ଜାନୁୟାରୀରୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

କୋରାପୁଟ,୨୩ା୧୨(ସ୍ବ.ପ୍ର.): କୋରାପୁଟ-ରାୟଗଡ଼ା ରେଳପଥ (କେଆର୍‌) ଲାଇନ୍‌ର କୋରାପୁଟରୁ ଦାମନଯୋଡ଼ି, କୋରାପୁଟରୁ କିରାଣ୍ଡୁଲ ଏବଂ କୋରାପୁଟରୁ ମାନାବାର ମଧ୍ୟରେ ୨୬ କି.ମି. ରେଳଲାଇନର ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି। ଏହାର ନିରୀକ୍ଷଣ ପାଇଁ ଗୁରୁବାର ରେଲୱେ ୱାଲ୍‌ଟିୟର ଡିଭିଜନର ଡିଆର୍‌ଏମ୍‌ ଅନୁପ ଶତପଥୀ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ କୋରାପୁଟ ଗସ୍ତ କରିଛନ୍ତି। କେଆର୍‌ ରେଳଲାଇନର ଡମୁରିପୁଟ ଓ ଦାମନଯୋଡ଼ି ଯାଏ ହୋଇଥିବା ଦୋହରୀକରଣ ରେଳଲାଇନରେ ସେ ଟ୍ରେନ୍‌ ଦ୍ୱାରା ଯାଇ ଟ୍ରାକ୍‌ ଓ ଲାଇନର ସମସ୍ତ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ସେହିପରି କେକେ ଳାଇନର କୋରାପୁଟରୁ ମାନାବାର ଯାଏ ହୋଇଥିବା ଦୋହରୀକରଣ ରେଳ ଲାଇନରେ ମଧ୍ୟ ପରୀକ୍ଷଣ ଟ୍ରେନ୍‌ ଗଡ଼ିଛି। ଡିଆର୍‌ଏମ୍‌ ଶତପଥୀ ଓ ସିଆର୍‌ଏସ୍‌ର ମୁଖ୍ୟଯନ୍ତ୍ରୀ କେ.ଡି. ରାଓ ପରୀକ୍ଷଣ ଟ୍ରେନ୍‌ରେ ଯାଇ ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ୨୬ କି.ମି. ରାସ୍ତାରେ ଡୁମୁରିପୁଟ, ଦାମନଯୋଡ଼ି, ମାନାବାର ଆଦି ୩ ଷ୍ଟେଶନ ପଡୁଛି। ଏଗୁଡିକର ସାମଗ୍ରିକ ବିକାଶ କାର୍ଯ୍ୟ ଚାଲିଛି ବୋଲି ସେ ପ୍ରକାଶ କରିଥିଲେ। ଆସନ୍ତା ଜାନୁୟାରୀ ଦ୍ୱିତୀୟ ସପ୍ତାହରୁ ଏହି ଦୋହରୀକରଣ ରେଳଲାଇନରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି। କୋରାପୁଟ ଷ୍ଟେଶନର ୩ ନମ୍ବର ପ୍ଲାଟ୍‌ଫର୍ମ କାର୍ଯ୍ୟ ଚାଲିଛି। ଏହି ନୂତନ ଫ୍ଲାଟ୍‌ଫର୍ମକୁ ଅଧିକ ଲମ୍ବା କରାଯାଉଛି, ଏହାଦ୍ୱାରା ଆଗାମୀ ଦିନରେ ଷ୍ଟେଶନରେ ଅଧିକ ଲମ୍ବା ଟ୍ରେନ୍‌ମାନ ରହିବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ଅବସରରେ ଷ୍ଟେଶନ ମ୍ୟାନେଜର ନବକିଶୋର ଭିତିରିଆଙ୍କ ସମେତ ରେଲୱେର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri