ପରୀ ପ୍ରସଙ୍ଗରେ ଭାଜପା, ବିଜେଡି କଳି ଛିଣ୍ଡୁନି

ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସରକାର ଅସଲ ଅପରାଧୀକୁ ଧରିବା ପରିବର୍ତ୍ତେ ନ୍ୟାୟକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଛନ୍ତି। ଜାନୁୟାରୀ ୧୪ରେ ପରୀର ମା’ ସୌଦାମିନୀ ସାହୁ ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଦିନ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରି ଫେବୃୟାରୀ ୨୨ ସୁଦ୍ଧା ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ତଦନ୍ତ ପାଇଁ ସରକାରଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି ନୟାଗଡ଼ ଚିଲ୍‌ଡ୍ରେନ କୋର୍ଟରେ ଚାର୍ଜଶିଟ ମଧ୍ୟ ଦାଖଲ କରିସାରିଛି। ହେଲେ ସରକାର ଫେବୃୟାରୀ ୨୨ରେ ସୁପ୍ରିମକୋର୍ଟରେ କୌଣସି ପକ୍ଷ ନ ରଖି ଓଲଟା ୪ ସପ୍ତାହ ମହଲତ ମାଗିଥିଲେ। ଯେତେବେଳେ ସରକାର ଚିଲ୍‌ଡ୍ରେନ କୋର୍ଟରେ ନାବାଳକ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଚାର୍ଜଶିଟ ଦାଖଲ କରିଛନ୍ତି ଏବଂ ତଥ୍ୟ ପ୍ରମାଣ ସହ ତାକୁ ଦଣ୍ଡ ଦେବା ପାଇଁ ପର୍ଯ୍ୟାପ୍ତ ବୋଲି କହୁଛନ୍ତି, ସେତେବେଳେ ଏହି ପ୍ରମାଣ ସୁପ୍ରିମକୋର୍ଟରେ ରଖିବା ପାଇଁ କାହିଁକି ଡରିଲେ ବୋଲି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ା ଏହି ୪ ସପ୍ତାହରେ ସବୁ ପ୍ରକାର ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ମହଲତ ନେଇଛନ୍ତି ା ୫ ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ନ ଦେବା ପାଇଁ ସରକାର ଅଣ୍ଟା ଭିଡ଼ିଥିବା ଲେଖାଶ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ କଡ଼ା ଭାଷାରେ ସମାଲୋଚନା କରାଯାଇ ସେ ମାନସିକ ଭାରସାମ୍ୟ ହରାଇବା ଭଳି ଲକ୍ଷ୍ୟ କରାଯାଉଥିବା ବିଜେଡି ଅଭିଯୋଗ କରିଛି। ବିଜେଡି ନେତ୍ରୀ ଈପ୍ସିତା ସାହୁ କହିଛନ୍ତି, ବାରମ୍ବାର କହୁଛୁ ଯଦି ତାଙ୍କ ପାଖେ କିଛି ତଥ୍ୟ ପ୍ରମାଣ ଅଛି, ତେବେ ଅଦାଲତରେ ଦାଖଲ କରନ୍ତୁ। ଏହାଦ୍ୱାରା ସେ ତଦନ୍ତକୁ ଦିଗହରା ଓ ବାଟବଣା କରିବାକୁ ଚାହୁଁଛନ୍ତି। ଏଭଳି କାର୍ଯ୍ୟ ପାଇଁ ସେ ଲଜ୍ଜିତ ହେବା ସହିତ ରାଜ୍ୟବାସୀଙ୍କ ନିକଟରୁ କ୍ଷମା ମାଗିନେବା ଉଚିତ। ଲେଖାଶ୍ରୀଙ୍କ ଉପରେ ଏବେ ଦୟା ଆସୁଛି। ଗତ ୨ଟି ନିର୍ବାଚନରେ ଭାଜପା ତାଙ୍କୁ ଟିକେଟ ଦେଇ ନ ଥିବାରୁ କାଳେ ଏଥର ମିଳିଯିବ ସେହି ଆଶାରେ ସେ ବର୍ତ୍ତମାନ ପିପିଲିରେ ନାକ ପୂରାଉଛନ୍ତି। ଜଣେ ମହିଳା ହିସାବରେ ଲେଖାଶ୍ରୀଙ୍କ ପ୍ରତି ସମବେଦନା ଜଣାଉଛି ବୋଲି ଈପ୍ସିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri