ଏଇ ଭାରତରେ

ଅଗଣାରେ କିଭଳି ବଗିଚାଟିଏ କରିବେ ଓ ବିନା ମାଟିରେ ଅନେକ କୁଇଣ୍ଟାଲ ପନିପରିବା ଉତ୍ପାଦନ କରିବେ ତାହା ଦିଲ୍ଲୀର ଶଶାଙ୍କ ଦୁବେଙ୍କଠାରୁ ଶିଖିବା ଉଚିତ। ଯମୁନା ନଦୀ କୂଳରେ ଉତ୍ପାଦନ ହେଉଥିବା ପରିବାଗୁଡ଼ିକର ଗୁଣାମତ୍କ ମାନ ଖରାପ ବୋଲି ଜାଣିବା ପରେ ସେ ନିଜ ଅଗଣାରେ ଆକ୍ୱାପୋନିକ ପଦ୍ଧତିରେ ବିନା ମାଟିରେ ପରିବା ଚାଷ କରୁଛନ୍ତି। ପ୍ରତିମାସରେ ୫୦୦ କେ.ଜି. ପରିବା ଉତ୍ପାଦନ କରିବା ସହ ମାଛଚାଷ ମଧ୍ୟ କରୁଛନ୍ତି। ସେ ଚାକିରି ଛାଡ଼ି ଏହହି ଚାଷରେ ଲାଗିଛନ୍ତି। ବଡ଼ କଥା ହେଉଛି ଶଶାଙ୍କ ଅଦରକାରୀ ଡ୍ରମ୍‌ ଓ କ୍ୟାନ୍‌ ଆଣି ତାହାକୁ ମରାମତି କରି ସେଥିରେ ମାଛ ଚାଷ କରୁଛନ୍ତି। ମାଛ ଟାଙ୍କିରୁ ପାଣିକୁ ହାଇଡ୍ରୋପୋନିକ ଟ୍ୟୁବ୍‌ ମଧ୍ୟରେ ପ୍ରବାହିତ କରିବା ଦ୍ୱାରା ଗଛଗୁଡ଼ିକ ଆବଶ୍ୟକ ନ୍ୟୁଟ୍ରିଣ୍ଟ ପାଇପାରୁଛନ୍ତି। ସେ ପାଣିରେ ଲୁହାକଣ୍ଟା, ଲାଇମ୍‌ ଓ ଅଣ୍ଡାଖୋଳ ବ୍ୟବହାର କରୁଛନ୍ତି, ଯାହା ପାଣିରେ ଆଇରନ ଓ କ୍ୟାଲ୍‌ସିୟମ ଭାଗ ବଢାଉଛି। ସେ ଏହି ପଦ୍ଧତିରେ ୩ ବର୍ଷ ହେଲା ୬୦୦ ବର୍ଗଫୁଟ ଜାଗାରେ ପରିବା ଓ ମାଛଚାଷ କରୁଛନ୍ତି। ଏବେ ସେ ତାଙ୍କ ବଗିଚାରେ ୨୦୦୦ରୁ ଅଧିକ ଗଛ ଲଗାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri