ସିଟ୍‌ ବେଲ୍ଟ ଲଗାଇବାକୁ କହିବାରୁ କ୍ର୍ୟୁ ମେମ୍ବରଙ୍କ ଦାନ୍ତ ଭାଙ୍ଗିଲେ ମହିଳା ଯାତ୍ରୀ

ଓ୍ବାଶିଂଟନ୍‌,୩୧।୫: ପ୍ରାୟ ସମୟରେ ବିମାନ ଯାତ୍ରା ସହ ଜଡ଼ିତ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବର ଯାତ୍ରୀଙ୍କ ସହ ର୍ଦୁବ୍ୟବହାର ଘଟଣା ସାମ୍ନାକୁ ଆସିଥିବା ବେଳେ ଆଉ କେତେବେଳେ ଯାତ୍ରୀ କ୍ର୍ୟୁ ମେମ୍ବରଙ୍କ ସହ ର୍ଦୁବ୍ୟବହାର କରିଥିବା କଥା କୁହାଯାଏ। ଇତିମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯାତ୍ରୀ କ୍ର୍ୟୁ ମେମ୍ବରଙ୍କ ଦାନ୍ତ ଭାଙ୍ଗିଦେଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଆମେରିକାର ସେକ୍ରୋମେଣ୍ଟରୁ ଡିଏଗୋ ଯାଉଥିବା ବିମାନ ଯାତ୍ରା ସମୟରେ ଜଣେ ୨୮ବର୍ଷୀୟ ବ୍ୟବିଆନା କ୍ୱିନୋନେଜ ନାମକ ଯାତ୍ରୀ ଯାତ୍ରା କରୁଥିଲେ।

ବିମାନ ଉଡ଼ାଣ ସମୟରେ କ୍ର୍ୟୁ ମେମ୍ବର ତାଙ୍କୁ ସିଟ୍‌ ବେଲ୍ଟ ବାନ୍ଧିବାକୁ କହିଥିଲେ। ହେଲେ ସେ କର୍ଣ୍ଣପାତ କରି ନ ଥିଲେ। ଏହା ସତ୍ତ୍ୱେ କ୍ର୍ୟୁ ମେମ୍ବର ବାରମ୍ବାର ବ୍ୟବିଆନାଙ୍କୁ ସିଟ୍‌ ବେଲ୍ଟ ବାନ୍ଧିବାକୁ ଅନୁରୋଧ କରିଥିଲେ। ଏହି କଥାରେ ବ୍ୟବିଆନା ଉତ୍ତ୍ୟକ୍ତ ହୋଇପଡ଼ି କ୍ର୍ୟୁ ମେମ୍ବରକୁ ଏକ ମୁକ୍କା ମାରିଥିଲେ। ଯେଉଁଥିରେ ତାଙ୍କର ୨ଟି ଦାନ୍ତ ଭାଙ୍ଗିଯାଇ ରକ୍ତ ସ୍ରାବ ହୋଇଥିଲା। ଏହି ଘଟଣାରେ ଆମେରିକା ଏୟାରଲାଇନ୍ସ ପକ୍ଷରୁ ବ୍ୟବିଆନାଙ୍କୁ ଗିରଫ କରାଯାଇଛି। ତେବେ ଘଟଣା ସମୟରେ ସେ ମଦ୍ୟପାନୀୟ କରିଥିଲେ କି ନାହିଁ ସେନେଇ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କିନ୍ତୁ ଏହି ଘଟଣା ପରେ ଏୟାରଲାଇନ୍ସ ବିମାନରେ ମଦ ଉପରେ ପ୍ରତିବନ୍ଧକ ଲଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri