ଐତିହ୍ୟ ମାନ୍ୟତା ଚାହୁଁଛି ‘ପାଥେରପୁରୀ’

ପୁରୀ ଅଫିସ,୧୦।୮: ପାଥେରପୁରୀ ଓ ରବୀନ୍ଦ୍ରନାଥ ଟାଗୋର, ଓଡ଼ିଆ ଏବଂ ବଙ୍ଗ ସାହିତ୍ୟର ଏକ ଅଦ୍ଭୁତ ମିଳନ। ପୁରୀରେ ଥିବା ଶତାବ୍ଦୀର ପୁରୁଣା କୋଠା ପାଥେରପୁରୀ ଏବେ ଏକ ଭୂତକୋଠି ହୋଇ ପଡ଼ିରହିଛି। ଦିନେ ସାହିତ୍ୟ ଓ କାବ୍ୟ ରଚନାର ଏକ ପେଣ୍ଠସ୍ଥଳୀ ଭାବେ ପରିଚିତ ଥିବା ଏହି ଐତିହ୍ୟ ଏଭଳି ଢଙ୍ଗରେ ଅବହେଳିତ ହୋଇଛି ଯେ, ଆଗାମୀ ପିଢ଼ି ପାଥେରପୁରୀର ମାହାତ୍ମ୍ୟକୁ ଜାଣିପାରିବେ ନାହିଁ। ତେଣୁ ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପାଥେରପୁରୀର ପୁନରୁଦ୍ଧାର ସହ ଐତିହ୍ୟ କୋଠା ଭାବେ ମାନ୍ୟତା ଦେବାକୁ ସାଧାରଣରେ ଦାବି ହେଉଛି।
ପ୍ରସିଦ୍ଧ କବି ରବୀନ୍ଦ୍ରନାଥ ଟାଗୋର ପୁରୀରେ ପାଥେରପୁରୀ ନାମକ ଏକ ବିଶାଳ ଅଟ୍ଟାଳିକା ନିର୍ମାଣ କରି ନିଜ ସାହିତ୍ୟ ଓ ରଚନାର ଭଣ୍ଡାରକୁ ପୁରୀରେ ପରିବ୍ୟାପ୍ତ କରିବାକୁ ଚେଷ୍ଟା କରିଥିଲେ। ୧୯୩୮ରୁ ୧୯୪୦ ପର୍ଯ୍ୟନ୍ତ ୨ ବର୍ଷ ଧରି ସେ ଏହିଠାରେ ସ୍ଥାୟୀ ଭାବେ ରହିବା ସହ ବାରମ୍ବାର ପାଥେରପୁରୀକୁ ଆସି ସାହିତ୍ୟ କ୍ଷେତ୍ରରେ ନାନା ପର୍ଯ୍ୟାଲୋଚନା କରିଛନ୍ତି। ବିଶ୍ୱପ୍ରସିଦ୍ଧ ଗୀତାଞ୍ଜଳିର ଶେଷ କେତୋଟି ପଂକ୍ତି ଓ ଏପାର, ଓପାର, ଜନ୍ମଦିନ୍‌ ଓ ପ୍ରଭାସୀ ଭଳି କାବ୍ୟ ରଚନା ପାଥେରପୁରୀରୁ ଆରମ୍ଭ ହୋଇ ଏଠି ହିଁ ସରିଛି। ପାଥେରପୁରୀରେ ରହିବାବେଳେ ସବୁଜ କବି ବୈକୁଣ୍ଠନାଥ ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ, ରାଧାନାଥ ରାୟ ନିଜ ରଚନା ଜୀବନର କିଛି ବିଶେଷ ମୁହୂର୍ତ୍ତ ଏଠାରେ କଟାଇଛନ୍ତି। କବି ଅଭିମନ୍ୟୁ ସାମନ୍ତସିଂହାର ଓ ଆସାମ ପ୍ରସିଦ୍ଧ ଲେଖକ ଲକ୍ଷ୍ମୀନାଥ ବିଜ୍‌ବରୁଆ ମଧ୍ୟ ଏଠାରେ ଆୟୋଜିତ ଜାତୀୟ ସାହିତ୍ୟ ସମାରୋହରେ ଯୋଗଦେଇଛନ୍ତି। ୧୯୩୧, ୧୯୩୩, ୧୯୩୪ ଓ ୧୯୩୯ରେ ପାଥେରପୁରୀରେ ଜାତୀୟ ସାହିତ୍ୟ ସମାରୋହର ଆୟୋଜନ ହୋଇଛି। ରବୀନ୍ଦ୍ରନାଥ ଟାଗୋରଙ୍କ ଏଭଳି ଏକ ଐତିହାସିକ ସ୍ମୃତିପୀଠର ସଂରକ୍ଷଣ ଦିଗରେ ସରକାର ଧ୍ୟାନ ନ ଦେବାରୁ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ହେକ୍ଟର ମିଶ୍ର ପାଥେରପୁରୀ ସମ୍ପର୍କରେ କହିଛନ୍ତି, ପାଥେରପୁରୀ ପୂର୍ବରୁ ଟାଗୋର ହାଉସ୍‌ ଭାବେ ଜଣାଥିଲା। ପରେ ନାମ ପରିବର୍ତ୍ତନ ହୋଇ ପାଥେରପୁରୀ ହୋଇଛି। ଟାଗୋର ହାଉସ୍‌କୁ ୧୯୪୫ରେ ଦାନ ଭାବେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ପରେ ଏପର୍ଯ୍ୟନ୍ତ ଉକ୍ତ ବିଭାଗର ମାଲିକାନା ରହିଛି। ସେତେବେଳେ ବିଶ୍ୱନାଥ ଦାଶ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ରାଜ୍ୟ ସରକାର ପାଥେରପୁରୀକୁ ୧୯୪୫ ମାର୍ଚ୍ଚ ୧ରେ ସାମନ୍ତ ଚନ୍ଦ୍ରଶେଖର(ଏସ୍‌ସିଏସ୍‌) ମହାବିଦ୍ୟାଳୟର ଛାତ୍ରାବାସ ଭାବେ କାର୍ଯ୍ୟକ୍ଷମ କରାଇଲେ। ସେବେଠାରୁ ପାଥେରପୁରୀର ପରିଚାଳନା ଦାୟିତ୍ୱ ଏସ୍‌ସିଏସ୍‌ କଲେଜ ହାତରେ ରହିଥିଲା। ତେବେ ଫନି ବାତ୍ୟାରେ ପାଥେରପୁରୀ ଅତି ଶୋଚନୀୟ ସ୍ଥିତିରେ ପହଞ୍ଚିଥିଲା। ୨୦୨୦ରେ ପାଥେରପୁରୀକୁ ଜବରଦଖଲ କରିବାକୁ ଚେଷ୍ଟା କରାଗଲା। ୧୨ ଡିସିମିଲ ଜାଗା ହୋଟେଲ ମାଲିକମାନେ ମାଡ଼ି ବସିଥିଲେ। ଏନେଇ ଭଏସ୍‌ କମନ୍‌ମ୍ୟାନ୍‌ ସଙ୍ଗଠନ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପାଥେରପୁରୀକୁ ବଞ୍ଚାଇବା ଲାଗି ସେତେବେଳେ ଛାତ୍ର ଆନ୍ଦୋଳନ ତେଜିଲା ଓ ପୁନଶ୍ଚ ତତ୍କାଳୀନ ପ୍ରଶାସନ ଜମି ଫେରାଇଆଣି ବାଡ଼ କରିଥିଲେ। ତେବେ ପାଥେରପୁରୀରେ ଥିବା ଛାତ୍ରାବାସ ୨୦୧୫-୧୬ ଶିକ୍ଷାବର୍ଷରୁ ବନ୍ଦ ହୋଇଗଲାଣି। ଫନି ପରେ ଏହି କୋଠା ଏବେ ପରିତ୍ୟକ୍ତ ହୋଇ ପଡ଼ିରହିଛି।
ଇନ୍‌ଟାକ୍‌ର ରିସର୍ଚ୍ଚ ସୂଚନା ଅନୁଯାୟୀ, ୧୯୦୫ରେ ପାଥେରପୁରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୧୨ରେ ଶେଷ ହୋଇଥିଲା। ଅର୍ଥାତ୍‌ ପାଥେରପୁରୀ ନିର୍ମାଣକୁ ଶହେବର୍ଷରୁ ଊର୍ଦ୍ଧ୍ୱ ହୋଇସାରିଲାଣି। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ପୁରାତନ କୋଠା ୧୦୦ ବର୍ଷରୁ ଊର୍ଦ୍ଧ୍ୱ ଦିନ ହେବ ଦଣ୍ଡାୟମାନ ଥିବ ତାହାକୁ ଐତିହ୍ୟ କୋଠା ଭାବେ ମାନ୍ୟତା ମିଳିବା ଉଚିତ। ଏଣୁ ଟାଗୋରଙ୍କ ସ୍ମୃତି ଭାବେ ପରିଚିତ ପାଥେରପୁରୀକୁ ଐତିହ୍ୟର ମାନ୍ୟତା ମିଳୁ ବୋଲି ସାହିତି୍ୟକ ବଦ୍ରି ମିଶ୍ର ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କହିଛନ୍ତି, ଶହେ ବର୍ଷରୁ ଊର୍ଦ୍ଧ୍ୱ କୋଠାକୁ ଐତିହ୍ୟ ମାନ୍ୟତା ପାଇଁ ଚୟନ କରିହେବ। ପାଥେରପୁରୀକୁ ଐତିହ୍ୟ କୋଠାର ମାନ୍ୟତା ପାଇଁ ସୁପାରିସ କରିବୁ ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମ ହାତକୁ ନେବୁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳପଥର ବିକାଶ ପାଇଁ ୩୨୦ କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ରେଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ବଜେଟରେ ୩୨୦ ଟଙ୍କାର ବ୍ୟୟବରାଦ କରିଛନ୍ତି। ଖୋର୍ଦ୍ଧାରୋଡ-ବଲାଙ୍ଗୀର, ଜୟପୁର- ନବରଙ୍ଗପୁର, ଜୟପୁର-ମାଲକାନଗିରି, ବରଗଡ-ନୂଆପଡା ଏହି...

ଗ୍ରାମବାସୀଙ୍କୁ ସଚେତନ କରିବାକୁ ବୈଠକ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିକା ପାଇଁ ସଚେତନତା ହିଁ ଏକମାତ୍ର ମାଧ୍ୟମ । ସମସ୍ତେ ସଚେତନ ସହ ପ୍ରତି ମୁହୂର୍ତ୍ତରେ ସତର୍କ ରହିଲେ...

ସହରରେ ଘୋଷଣା ପୂର୍ବରୁ ଲକ୍‌ଡାଉନ୍‌: ଭୟଭୀତ ଅବସ୍ଥାରେ ଲୋକେ

କେନ୍ଦୁଝର, ୨୪।୩ (ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ସୋମବାରଠାରୁ ଅଘୋଷିତ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି।...

ଶ୍ରେଣୀଗୃହ ନାହିଁ, ବାରଣ୍ଡାରେ ଚାଲିଛି ପାଠପଢ଼ା

ଝରିଗାଁ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବାଣୁଆଗୁଡ଼ା ପଞ୍ଚାୟତ ଗୋମିଓଡ଼ା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନ ଥିବାରୁ ବାରଣ୍ଡାରେ ପିଲାମାନେ ପାଠ ପଢୁଛନ୍ତି। ୧୯୮୦ ମସିହାରେ...

ବରୁଣେଇ ପୁରୁଣା ଡିଆରଡିଏ କୋଠା ଜବରଦଖଲ ମୁକ୍ତ ଦାବିରେ ଧାରଣା

ଖୋର୍ଦ୍ଧା ଅଫିସ,୧୫।୩: ରାଜ୍ୟ ସରକାର ୧୯୯୮ ମସିହାରେ ପ୍ରାୟ ୫୦ ଲକ୍ଷ ବ୍ୟୟ ଅଟକଳରେ ବରୁଣେଇ ପାହାଡ଼ ପାଦଦେଶରେ ୧.୮୩୨ ଏକର ଜାଗା ଉପରେ ଏକ...

ତାଣ୍ଡବ ରଚିଲା କାଳବୈଶାଖୀ

ଢେଙ୍କାନାଳ ଅଫିସ,୨୬।୫: ଢେଙ୍କାନାଳ ଜିଲାରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରାୟ ଘଣ୍ଟାଏ ଧରି ହୋଇଥିବା ମୂଷଳଧାରାରେ ବର୍ଷା, କୁଆପଥର ମାଡ଼ ସାଙ୍ଗକୁ ଝଡ଼ତୋଫାନରେ...

କେରଳରୁ ଫେରିଲେ ୪୧ ଦାଦନ ଶ୍ରମିକ

ନବରଙ୍ଗପୁର,୨୩।୩(ବି.ପ୍ର.): କରୋନା ଭୟାବହତା ପୂରା ବିଶ୍ୱରେ ବ୍ୟାପିଛି। ବାହାରୁ ଆସୁଥିବା ଦାଦନ ଶ୍ରମିକଙ୍କ ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହା...

ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଧାମନଗର, ୧୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପନ୍ଦରବାଟିଆ ନୋଡାଲ ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ୭ମ ଶ୍ରେଣୀ ଛାତ୍ର ସେକ୍‌ ଅବଦୁଲ ଖଲିଫ ଆହତ ହୋଇଛନ୍ତି।...

Advertisement
Archives

Model This Week