ପୁରୀରେ ଯାତ୍ରୀବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ପୁରୀ ଅଫିସ,୨୯ା୩: ପୁରୀ ରେଳ ଷ୍ଟେଶନ ନିକଟରେ ସୋମବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଗୁଣପୁର-ପୁରୀ ଏକ୍ସପ୍ରେସ ଟ୍ରେନଟି ସଂଟିଙ୍ଗ କରୁଥିବା ସମୟରେ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଅପରାହ୍ନ ପ୍ରାୟ ୨ଟା ୫୦ରେ ଗୁଣପୁର-ପୁରୀ ଏକ୍ସପ୍ରେସ ଟ୍ରେନ ନଂ. ୧୮୪୧୮ଟି ରେଳ ଷ୍ଟେଶନରେ ପହଞ୍ଚତ୍ବା ପରେ ଯାତ୍ରୀମାନେ ସବୁ ଓହ୍ଲାଇ ପଡ଼ିଥିଲେ। ପରେ ପ୍ରାୟ ଅପରାହ୍ନ ୩ଟାରୁ ୩ଟା ୩୦ମଧ୍ୟରେ ଏହି ଟ୍ରେନଟି ପଛକୁ ଫେରି ବହି ର୍ବିଭାଗ ସ୍ଥାନରେ ସଂଟିଙ୍ଗ କରୁଥିବା ସମୟରେ ହଠାତ୍‌ ଟ୍ରେନ୍‌ର ଶେଷ ଦୁଇ ବଗି(ନଂ.୧୪୪୭୭୨ ଏବଂ ୧୫୪୨୪୨) ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଖବରପାଇ ତତ୍‌କ୍ଷଣାତ ରେଳ କର୍ମଚାରୀ ଓ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଟ୍ରେନ ସୁରକ୍ଷିତ ଥିବା ଅନ୍ୟ ୧୦ଟି ବଗିକୁ ଲାଇନ୍‌ଚ୍ୟୁତ ହୋଇଥିବା ୨ବଗିରୁ ସୁରକ୍ଷିତ ଭାବେ ଅଲଗା କରି ସେଠାରୁ ସ୍ଥାନାନ୍ତର କରାଯାଇଥିଲା। ପରେ ଦୁର୍ଘଟଣାଗ୍ରସ୍ତ ୨ଟି ବଗିକୁ ସ୍ଥାନାନ୍ତର ପାଇଁ ଖୋର୍ଦ୍ଧା ରେଳ ଡିଭିଜନରୁ କ୍ରେନ ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ମଗାଯାଇଥିଲା। ଅପରପକ୍ଷେ ଡାଉନ ଲାଇନ ନିକଟରେ ଏହି ରେଳ ବଗି ଲାଇନଚ୍ୟୁତ ହୋଇଥିବା ସତ୍ତ୍ୱେ ରେଳ ଚଳାଚଳରେ କୌଣସି ପ୍ରଭାବ ପଡ଼ି ନଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ସୌଭାଗ୍ୟବଶତଃ କୌଣସି ପାସେଞ୍ଜର ନ ଥିବା ହେତୁ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି। ପରେ ଖୋର୍ଦ୍ଧା ଡିଭିଜନର ଡିଏନ୍‌ ହେଡକ୍ୱାର୍ଟର ଚନ୍ଦ୍ରଭାନୁ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ତାଙ୍କର କହିବା ଅନୁଯାୟୀ, ଟ୍ରେନ୍‌ର ଗୋଟିଏ ବଗି ସମ୍ପୂର୍ଣ୍ଣ ଭାବେ ଲାଇନଚ୍ୟୁତ ହୋଇଛି ଏବଂ ଅନ୍ୟ ଏକ ବଗି ସାମାନ୍ୟ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ ଚଳାଚଳରେ ଯେପରି କୌଣସି ଅସୁବିଧା ନହେବ, ସେଥିପାଇଁ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଅନ୍ୟ ଲାଇନ ଦେଇ ଅନ୍ୟ ସମସ୍ତ ଗାଡିଗୁଡିକ ନିର୍ଦ୍ଧାରିତ ସମୟରେ ଯାତାୟାତ କରୁଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି ତାହା ତଦନ୍ତ ହେବ। ଏଥିପାଇଁ ଟିମ୍‌ ଆସି ଅନୁସନ୍ଧାନ କରିବେ ବୋଲି ନାୟକ କହିଛନ୍ତି। ଅପରପକ୍ଷେ ଘଟଣା ଘଟିବାର ପ୍ରାୟ ୩ ଘଣ୍ଟା ପରେ ଖୋର୍ଦ୍ଧା ରୋଡରୁ ଟୁଲ କିଟ୍‌ ରେଳ ଭ୍ୟାନ ବିଭିନ୍ନ ସରଞ୍ଜାମ ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଲାଇନ୍‌ଚ୍ୟୁତ ହୋଇଥିବା ୨ବଗିକୁ କିପରି ଲାଇନକୁ ଅଣାଯିବ, ସେନେଇ ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ କର୍ମଚାରୀମାନଙ୍କ ପକ୍ଷରୁ ଟ୍ରେନ ଲାଇନର ମାପଚୁପ କରାଯିବା ସହ ବିଭିନ୍ନ ଯନ୍ତ୍ର ସଂଯୋଗ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ବଗିଗୁଡିକୁ ଲାଇନକୁ ଆଣିବା ପାଇଁ ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ମେକାନିକାଲ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକୁ ତ୍ୱରାନ୍ବିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri