ଶୈଶବଙ୍କ ବାଟ ଓଗାଳିଛି କରୋନା…

ନୂଆଦିଲ୍ଲୀ, ୧୭।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏହା ଯୋଗୁ ଶିଶୁଙ୍କର ବହୁ କ୍ଷତି ହେବାରେ ଲାଗିଛି। କରୋନା କାରଣରୁ ବିଦ୍ୟାଳୟ ବନ୍ଦ ହେବାରୁ ଗତ ଦୁଇ ବର୍ଷ ମଧ୍ୟରେ ପିଲାମାନଙ୍କର ଶିକ୍ଷାଲାଭ କରିବା କ୍ଷମତା ପ୍ରଭାବିତ ହୋଇଛି। ଏହାକୁ ଲର୍ଣ୍ଣିଂ ପ୍ରଭର୍ଟି ବା ଶିକ୍ଷା ଦାରିଦ୍ର୍ୟତା କୁହାଯାଉଛି।

ସଂକ୍ରମଣ ରୋକିବା ନାମରେ ସ୍କୁଲ ବନ୍ଦ କରିବା ଏକ ଭୁଲ୍‌ ନିଷ୍ପତ୍ତି ବୋଲି ବିଶ୍ୱ ବ୍ୟାଙ୍କ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି। ସଂକ୍ରମଣ ସମୟରେ ଯେତେବେଳେ ରେଷ୍ଟୁରାଣ୍ଟ, ହୋଟେଲ, ବାର୍‌ ଏବଂ ଶପିଂ ମଲ ଖୋଲାଯାଉଛି ସେତେବେଳେ ସ୍କୁଲ ବନ୍ଦ କରିବାର କୌଣସିି କାରଣ ନାହିଁ ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ ଜେଇମ ସାଭେଦ୍ରା ଏନେଇ ମଧ୍ୟ ପ୍ରଶ୍ନ ଉଠାଇ ସାରିଛନ୍ତି।

କରୋନା ଶୈଶବଙ୍କ ବାଟ ଓଗାଳିଛି। ଏହା ଯୋଗୁ ଶିକ୍ଷା କ୍ଷେତ୍ରରେ ସଙ୍କଟ ଦେଖା ଦେଇଛି। ସ୍କୁଲ ବନ୍ଦ ଯୋଗୁ ଭାରତରେ ୭୦ ପ୍ରିଲାଙ୍କ ବୌଦ୍ଧିକ ବିକାଶ ପ୍ରଭାବିତ ହୋଇଛି। ବିଶ୍ୱ ବ୍ୟାଙ୍କର ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ସ୍କୁଲ ବନ୍ଦ ଯୋଗୁ ଗତ ଦୁଇ ବର୍ଷ ମଧ୍ୟରେ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ୭୦ ପ୍ରତିଶତ ପିଲାଙ୍କ ଶିକ୍ଷା ଲାଭ କ୍ଷମତା ବିଶେଷ ସଙ୍କଟରେ ରହିଛି। ଫଳରେ ପିଲାମାନଙ୍କ ପାଇଁ ସରଳ ବାକ୍ୟ ପଢ଼ିିବା ଏବଂ ଲେଖିବା କଷ୍ଟକର ହୋଇପଡ଼ିଛି।

ଡିସେମ୍ବର ୨୦୨୧ରେ ପ୍ରକାଶିତ ୟୁନିସେଫ ରିପୋର୍ଟ ଅନୁଯାୟୀ, ପୃଥିବୀର ୧୦୦ରୁ ଅଧିକ ଦେଶରେ ସ୍କୁଲଗୁଡ଼ିକ ପୁଣି ଖୋଲାଯାଇଛି। ଆମେରିକା, ବ୍ରିଟେନ, କାନାଡା ଏବଂ ଜାପାନରେ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ସଂକ୍ରମଣର ବୃଦ୍ଧି ବିଦ୍ୟାଳୟ ଖୋଲିବା ଦ୍ୱାରା ପ୍ରଭାବିତ ହୋଇ ନାହିଁ। କରୋନା ମହାମାରୀ ଯୋଗୁ ପୃଥିବୀର ପ୍ରାୟ ୩୦ କୋଟି ପିଲାଙ୍କ ଶିକ୍ଷା ପ୍ରଭାବିତ ହୋଇଛି।

ବିଶ୍ୱ ବ୍ୟାଙ୍କର ଏକ ଆକଳନ ଅନୁଯାୟୀ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆସନ୍ତା ସମୟରେ ଭାରତର ଅର୍ଥନୀତିରେ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର କ୍ଷତି ହେବାର ଆଶଙ୍କା ରହିଛି। ଶିକ୍ଷା ପ୍ରଭାବିତ ହେବାରୁ ପିଲାମାନଙ୍କର ଭବିଷ୍ୟତ ରୋଜଗାର ଉପରେ ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?