ଘରୋଇ ବସ୍‌ର ଦାଦାଗିରି: ହାଇଦ୍ରାବାଦରୁ ଟିକେଟ୍ କାଟିଥିବା ଯାତ୍ରୀଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲେ,ଆମପାଣିରେ…

କୋକସରା,୨୦ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଘରୋଇ ବସ୍ କର୍ମଚାରୀଙ୍କ ଦବଙ୍ଗଗିରି। ପୂରା ରାସ୍ତାର ଟିକେଟ୍ କାଟି ଅଧା ବାଟରେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ଭଳି ଅଭାବନୀୟ ଦୃଶ୍ୟ ଗୁରୁବାର କଳାହାଣ୍ଡି ଜିଲା କୋକସରା ବ୍ଲକ୍ ଆମପାଣି ମୁଖ୍ୟ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି।

ଅଭିଯୋଗ ଅନୁସାରେ, ନିଜ ଗନ୍ତବ୍ୟ ସ୍ଥଳକୁ ଆସିବା ପାଇଁ ହାଇଦ୍ରାବାଦ ସ୍ଥିତ ରାଜଧାନୀ ବସ୍ କାଉଣ୍ଟରରେ ୩୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଟିକେଟ୍ କାଟିଥିଲେ। ସେଠାରେ ବସ୍ କର୍ମଚାରୀମାନେ ଶ୍ରମିକଙ୍କୁ ମାଡ଼ ମାରିବା ସହ ନଗଦ ଟଙ୍କା ଓ ଫୋନ୍-ପେ ଜରିଆରେ ଜୋରଜବରଦସ୍ତ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏହି ଯାତ୍ରୀମାନେ ସିନାପାଲି, ବଙ୍ଗୋମୁଣ୍ଡା, ମୁରିବାହାଲ, କେମନା ଓ ଗୋଲାମୁଣ୍ଡା ଯିବାର ଥିଲା। ମାତ୍ର ସେମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପରିବର୍ତ୍ତେ ଆମପାଣିଠାରେ ଓହ୍ଲାଇ ଦିଆଯାଇଥିଲା। ଏହାକୁ ନେଇ ରାସ୍ତା ମଝିରେ ପ୍ରବଳ ହୋହାଲ୍ଲା ଓ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଖବର ପାଇ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରିବା ସହ ଯାତ୍ରୀଙ୍କୁ ବୁଝାଶୁଝା କରିଥିଲା। ପରବର୍ତ୍ତୀ ସମୟରେ ଥାନାରେ ଆଲୋଚନା ହେବା ପରେ ବସ୍ କର୍ମଚାରୀମାନେ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ଛାଡ଼ିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବାରୁ ଗାଡ଼ିଟିକୁ ଛଡ଼ାଯାଇଥିଲା।

ତେବେ ଉକ୍ତ ବସ୍‌ଟି କୌଣସି ଯାତ୍ରୀବାହୀ ବସ୍ ନହୋଇ ଏକ ‘ଟୁରିଷ୍ଟ ବସ୍’ ଥିଲା। ଏପରି ବେଆଇନ ଭାବେ ୨୦ରୁ ଊର୍ଦ୍ଧ୍ୱ ଟୁରିଷ୍ଟ ବସ୍ ହାଇଦ୍ରାବାଦ ଓ ବେଙ୍ଗାଲୁରୁ ରୁଟ୍‌ରେ ଅବାଧରେ ଚାଲୁଥିଲେ ବି ପୋଲିସ ଓ ପରିବହନ ବିଭାଗ କାର୍ଯ୍ୟାନୁଷ୍ଠାନ ନ ନେବା ଏବଂ ଗାଡ଼ିଟିକୁ କୌଣସି ଚାଲାଣ ନକାଟି ଛାଡ଼ିଦେବା ପୋଲିସର ଭୂମିକା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାରର କରୁଣ କାହାଣୀ: ବାପାଙ୍କ ଦଶାହ କାର୍ଯ୍ୟ ପାଇଁ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ-ପୁଅ

ଦିଗପହଣ୍ଡି,୨୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା (୪୯)ଙ୍କ ଗତ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଛି।…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

ମମତାରାଣୀ ତ୍ରିପାଠୀ ବରଗଡ଼ର ନୂତନ CDAO

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ନୂତନ ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ଭାବେ ଗୁରୁବାର ମମତାରାଣୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ…

ଭାତ ଖାଇବା ବେଳେ ଗଡ଼ିଲା ମୁଣ୍ଡ: ସାମାନ୍ୟ କଳିରୁ ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ସାନ ଭାଇ

ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ସାମ୍ନାକୁ ଆସିଛି।…

ଗାଧୋଇବା ବେଳେ ଭାସିଗଲେ ୩ ଯୁବକ, ଆଉ ତା’ପରେ…

ସମ୍ବଲପୁର,୨୦।୮,ସମ୍ବଲପୁର ଜିଲା ମାନେଶ୍ବର ମାଳତି ଯୋରରେ ଗୁରୁବାର ଏକ ଦୁଖଃଦ ଘଟଣା ଘଟିଛି। ଗାଧୋଇବା ବେଳେ ୩ଜଣ ଯୁବକ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର…

ବ୍ରହ୍ମପୁରର ସୁନା ପୁଅ: ମହାକାଶ ବିଜ୍ଞାନରେ ଗବେଷଣା କରି ସୁନାମ ଆଣିଛନ୍ତି ବିଶ୍ୱଜିତ

ବ୍ରହ୍ମପୁର,୨୦।୮(ସୁବାସ ଚନ୍ଦ୍ର ପାଢ଼ୀ): ମହାକାଶ ବିଜ୍ଞାନ କ୍ଷେତ୍ରରେ ଅସାଧାରଣ ଗବେଷଣା କରି ବ୍ରହ୍ମପୁର ସହର ପାଇଁ ସୁନାମ ଆଣିଛନ୍ତି ହିଲପାଟଣା ନିବାସୀ ହୃଷିକେଶ ଦାଶ ଓ ସଂଯୁକ୍ତା…

କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ବାଟରେ ମାଡିବସିଲା ଭିଜିଲାନ୍ସ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ ଗୁରୁବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ତହସିଲଦାର ମୁରଲୀଧର ଲାଠିକଟା ଅଫିସରୁ ରାଉରକେଲା ଆସିବା ବାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri