Posted inଜାତୀୟ

କୋଭିଡ୍‌ ଟିକା ନେଇ ଓଡ଼ିଶାରେ ୫୦ ମୃତ୍ୟୁ

ନୂଆଦିଲ୍ଲୀ,୨୯ା୩: ମହାମାରୀ କୋଭିଡ୍‌ ମୁକାବିଲା ପାଇଁ ଟିକାକରଣ ଉପରେ କେନ୍ଦ୍ର ସରକାର ଜୋର୍‌ ଦେଉଥିଲେ। କିନ୍ତୁ କୋଭିଡ୍‌-୧୯ ଟିକା ନେବା ପରେ ଭାରତରେ ୧୧୫୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୫୦ ଜଣ ହେଉଛନ୍ତି ଓଡ଼ିଶାର। କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାଓ୍ବାର ଗତ ୨୪ ତାରିଖରେ ଲୋକ ସଭାକୁ ଏହି ମୃତ୍ୟୁସଂଖ୍ୟା ଅବଗତ କରାଇଛନ୍ତି। ଏହା ପୂର୍ବରୁ ଗତ ନଭେମ୍ବର ୨୯ରେ ସୁପ୍ରିମ୍‌କୋର୍ଟଙ୍କୁ ସତ୍ୟପାଠ ଜରିଆରେ କେନ୍ଦ୍ର ଜଣାଇଥିଲା ଯେ, କୋଭିଡ୍‌ ଟିକା ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ସରକାରଙ୍କୁ ଦାୟୀ କରାଯାଇପାରିବ ନାହିଁ। ‘କୋଓ୍ବିନ୍‌’ ପୋର୍ଟାଲ ସମେତ ବିଭିନ୍ନ ମାଧ୍ୟମରେ ଟିକା ନେବାକୁ ପ୍ରଚାର ପ୍ରସାର କରାଗଲା। ହେଲେ ଟିକା ନେବା ବ୍ୟକ୍ତିଙ୍କଠାରେ ଏକାଧିକ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେବା ଓ ମୃତ୍ୟୁ ଘଟିବା ପରେ ଥାର୍ଡ ପାର୍ଟି ଦ୍ୱାରା ତାହା ପ୍ରସ୍ତୁତ ହେଉଥିବା ଦର୍ଶାଇ ସରକାର ନିଜ ଉପରୁ ଦୋଷ ଖସାଇଦେଇଥିଲେ।
୨୦୨୦ ଜାନୁୟାରୀ ୨୭ରେ କେରଳସ୍ଥିତ ଥିରିସୁରର ଜଣେ ୨୦ ବର୍ଷୀୟା ଛାତ୍ରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚାଇନାର ଉହାନ୍‌ରୁ ଫେରିଥିବା ଏହି ଯୁବତୀ ହେଉଛନ୍ତି ଭାରତର ପ୍ରଥମ କୋଭିଡ୍‌ ସଂକ୍ରମିତ। ସେବେଠୁ ଅଦ୍ୟାବଧି ଦେଶରେ ମହାମାରୀର ୩ଟି ଲହର ଆସିଲାଣି। କୋଭିଡ୍‌ ସଂକ୍ରମଣ ରୋକିବା ପାଇଁ ପ୍ରଥମେ ପ୍ରଭାବଶାଳୀ ଉପାୟ ନ ଥିଲା। ୨୦୨୧ ଜାନୁୟାରୀ ୨ରେ ଭାରତ ବାୟୋଟେକ୍‌ର କୋଭାକ୍ସିନ ବଜାରକୁ ଆସିଥିଲା। ଏହା ପରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ବିକଶିତ କୋଭିଶିଲ୍ଡ ସମେତ ଅନ୍ୟ ଟିକାଗୁଡ଼ିକ ଦେଶରେ ଉପଲବ୍ଧ ହୋଇଥିଲା। ସେବେଠୁ ୨୦୨୩ ମାର୍ଚ୍ଚ ୧୫ ସୁଦ୍ଧା ଦେଶରେ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୧,୧୫୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଟିକା ନେଇ ମୃତ୍ୟୁମୁଖରେ ପଡ଼ିଥିବା ଲୋକଙ୍କ ମଧ୍ୟରେ ଓଡ଼ିଶାର ୫୦ ଜଣ ଅଛନ୍ତି। ଏଥିସହ ଟିକାକରଣ ପରେ ଓଡ଼ିଶାର ଅନ୍ୟ ୧,୫୫୨ ଜଣ ଆଡ୍‌ଭର୍ସ ଇଭେଣ୍ଟସ୍‌ ଫଲୋଇଙ୍ଗ୍‌ ଇମ୍ୟୁନାଇଜେଶନ୍‌ (ଏଇଏଫ୍‌ଆଇ) ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମାତ୍ର ୮୦ ଜଣଙ୍କଠାରେ ଟିକାର ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଛି ବୋଲି ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପାଓ୍ବାର ଉତ୍ତରରେ ଦର୍ଶାଇଛନ୍ତି। ଟିକାକରଣ ପରେ ସର୍ବାଧିକ ମୃତ୍ୟୁ କେରଳରେ ଘଟିଛି। ଦକ୍ଷିଣ ଭାରତର ଏହି ରାଜ୍ୟରେ ଟିକା ନେବା ପରେ ୨୪୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି କ୍ଷେତ୍ରରେ ମହାରାଷ୍ଟ୍ର (୧୦୨) ଦ୍ୱିତୀୟ ସ୍ଥାନରେ ଥିବାବେଳେ ଉତ୍ତର ପ୍ରଦେଶ (୮୬) ଓ ମଧ୍ୟପ୍ରଦେଶ (୮୫) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି। ଏଇଏଫ୍‌ଆଇ ଯୋଗୁ କେଉଁ ରାଜ୍ୟରେ କେତେଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ବୋଲି ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍‌ଆର୍‌ କଂଗ୍ରେସ ଏମ୍‌ପି କୁରୁବା ଗୋରନ୍ତଲା ମାଧବ ପ୍ରଶ୍ନ କରିଥିଲେ। ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ପାଓ୍ବାର ଆହୁରି କହିଛନ୍ତି ଯେ, କୋଭିଡ୍‌ ଟିକାର ଏଇଏଫ୍‌ଆଇ ମାମଲାଗୁଡ଼ିକୁ ନେଇ ୟୁନିଭର୍ସାଲ ଇମ୍ୟୁନାଇଜେଶନ୍‌ ପ୍ରୋଗ୍ରାମ ଅନ୍ତର୍ଗତ ସର୍ଭିଲାନ୍ସ ସିଷ୍ଟମ୍‌ ଅଧୀନରେ ରିପୋର୍ଟ ଏବଂ ଅନୁଧ୍ୟାନ କରାଯାଇଛି। କୋଭିଡ ଟିକାକରଣଜନିତ ଏଇଏଫ୍‌ଆଇଗୁଡ଼ିକର ରିପୋର୍ଟିଂ ଲାଗି ଓ୍ବେବ୍‌ ଆପ୍ଲିକେଶନ୍‌ ଏସ୍‌ଏଏଫ୍‌ଇଭିଏସି ବା ସେଫ୍‌ଭାକ୍‌କୁ କୋ-ଓ୍ବିନ୍‌ ସହ ସମନ୍ବିତ କରାଯାଇଥାଏ। ସେହିପରି ଜିଲା ପ୍ରତିଷେଧନ ଅଧିକାରୀ ଏବଂ ହିତାଧିକାରୀମାନେ ଏଇଏଏଫ୍‌ଆଇର ରିପୋର୍ଟିଂ କୋ-ଓ୍ବିନ୍‌ ଏବଂ ସେଫ୍‌ଭାକ୍‌ ଜରିଆରେ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲ୍‌କାତାରେ ହେବ ବାର୍ସେଲୋନା, ରିୟଲ ମାଡ୍ରିଡ୍‌ ଲିଜେଣ୍ଡ୍ସ ମ୍ୟାଚ୍‌

କୋଲ୍‌କାତା,୧୩ା୧୦: ବିଶ୍ୱ ଫୁଟ୍‌ବଲର ଅନ୍ୟତମ ସଫଳ କ୍ଲବ ବାର୍ସେଲୋନା ଓ ରିୟଲ ମାଡ୍ରିଡ୍‌ର ଲିଜେଣ୍ଡ୍ସ ଦଳ ଆସନ୍ତା ନଭେମ୍ବର ୨୫ରେ କୋଲ୍‌କାତାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିବେ।…

ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ             

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…

ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…

ଆସନ୍ତାକାଲି ଅସ୍ତ ହେବେ ଶୁକ୍ର! ୪ ରାଶିଙ୍କ ଉପରେ ଘୋର ଆର୍ଥିକ ସଙ୍କଟ! ଅଯଥାରେ ବଢିଯିବ ଖର୍ଚ୍ଚ…

ଧନ, ସମୃଦ୍ଧି ଏବଂ ଖୁସିର ଗ୍ରହ ଶୁକ୍ର ଆସନ୍ତା ୧୪ ଅକ୍ଟୋବରରେ ତୁଳା ରାଶିରେ ଅସ୍ତ ହେଉଛନ୍ତି । ନବରାତ୍ରିର ପବିତ୍ର ଦିନଗୁଡ଼ିକରେ ଶୁକ୍ରଙ୍କ ଅସ୍ତଗମନ କିଛି…

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?