସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri