ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ‘ହୋଲି ପାଇଁ ଗଡ଼ିବ ୫ଟି ସ୍ପେଶାଲ ଟ୍ରେନ୍‌’

ଭୁବନେଶ୍ୱର, ୧୪।୩ (ଅନୁରାଧା ମହାରଣା)ହୋଲି ସମୟରେ ଯାତ୍ରୀ ଭିଡ଼କୁ ଏଡ଼ାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ୫ ଯୋଡ଼ା ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବ। ଏସବୁ ଟ୍ରେନ ପୁନେ, ପାଟନା ଏବଂ ନିଜାମୁଦ୍ଦିନ ଷ୍ଟେଶନକୁ ଚଳାଚଳ କରାଇବା ପାଇଁ ଯୋଜନା କରାଯାଇଛି। ଏଥିସହ ନିୟମିତ ଟ୍ରେନରେ ଅତିରିକ୍ତ କୋଚ୍‌ ବୃଦ୍ଧି କରି ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇଛି। ଯାତ୍ରୀମାନେ ଆଇଆର୍‌ସିଟିସି ୱେବ୍‌ସାଇଟ କିମ୍ବା ମୋବାଇଲ ଆପ୍‌ କିମ୍ବା ପିଆରଏସ୍‌ କାଉଣ୍ଟରରୁ ଟିକେଟ ବୁକ କରିପାରିବେ। ସୂଚନାନୁସାରେ, ୦୮୩୨୭/୦୮୩୨୮ ସମ୍ବଲପୁର-ପୁନେ-ସମ୍ବଲପୁର ସ୍ପେଶାଲ ଟ୍ରେନ୍‌ ମାର୍ଚ୍ଚ ୧୭ରୁ ୩୧ ମଧ୍ୟରେ ପ୍ରତି ରବିବାର ସମ୍ବଲପୁରରୁ ରାତି ୧୦ଟାରେ ଛାଡିବ। ଫେରିବା ମାର୍ଗରେ ମାର୍ଚ୍ଚ ୧୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ପୁନେରୁ ପୂର୍ବାହ୍ନ ୯ଟା ୧୫ରେ ଛାଡିବ।
୦୮୪୭୭/୦୮୪୭୮ ପୁରୀ-ପାଟନା-ପୁରୀ ଟ୍ରେନ୍‌ ମାର୍ଚ୍ଚ ୧୮ରୁ ୨୫ ମଧ୍ୟରେ ପ୍ରତି ସୋମବାର ପୁରୀରୁ ଅପରାହ୍ନ ୪ଟା ୪୫ରେ ଛାଡିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟଣାରୁ ମାର୍ଚ୍ଚ ୧୯ରୁ ୨୬ ମଧ୍ୟରେ ପ୍ରତି ମଙ୍ଗଳବାର ଅପରାହ୍ନ ୧ଟା ୧୫ରେ ଛାଡିବ। ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର, ଆଦ୍ରା, ଯଶିଡିହ ଆଦି ୧୮ ଷ୍ଟେଶନରେ ରହଣି କରିବ।
୦୮୪୭୫/୦୮୪୭୬ ପୁରୀ-ନିଜାମୁଦ୍ଦିନ-ପୁରୀ ଟ୍ରେନ୍‌ ମାର୍ଚ୍ଚ ୨୨ରୁ ୨୯ ମଧ୍ୟରେ ପୁରୀଠାରୁ ପ୍ରତି ଶୁକ୍ରବାର ଭୋର୍‌ ୪ଟା ୫୦ରେ ଛାଡିବ। ଫେରିବା ମାର୍ଗରେ ନିଜାମୁଦ୍ଦିନଠାରୁ ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରତି ଶନିବାର ରାତି ୧୧ଟା ୩୦ରେ ଛାଡିବ। ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ସମ୍ବଲପୁର ସିଟି, ବିଳାସପୁର, ଗ୍ବାଲିୟର ଆଦି ୧୮ ଷ୍ଟେଶନରେ ରହଣି କରିବ।
୦୮୫୭୧/୦୮୫୭୨ ବିଶାଖାପାଟନମ୍‌-ନିଜାମୁଦ୍ଦିନ- ବିଶାଖାପାଟନମ ଟ୍ରେନ୍‌ ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ପ୍ରତି ଶନିବାର ସକାଳ ୮ଟା ୨୦ରେ ଛାଡିବ। ଫେରିବା ମାର୍ଗରେ ମାର୍ଚ୍ଚ ୨୪ରୁ ୩୧ ମଧ୍ୟରେ ପ୍ରତି ରବିବାର ନିଜାମୁଦ୍ଦିନଠାରୁ ରାତି ୧ ଟା ୩୫ରେ ଛାଡିବ। ବିଜୟନଗରମ, ରାୟଗଡା, ଟିଟିଲାଗଡ, ଖରିଆର ରୋଡ୍‌, ରାୟପୁର, ନ୍ୟୁକାଟନି, ଗ୍ବାଲିୟର, ମଥୁରା ଆଦି ୧୯ ଷ୍ଟେଶନରେ ରହଣି କରିବ।
୦୮୫୧୭/୦୮୫୧୮ ବିଶାଖାପାଟନମ-ପାଟନା-ବିଶାଖାପାଟନମ ଟ୍ରେନ ମାର୍ଚ୍ଚ ୨୦ରୁ ୨୭ ମଧ୍ୟରେ ପ୍ରତି ବୁଧବାର ବିଶାଖାପାଟନମ୍‌ରୁ ପୂର୍ବାହ୍ନ ୯ଟା ୨୫ରେ ଛାଡିବ। ଫେରିବା ମାର୍ଗରେ ପାଟନାଠାରୁ ମାର୍ଚ୍ଚ ୨୧ରୁ ୨୮ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧ଟାରେ ପାଟନାଠାରୁ ଛାଡିବ। ବିଜୟନଗରମ, ଶ୍ରୀକାକୁଲମ, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ, ଭଦ୍ରକ, ବାଲେଶ୍ୱର, ଆଦ୍ରା, ଯଶିଡିହ ଆଦି ୨୪ ଷ୍ଟେଶନରେ ରହଣି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri