ପୁରୀରେ ଯାତ୍ରୀବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ପୁରୀ ଅଫିସ,୨୯ା୩: ପୁରୀ ରେଳ ଷ୍ଟେଶନ ନିକଟରେ ସୋମବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଗୁଣପୁର-ପୁରୀ ଏକ୍ସପ୍ରେସ ଟ୍ରେନଟି ସଂଟିଙ୍ଗ କରୁଥିବା ସମୟରେ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଅପରାହ୍ନ ପ୍ରାୟ ୨ଟା ୫୦ରେ ଗୁଣପୁର-ପୁରୀ ଏକ୍ସପ୍ରେସ ଟ୍ରେନ ନଂ. ୧୮୪୧୮ଟି ରେଳ ଷ୍ଟେଶନରେ ପହଞ୍ଚତ୍ବା ପରେ ଯାତ୍ରୀମାନେ ସବୁ ଓହ୍ଲାଇ ପଡ଼ିଥିଲେ। ପରେ ପ୍ରାୟ ଅପରାହ୍ନ ୩ଟାରୁ ୩ଟା ୩୦ମଧ୍ୟରେ ଏହି ଟ୍ରେନଟି ପଛକୁ ଫେରି ବହି ର୍ବିଭାଗ ସ୍ଥାନରେ ସଂଟିଙ୍ଗ କରୁଥିବା ସମୟରେ ହଠାତ୍‌ ଟ୍ରେନ୍‌ର ଶେଷ ଦୁଇ ବଗି(ନଂ.୧୪୪୭୭୨ ଏବଂ ୧୫୪୨୪୨) ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଖବରପାଇ ତତ୍‌କ୍ଷଣାତ ରେଳ କର୍ମଚାରୀ ଓ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଟ୍ରେନ ସୁରକ୍ଷିତ ଥିବା ଅନ୍ୟ ୧୦ଟି ବଗିକୁ ଲାଇନ୍‌ଚ୍ୟୁତ ହୋଇଥିବା ୨ବଗିରୁ ସୁରକ୍ଷିତ ଭାବେ ଅଲଗା କରି ସେଠାରୁ ସ୍ଥାନାନ୍ତର କରାଯାଇଥିଲା। ପରେ ଦୁର୍ଘଟଣାଗ୍ରସ୍ତ ୨ଟି ବଗିକୁ ସ୍ଥାନାନ୍ତର ପାଇଁ ଖୋର୍ଦ୍ଧା ରେଳ ଡିଭିଜନରୁ କ୍ରେନ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ମଗାଯାଇଥିଲା। ଅପରପକ୍ଷେ ଡାଉନ ଲାଇନ ନିକଟରେ ଏହି ରେଳ ବଗି ଲାଇନଚ୍ୟୁତ ହୋଇଥିବା ସତ୍ତ୍ୱେ ରେଳ ଚଳାଚଳରେ କୌଣସି ପ୍ରଭାବ ପଡ଼ି ନଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ସୌଭାଗ୍ୟବଶତଃ କୌଣସି ପାସେଞ୍ଜର ନ ଥିବା ହେତୁ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି। ପରେ ଖୋର୍ଦ୍ଧା ଡିଭିଜନର ଡିଏନ୍‌ ହେଡକ୍ୱାର୍ଟର ଚନ୍ଦ୍ରଭାନୁ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କର କହିବା ଅନୁଯାୟୀ, ଟ୍ରେନ୍‌ର ଗୋଟିଏ ବଗି ସମ୍ପୂର୍ଣ୍ଣ ଭାବେ ଲାଇନଚ୍ୟୁତ ହୋଇଛି ଏବଂ ଅନ୍ୟ ଏକ ବଗି ସାମାନ୍ୟ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ ଚଳାଚଳରେ ଯେପରି କୌଣସି ଅସୁବିଧା ନହେବ, ସେଥିପାଇଁ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଅନ୍ୟ ଲାଇନ ଦେଇ ଅନ୍ୟ ସମସ୍ତ ଗାଡିଗୁଡିକ ନିର୍ଦ୍ଧାରିତ ସମୟରେ ଯାତାୟାତ କରୁଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି ତାହା ତଦନ୍ତ ହେବ। ଏଥିପାଇଁ ଟିମ୍‌ ଆସି ଅନୁସନ୍ଧାନ କରିବେ ବୋଲି ନାୟକ କହିଛନ୍ତି। ଅପରପକ୍ଷେ ଘଟଣା ଘଟିବାର ପ୍ରାୟ ୩ ଘଣ୍ଟା ପରେ ଖୋର୍ଦ୍ଧା ରୋଡରୁ ଟୁଲ କିଟ୍‌ ରେଳ ଭ୍ୟାନ ବିଭିନ୍ନ ସରଞ୍ଜାମ ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଲାଇନ୍‌ଚ୍ୟୁତ ହୋଇଥିବା ୨ବଗିକୁ କିପରି ଲାଇନକୁ ଅଣାଯିବ, ସେନେଇ ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ କର୍ମଚାରୀମାନଙ୍କ ପକ୍ଷରୁ ଟ୍ରେନ ଲାଇନର ମାପଚୁପ କରାଯିବା ସହ ବିଭିନ୍ନ ଯନ୍ତ୍ର ସଂଯୋଗ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ବଗିଗୁଡିକୁ ଲାଇନକୁ ଆଣିବା ପାଇଁ ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ମେକାନିକାଲ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକୁ ତ୍ୱରାନ୍ବିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ସୂଚନାଦାତା ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁରରେ ମାଓବାଦୀମାନେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ସୁରକ୍ଷା କର୍ମୀମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ମାଲକାନଗିରି,୮ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଖଇରପୁଟରେ ବୁଧବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଭାଜପା କର୍ମୀମାନେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୁଦୁଲିପଡ଼ା...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri