ବସ୍‌ ଭଡ଼ା କଷଣରେ ଯାତ୍ରୀ ହଇରାଣ

ଭୁବନେଶ୍ୱର,୪ା୪(ବ୍ୟୁରୋ): କିଛିଦିନ ହେବ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି। ଓଡ଼ିଶାରେ ଗତ ୧୩ ଦିନରେ ତୈଳ ଦର ପ୍ରାୟ ସାଢ଼େ ୮ ଟଙ୍କା ବୃଦ୍ଧି ହୋଇଛି। ଡିଜେଲ ଦର ବୃଦ୍ଧିକୁ ଦେଖି ରାଜ୍ୟ ସରକାର ମାର୍ଚ୍ଚ ୩୧ରେ ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି। ଭଡ଼ା କିଲୋମିଟର ପିଛା ୩ରୁ ୯ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦରଦାମ୍‌ ବୃଦ୍ଧି ସହ ବସ୍‌ ଭଡ଼ା ବୃଦ୍ଧି ଯାତ୍ରୀଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି। ତେବେ ଅନେକ ସ୍ଥାନରେ ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଟଙ୍କା ଯାତ୍ରୀଙ୍କ ଠାରୁ ନିଆଯାଉଥିବା ଅଭିଯୋଗ ହେଉଛି।
ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ରାଜ୍ୟର ୩୦ ଜିଲାର ମୁଖ୍ୟାଳୟ ପାଇଁ ବର୍ଦ୍ଧିତ ଭଡ଼ା ଧାର୍ଯ୍ୟ କରିଛନ୍ତି। ତେବେ ବସ୍‌ ଭଡ଼ାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଏପରି କି କେତେକ କ୍ଷେତ୍ରରେ ଘରୋଇ ବସ୍‌ କର୍ମଚାରୀ ଏବଂ ଯାତ୍ରୀଙ୍କ ମଧ୍ୟରେ ଉଚ୍ଚବାଚ ଓ ମାରପିଟ ଭଳି ଘଟଣା ଦେଖିବାକୁ ମିଳୁଛି। ଏସ୍‌ଟିଏ ପକ୍ଷରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର ବରମୁଣ୍ଡାରୁ କଟକ ବାଦାମବାଡ଼ିକୁ ଯାତ୍ରୀଙ୍କ ପାଇଁ ଅର୍ଡିନାରି ବସ୍‌ ପାଇଁ ୨୭ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏକ୍ସପ୍ରେସ ପାଇଁ ୨୮, ଡିଲକ୍ସ ପାଇଁ ୩୯, ଏସି ଡିଲକ୍ସ ପାଇଁ ୪୮ ଏବଂ ସୁପର ପ୍ରିମିୟମ ପାଇଁ ୭୪ ଟଙ୍କା ଧାର୍ଯ୍ୟ କରାଯାଇଛି। ଅଧିକାଂଶ ଯାତ୍ରୀ ଅର୍ଡିନାରି, ଏକ୍ସପ୍ରେସ୍‌, ଡିଲକ୍ସ ଭଳି ବସ୍‌ରେ ଯାତାୟାତ କରିଥାଆନ୍ତି। ପ୍ରତ୍ୟେକ ବସ୍‌ରେ କିଲୋମିଟର ପିଛା ଭଡ଼ା ଲେଖି ସୂଚନା ଫଳକ ଝୁଲାଇବାକୁ ନିୟକ ରହିଛି। ହେଲେ ବସ୍‌ ଭଡ଼ା ବଢୁଥିଲେ ମଧ୍ୟ ଜନସାଧାରଣଙ୍କୁ ବସ୍‌ରେ ସୂଚନା ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫଳରେ କେଉଁ ସ୍ଥାନକୁ କେତେ ଭଡ଼ା ସେ ବିଷୟରେ ଯାତ୍ରୀମାନେ ଜାଣିପାରୁ ନାହାନ୍ତି। ବସ୍‌ କଣ୍ଡକ୍ଟର ମନଇଚ୍ଛା ଭଡ଼ା ଦାବି କରୁଥିବା ଅଭିଯୋଗ ହେଉଛି। ତେବେ କେଉଁଠି ଅଭିଯୋଗ କରାଯିବ ସେ ନେଇ ମଧ୍ୟ ବସ୍‌ରେ କୌଣସି ସୂଚନା ଦିଆଯାଉ ନାହିଁ। ନିୟମିତ ଭୁବନେଶ୍ୱରରୁ କଟକ ବସ୍‌ରେ ଯାଉଥିବା ଯାତ୍ରୀ ରମେଶ ଲେଙ୍କା କହିଛନ୍ତି ଯେ କଟକ-ଭୁବନେଶ୍ୱର ବସ୍‌ ଭଡ଼ା ୫୦ ଟଙ୍କା ହୋଇ ନ ଥିବା ବେଳେ ଅନେକ ସମୟରେ ଆମକୁ ୫୦ ଟଙ୍କା ଦେବାକୁ ପଡ଼େ। ମାତ୍ର ଟିକେଟ ମିଳେ ନାହିଁ। ଗତ ୩୧ ତାରିଖରେ ଭଡ଼ା ବୃଦ୍ଧି ହେବା ପରେ ମଧ୍ୟ ଭୁବନେଶ୍ୱରରୁ କଟକକୁ ଭଡ଼ା ୫୦ ଟଙ୍କା ଛୁଇଁନାହିଁ। ଏହା ପୂର୍ବରୁ ସାଧାରଣ ବସ୍‌ରେ ଗଲେ ମଧ୍ୟ ୪୦ରୁ ୫୦ ଟଙ୍କା ଦେବାକୁ ପଡୁଥିଲା। ଏବେ ଆହୁରି ଅଧିକ ଦେବାକୁ ପଡ଼ିପାରେ। ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ କୌଣସି ବ୍ୟବସ୍ଥା ନାହିଁ। ଝଗଡ଼ା କରିବା ଅପେକ୍ଷା ଅଧିକ ପଇସା ଦେଇ ଯିବାକୁ ପଡୁଛି। ପରିବହନ ବିଭାଗ ଯାତ୍ରୀମାନଙ୍କ ହିତ ଦୃଷ୍ଟିରୁ ବସ୍‌ରେ ଭଡ଼ା ବିଷୟରେ ଲେଖା ଝୁଲାଇବା ବାଧ୍ୟତାମୂଳକ କରିବା ଦରକାର। ନଚେତ୍‌ ଯାତ୍ରୀମାନେ ଶୋଷଣର ଶିକାର ହେବେ। ସେହିପରି ବାଲେଶ୍ୱରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ରାଉତଙ୍କ କହିବା ହେଲା ସେ ବାଲେଶ୍ୱରରୁ ବାରିପଦା ବସ୍‌ ଯୋଗେ ଯିବା ଆସିବା କରୁଛନ୍ତି। ମାତ୍ର ୬୦କି.ମି. ରାସ୍ତାକୁ ପୂର୍ବରୁ ୫୦/୬୦ ଟଙ୍କା ନିଆଯାଉଥିବା ବେଳେ ଏବେ କଣ୍ଡକ୍ଟର ୮୦ ଟଙ୍କା ନେଉଛନ୍ତି। ବସ୍‌ରେ କୌଣସି ରେଟ୍‌ ଚାର୍ଟ ଲାଗୁ ନାହିଁ। ଅଧିକ ଟଙ୍କା ନେବାର କାରଣ ପଚାରିବାରୁ ପ୍ରତିଦିନ ତୈଳ ଦର ବୃଦ୍ଧି ପାଉଥିବା ବସ୍‌ କର୍ମଚାରୀ ଦର୍ଶାଉଛନ୍ତି। ବର୍ଦ୍ଧିତ ମୂଲ୍ୟ ଦେବାକୁ ରାଜି ନ ହେଲେ ବସ୍‌ରେ ଉଠାଉ ନାହାନ୍ତି ବୋଲି ଶ୍ରୀକାନ୍ତ କହିଛନ୍ତି। ସମ୍ବଲପୁର ଖିଣ୍ଡା ହାଇସ୍କୁଲର ଶିକ୍ଷକ ଗୌରୀଦାସ ପ୍ରଧାନଙ୍କ କହିବା ହେଲା ସମ୍ବଲପୁର ସହରରୁ ପ୍ରତିଦିନି ଶିକ୍ଷାଦାନ ପାଇଁ ବସ୍‌ ଯୋଗେ ଖିଣ୍ଡା ହାଇସ୍କୁଲ ପ୍ରାୟ ୪୦ କି.ମି. ଯିବାକୁ ପଡୁଛି। ବସ୍‌ ଭଡ଼ା ବୃଦ୍ଧି ଆର୍ଥତ୍କ ବୋଝ ସଦୃଶ ହୋଇଛି। ଏହା ମାସିକିଆ ବଜେଟରେ ପ୍ରଭାବ ପକାଇବ। ତେଲ ଦର ବୃଦ୍ଧି ଅନୁପାତରେ ବସ୍‌ ମାଲିକମାନେ ଭଡ଼ା ବଢାଇ ଚାଲିଛନ୍ତି। ଲକ୍‌ଡାଉନ ପୂର୍ବରୁ ୨୦ ଟଙ୍କା ଭଡ଼ା ରହିଥିଲା। ଏବେ ବସ୍‌ଭଡ଼ା ବଢିଥିଲେ ମଧ୍ୟ କର୍ମଚାରୀମାନେ ମନଇଚ୍ଛା ଭଡ଼ା ନେଉଛନ୍ତି। କାହାଠାରୁ ୪୦ ତ ଆଉ କାହାଠାରୁ ୫୦ ଟଙ୍କା ନେଉଛନ୍ତି।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ଭଡ଼ା ବିଷୟରେ ଯାତ୍ରୀଙ୍କୁ ସୂଚନା ଦେବା ପାଇଁ ଡ୍ରାଇଭର ସିଟ୍‌ ପଛ ପଟରେ ଲେଖି ଝୁଲାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ କଡ଼ାକଡ଼ି କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବସ୍‌ ଏହାର ଉଲ୍ଲଂଘନ କରୁଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା ରହିଛି।
ମାତ୍ର ଏହା କରାଯାଉ ନାହିଁ। ବସ୍‌ରେ ଭଡ଼ା ସମ୍ପର୍କରେ କିଛି ସୂଚନା ଦିଆଯାଉ ନାହିଁ। ଫଳରେ ଭଡ଼ାକୁ ନେଇ ଯାତ୍ରୀ ଅନ୍ଧାରରେ ରହୁଛନ୍ତି ଏବଂ ଶୋଷଣର ଶିକାର ହେଉଛନ୍ତି। ଯେଉଁ ଯାତ୍ରୀ ବିରୋଧ କରୁଛନ୍ତି ସେମାନଙ୍କ ସହ ବସ୍‌ କର୍ମଚାରୀମାନଙ୍କର ହାତାହାତି ପର୍ଯ୍ୟନ୍ତ କଥା ଚାଲିଯାଉଛି।
ତେବେ ବସ୍‌ ଭଡ଼ା ଅଧିକ ନେବା ସମ୍ପର୍କରେ ରାଜ୍ୟ ଘରୋଇ ବସ୍‌ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଭଡ଼ା ନିଆଯାଉଛି। କାଁ ଭାଁ କେହି ଜଣେ ଅଧେ ସେଭଳି କରିପାରନ୍ତି। ମାତ୍ର ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେବାକୁ ସଂଘ ବିରୋଧ କରେ। ଯଦି କୌଣସି ବସ୍‌ ଅଧିକ ନେଉଛନ୍ତି ତେବେ ସଂଘର ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରନ୍ତୁ ବୋଲି ସେ କହିଛନ୍ତି।
ପରିବହନ ବିଭାଗ ଭଡ଼ା ବୃଦ୍ଧି କରି ହାତବାନ୍ଧି ବସି ଯାଉଥିବା ବେଳେ ଆରଟିଓମାନେ ମଧ୍ୟ ଏ ନେଇ ସେତେଟା ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଯାତ୍ରୀମାନଙ୍କୁ ଶୋଷଣର ଶିକାର ହେବାକୁ ପଡୁଛି। ଏହା ଉପରେ ଦୃଷ୍ଟି ଦେବାକୁ ଯାତ୍ରୀମାନେ ଦାବି କରିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?