‘ବିଚାରପତିଙ୍କ ପାଇଁ ନ୍ୟାୟ ପ୍ରଦାନ ଏକମାତ୍ର ଲକ୍ଷ୍ୟ’

କଟକ ଅଫିସ, ୧୦ା୮: କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ନବନିଯୁକ୍ତ ୪୭ ଜଣ ସିଭିଲ ଜଜ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଅଧ୍ୟକ୍ଷତା କରି ସିଭିଲ ଜଜ୍‌ମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ମୁରଲୀଧର କହିଥିଲେ, ୪୭ ଜଣ ସିଭିଲ ଜଜ୍‌ଙ୍କ ମଧ୍ୟରେ ୩୦ ଜଣ ମହିଳା ଅଛନ୍ତି। ଏହା ଓଡ଼ିଶା ନ୍ୟାୟପାଳିକା ପାଇଁ ଏକ ଶୁଭ ସଙ୍କେତ। ଏଥିସହ ସେ ସାଧାରଣ ଲୋକଙ୍କ ସେବା ଓ ସରକାରୀ ସେବା ମଧ୍ୟରେ ଥିବା ଭିନ୍ନତା ବିଷୟରେ ଆଲୋକପାତ କରିଥିଲେ। ସିଭିଲ ଜଜ୍‌ମାନେ ନିଜକୁ ସରକାରୀ ସେବକ ନୁହେଁ ଲୋକଙ୍କ ସେବକ ଭାବେ ମାନିବାକୁ ସେ କହିଥିଲେ। ଜଣେ ବିଚାରପତିଙ୍କ ପାଇଁ ନ୍ୟାୟ ପ୍ରଦାନ ହିଁ ଏକମାତ୍ର ଲକ୍ଷ୍ୟ। ଏଥିସହ ଅଦାଲତକୁ ଆସୁଥିବା ଜନସାଧାରଣ କିମ୍ବା ସାକ୍ଷୀଙ୍କ ପ୍ରତି ଉତ୍ତମ ଶିଷ୍ଟାଚାର ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ। ଜଷ୍ଟିସ ବିଶ୍ୱଜିତ୍‌ ମହାନ୍ତି ସ୍ବାଗତ ଭାଷଣ ଓ ଜଷ୍ଟିସ ଶଶିକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ଜଷ୍ଟିସ ଏସ୍‌. କେ. ପାଣିଗ୍ରାହୀ, ନ୍ୟାୟିକ ଅଧିକାରୀ ଓ ସିଭିଲ ଜଜ୍‌ମାନଙ୍କ ମାତାପିତା ଓ ପରିବାରବର୍ଗ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ତାଲିମ ଶେଷ ହେବା ପରେ ନବନିଯୁକ୍ତ ୪୭ ଜଣ ସିଭିଲ ଜଜ୍‌ଙ୍କୁ ଓଡ଼ିଶା ନ୍ୟାୟିକ ସେବାରେ ସୋମବାର ସାମିଲ କରାଯାଇଛି। ହାଇକୋର୍ଟଙ୍କ ଦ୍ୱାରା ଅନୁମୋଦିତ ପ୍ରଶିକ୍ଷଣ ମଡ୍ୟୁଲ ଅନୁସାରେ ଉକ୍ତ ସିଭିଲ ଜଜ୍‌ମାନେ ନିଯୁକ୍ତି ପାଇବା ପରେ ଜୁଡିସିଆଲ ଏକାଡେମୀରେ ତାଲିମ ନେଇଥିଲେ। ତାଲିମ ନେବା ସମୟରେ ବିଭିନ୍ନ କୋର୍ଟ, ବିତ୍ତୀୟ ପ୍ରବନ୍ଧନ, ଫୋରେନ୍‌ସିକ ସାଇନ୍ସ, ମଧୁସୂଦନ ଦାସ ଏକାଡେମୀ ବିତ୍ତୀୟ ପ୍ରବନ୍ଧନ, ଏସ୍‌ସିବି ମେଡିକାଲ କଲେଜ, ରେଭିନ୍ୟୁ ଅଫିସର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌, ଷ୍ଟେଟ୍‌ ଫୋରେନ୍‌ସିକ ସାଇନ୍ସ ଲାବୋରେଟୋରି ପରିଦର୍ଶନ କରିଥିଲେ। ସେହିପରି ତାଲିମ ନେବା ସମୟରେ କଏଦୀଙ୍କ ଜୀବନ ବିଷୟରେ ଜାଣିବା ପାଇଁ ଚୌଦ୍ୱାର ସର୍କଲ ଜେଲ୍‌ ଓ ଜାମୁଝରି ଓପନ ଏୟାର ଜେଲ୍‌ ବୁଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri