![](https://www.dharitri.com/wp-content/uploads/2019/08/Chilika_Bhubaneswar.me_-1568x748.jpg)
ଖୋର୍ଦ୍ଧା ଅଫିସ,୨୯।୧୦: ଚିଲିକା ମଝିରେ ଯାତ୍ରାବାହୀ ଡଙ୍ଗା ଶନିବାର ଫସିଯାଇଛି। ଯାହାଫଳରେ ୪୦ରୁ ଅଧିକ ଯାତ୍ରୀ ଚିଲିକା ମଝିରେ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି ।
ଖବର ଅନୁଯାୟୀ, ସାତପଡ଼ାରୁ ଜହ୍ନିକୁଦା ଘାଟକୁ ଆସୁଥିବା ଡଙ୍ଗାରେ ଅନେକ ଯାତ୍ରୀଙ୍କ ସହ ୧୫ଟି ବାଇକ ଲୋଡିଂ ହୋଇଥିଲା । ତେବେ ଘାଟରୁ କିଛି ବାଟ ଯିବା ପରେ ହଠାତ୍ ଡଙ୍ଗାର ମେଶିନ ଖରାପ ହେବାରୁ ଡଙ୍ଗାଟି ଚିଲିକା ମଝିରେ ଫସିରହିଛି ।