୨ ଦିନରେ ୧୦୦ କୋଟି ଆୟ କଲା ‘ପଠାନ’

ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନଙ୍କ କମ୍‌ବ୍ୟାକ୍‌ ଫିଲ୍ମ ‘ପଠାନ’ ଜବରଦସ୍ତ ପ୍ରଦର୍ଶନ କରିଛି। ବକ୍ସ ଅଫିସ୍‌ରେ ପ୍ରଥମ ଦିନରେ ରେକର୍ଡ କରିଥିବା ‘ପଠାନ’ ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି।
ସମସ୍ତ ବିବାଦ ପରେ ମୁକ୍ତିଲାଭ କରିଥିବା ‘ପଠାନ’ର କ୍ରେଜ କିନ୍ତୁ ଥମିବାର ନାଁ ନେଉନାହିଁ। ‘ପଠାନ’ ବକ୍ସ ଅଫିସ୍‌ କଲେକ୍ସନ ଦୃଷ୍ଟିରୁ କେଜିଏଫ ୨ ଏବଂ ଓ୍ବାର୍‌ ଭଳି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି। ଫିଲ୍ମଟି ପ୍ରଥମ ଦିନରେ ହିନ୍ଦୀ ଭାଷାରେ ୫୫ କୋଟି ସଂଗ୍ରହ କରିଥିବାବେଳେ ଏହା ଅନ୍ୟ ଭାଷାରେ ୨ କୋଟି ରୋଜଗାର କରିଥିଲା। ଦ୍ୱିତୀୟ ଦିନ ଅର୍ଥାତ୍‌ ୨୬ ଜାନୁଆରୀରେ ଛୁଟି ଥିବାର ସମ୍ପୂର୍ଣ୍ଣ ଲାଭ ପାଇଛି। ଫିଲ୍ମଟି ପ୍ରଥମ ଦିନ ଅପେକ୍ଷା ଅଧିକ ସଂଗ୍ରହ କରିଥିଲା। ‘ପଠାନ’ ଦ୍ୱିତୀୟ ଦିନରେ ୬୫ କୋଟି ଟଙ୍କା ଆୟ କରିଛି। ଏହା ସହିତ ଫିଲ୍ମର ମୋଟ ରୋଜଗାର ସଂଖ୍ୟା ମାତ୍ର ଦୁଇ ଦିନ ମଧ୍ୟରେ ୧୦୦ କୋଟି ଅତିକ୍ରମ କରିଛି। ଅର୍ଥାତ୍‌ ଫିଲ୍ମର ମୋଟ ସଂଗ୍ରହ ୧୨୨ କୋଟିରେ ପହଞ୍ଚିଛି।
କେଜିଏଫ ୨ (ହିନ୍ଦୀ) ଦୁଇ ଦିନରେ ୧୦୦.୭୪ କୋଟି ଟଙ୍କା ଆୟ କରିଥିବାବେଳେ ବାହୁବଳୀ ୨ ଦୁଇ ଦିନରେ ୮୧.୫ କୋଟି ଟଙ୍କା ସଂଗ୍ରହ କରି୍‌ତ୍ଲା। ଏଭଳି ପରିସ୍ଥିତିରେ ‘ପଠାନ’ ଦୁଇ ଦିନ ରୋଜଗାର କ୍ଷେତ୍ରରେ ଏହି ଦୁଇଟି ଫିଲ୍ମଠାରୁ ବହୁତ ଆଗରେ ଅଛି।
ଶାହରୁଖ ଖାନଙ୍କ ବ୍ୟତୀତ ଦୀପିକା ପାଦୁକୋନ, ଜନ ଅବ୍ରହାମ, ଆଶୁତୋଷ ରାଣା ଏବଂ ଡିମ୍ପଲ କାପାଡିଆଙ୍କ ଭଳି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ପଠାନ’ରେ ୍‌ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ୍ଫିଲ୍ମରେ କିଙ୍ଗ ଖାନ ଜଣେ ‘ର’ ଏଜେଣ୍ଟ ଭୂମିକାରେ ଅଭିନୟ କରୁଥିବାବେଳେ ଜନ ଭିଲେନ ଭୂମିକାରେ ଅଭିନୟ କରିଥିଲେ। ‘ପଠାନ’ରେ ଶାହରୁଖ ଖାନଙ୍କ ଲୁକକୁ ବହୁତ ପ୍ରଶଂସା କରାଯାଉଛି। ‘ପଠାନ’ ୨୫୦ କୋଟି ବଜେଟରେ ପ୍ରସ୍ତୁତ ହୋଇଛି। ଏହି ଫିଲ୍ମ ବିଶ୍ୱବ୍ୟାପୀ ୮ ହଜାର ପରଦାରେ ମୁକ୍ତିଲାଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୋନାକ୍ଷୀଙ୍କ ପୂର୍ବରୁ ଅନେକଙ୍କୁ ଡେଟ୍‌ କରିଛନ୍ତି ତାଙ୍କ ପ୍ରେମିକ, ସଲମାନଙ୍କ ଭଉଣୀଙ୍କ ସହ…

ବମ୍ବେ: ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ସୋନାକ୍ଷୀ ସିନ୍ହା। କିଛି ଦିନ ତଳେ ସୋସିଆଲ ମିଡିଆରେ ସେ କିଛି ପୋଷ୍ଟ କରିଥିଲେ। ସେବେଠାରୁ ସେ ପ୍ରେମରେ ପଡ଼ିଥିବା...

୩୬ ବର୍ଷ ପୂରୁଣା ସଲମାନଙ୍କ ଭାଇରାଲ ଭିଡିଓ ଦେଖି ୟୁଜର୍ସ କହିଲେ ଏମିତି

ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ଖାଲି ଅଭିନୟ ପାଇଁ ନୁହେଁ, ସୁନ୍ଦର ଚେହେରା ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଲୁକ୍‌ରେ ଝିଅମାନେ ପାଗଳ। ୫୦ ବର୍ଷ...

ରଣବୀରଙ୍କ ପରେ ଏବେ ଏହି ଅଭିନେତା ଆସିବେ ସଞ୍ଜୟ ଦତ୍ତଙ୍କ ଭୂମିକାରେ

ମୁମ୍ବାଇ: ‘ଲଭ ହଷ୍ଟେଲ’ରୁ ବଲିଉଡରେ ପାଦ ଦେଇଥିବାରୁ ‘ହିରୋପନି୍ଥ ୨’ରେ ତାରା ସୁତାରିଆଙ୍କ ପ୍ରେମିକ ଭୂମିକାରେ ନଜର ଆସିଥିବା ନବନିତ ମଲିକ କିଛି ଉଲ୍ଲେଖନୀୟ ପରିଯୋଜନାରେ...

ସ୍ତ୍ରୀଙ୍କ ଗୋଟିଏ ନିଷ୍ପତ୍ତି ବଦଳାଇ ଦେଇଥିଲା କେକେଙ୍କ ଭାଗ୍ୟ, ଜାଣିଲେ…

ଭେଟେରାନ ଗାୟକ କେକେ ଆଉ ଏ ଦୁନିଆରେ ନାହାନ୍ତି। କେକେଙ୍କ ପରଲୋକେ ପରେ ତାଙ୍କ ସବୁ ପୂର୍ବ କଥାକୁ ମନେପକାଉଛନ୍ତି ତାଙ୍କ ପ୍ରଂଶସକ । ଏକଦା...

ଫିଲ୍ମ ‘ରାଧେ ଶ୍ୟାମ’କୁ ନେଇ ଏମିତି କହିଲେ ପୂଜା

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’କୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରି ରହିଛନ୍ତି। ଜାନୁୟାରୀ ୧୪ରେ ଏହି...

ଚର୍ଚ୍ଚାରେ ସଲମାନଙ୍କ ଭାଣିଜୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର୍‌ କିଡ୍‌ମାନେ କୌଣସି ବଡ଼ ଷ୍ଟାରଙ୍କଠାରୁ କମ୍‌ ନୁହନ୍ତି। ଏହି ଷ୍ଟାର୍‌ କିଡ୍‌ମାନେ ପ୍ରାୟତଃ ଫିଲ୍ମରେ ନିଜର କ୍ୟାରିୟର କରନ୍ତି ଏବଂ...

ଏହି ଅଭିନେତ୍ରୀଙ୍କୁ କଳା ରଙ୍ଗ ପାଇଁ ଚିଡ଼ାଉଥିଲେ ଲୋକେ

ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁଙ୍କ ଆଜି ଜନ୍ମଦିନ। ସେ ୭ ଜାନୁୟାରୀ ୧୯୭୮ରେ ନୂଆଦିଲ୍ଲୀରେ ଏକ ହିନ୍ଦୁ ବଙ୍ଗଳା ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବିପାଶା...

ସର୍ଟ ଡ୍ରେସ୍‌କୁ ନେଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ବଲିଉଡ୍‌ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀଙ୍କ ସହ ନ୍ୟୁୟର୍କରେ ରହୁଛନ୍ତି। ହେଲେ ନିକଟରେ ସେ ଏମିତି ଏକ ଡ୍ରେସ୍‌ରେ ନଜର...

Advertisement
Archives

Model This Week