ପରୀକୁ ନେଇ ଥମୁନି ତାତି

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ପରୀ ମୃତ୍ୟୁ ଘଟଣାରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି। ଭାଜପାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ନୟାଗଡ଼ ଜିଲା ଯଦୁପୁର ଗାଁକୁ ଯାଇ ପରୀ ମା’ ଓ ବାପାଙ୍କୁ ଭେଟିବା ପରେ ମଙ୍ଗଳବାର ରାଜ୍ୟପାଳଙ୍କ ଆଗରେ ଫେରାଦ ହୋଇଛନ୍ତି । ପୂର୍ବଭଳି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ଜିଦ୍‌ରେ ଅଟଳ ରହିବା ସହ ଏସ୍‌ଆଇଟି ନୁହେଁ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ ଭାଜପା କହିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ଭାଜପା ବିଧାୟକମାନେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପରୀର ମା’ ଓ ବାପା ନ୍ୟାୟ ନ ପାଇ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାପରେ ଭାଜପା ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଥିଲା। ହେଲେ ସରକାର ତାହା ନ କରି ଭୟରେ ଆଗୁଆ ବିଧାନସଭା ବନ୍ଦ କରିଦେଲେ ବୋଲି ପ୍ରଦୀପ୍ତ ଗଣମାଧ୍ୟମ ଆଗରେ କହିଛନ୍ତି। ବିଧାନସଭାର ୩ଟି ଅଧିବେଶନରେ ସର୍ବନିମ୍ନ ୬୦ଟି ବୈଠକ ଦିବସ ଅନୁଷ୍ଠିତ ହେବା ନିହାତି ଆବଶ୍ୟକ। ହେଲେ ସରକାର ସମ୍ବିଧାନକୁ ନ ମାନି ମାତ୍ର ୩୦ଦିନରେ ବିଧାନସଭାକୁ ବନ୍ଦ କରିଦେଲେ। ଏ ପ୍ରସଙ୍ଗରେ ମଧ୍ୟ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିବା ପ୍ରଦୀପ୍ତ କହିଛନ୍ତି।
ଏପଟେ ନୟାଗଡ଼ ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏବିଭିପି ସଦସ୍ୟମାନେ ମଙ୍ଗଳବାର ଭୁବନନେଶ୍ୱରରେ ଥିବା ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରିବାକୁ ଉଦ୍ୟମ କରିିବା ସହ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ। ତେବେ ଏବିଭିପି କର୍ମୀମାନେ ଅରୁଣ ସାହୁଙ୍କ ବାସଭବନ ଅଭିମୁଖେ ରାଲିରେ ଆସୁଥିବା ବେଳେ ୫୦ରୁ ଅଧିକ ଏବିଭିପି କର୍ମୀଙ୍କୁ ପୋଲିସ ଗିରଫ କରି ଉଠାଇ ନେଇଥିଲା। ସେହିଭଳି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର କଂଗ୍ରେସ ଭବନରେ ଏକ ଖବରଦାତା ସମ୍ମିଳନୀ କରି ଉଭୟ ବିଜେଡି ଓ ଭାଜପା ଉପରେ ବର୍ଷିଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ପରୀକୁ ନ୍ୟାୟ ଦେବାକୁ ଭାଜପା ଏତେଦିନ କେଉଁଠାରେ ଥିଲା ବୋଲି ପ୍ରଶ୍ନ କରିଛନ୍ତି। ଜୁଲାଇ ୨୧ରୁ ଆଜିପର୍ଯ୍ୟନ୍ତ ନୟାଗଡ଼ ଜିଲାରେ କଂଗ୍ରେସ ପରୀକୁ ଏବଂ ତା’ର ପରିବାରକୁ ନ୍ୟାୟଦେବାକୁ ଆନ୍ଦୋଳନ କରି ଚାଲିଛି। କଂଗ୍ରେସ ଦଳ ଆରମ୍ଭରୁ ଚୁପ୍‌ ରହିନି। ହେଲେ ଭାଜପା ଆଜକୁ ୪ମାସ ହେଲା କେଉଁଠି ଥିଲା ନିରଞ୍ଜନ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୧।୭(ବ୍ୟୁରୋ): ସୋମବାର ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଫଳରେ ବାଚସ୍ପତି ଦିନ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।...

୧୦ବର୍ଷ ପରେ ଘରକୁ ଫେରି ଆତ୍ମହତ୍ୟା

ହିଞ୍ଜଳିକାଟୁ,୩ା୭(ଡି.ଏନ୍‌.ଏ.)- ୧୦ ବର୍ଷ ତଳେ ଘରୁ କେଉଁଆଡେ ଚାଲିଯାଇଥିଲେ। ୨ଦିନ ତଳେ ହଠାତ୍‌ ଘରକୁ ଫେରି ଜାଣିଲେ ୨ମାସ ତଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିରେ...

ଅର୍ବାନ ବ୍ୟାଙ୍କ ଜମାକାରୀ ଫେରିପାଇବେ ଟଙ୍କା

ବାରିପଦା ଅଫିସ, ୧୬ା୨- ବାରିପଦା ଅର୍ବାନ ବ୍ୟାଙ୍କର ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ। ରେଜିଷ୍ଟ୍ରାର ଅଫ୍‌ କୋ-ଅପରେଟିଭ୍‌ ସୋସାଇଟି (ଆରସିଏସ୍‌)ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୭୨୧...

ପ୍ରଦୀପ ସେବା ନୁହେଁ, ହେବା ଲାଗି ଦଳ ଛାଡ଼ିଛନ୍ତି: ନିରଞ୍ଜନ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି କ୍ରମରେ ପିସିସି...

ବାଲୁକାକଳାରେ ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା

ପୁରୀ ଅଫିସ,୨୧।୭: ଭାରତର ୧୫ତମ ରାଷ୍ଟ୍ରପତି ହେଲେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ନିର୍ବାଚନରେ ମୁର୍ମୁଙ୍କ ମହାବିଜୟ ହୋଇଥିବା ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ମୁର୍ମୁଙ୍କ...

କଟକ ସହରରୁ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା

କଟକ ଅଫିସ,୨୪।୬: କଟକ ସହରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବୁଧବାର କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୨...

ତାରାତାରିଣୀ ହୋଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ମଞ୍ଚେଶ୍ୱର ଥାନା ନିକଟରେ ଥିବା ତାରାତାରିଣୀ ହୋଟେଲରେ ଶୁକ୍ରବାର ହଠାତ୍‌ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ପୋଲିସ ଓ ହୋଟେଲ...

ଲକ୍‌ଡାଉନ୍‌ ପ୍ରଭାବ: କ୍ଷତି ସହୁଛନ୍ତି ପରିବା ଚାଷୀ

କଟକ ଅଫିସ୍‌,୧୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଜନଜୀବନ...

Advertisement
Archives

Model This Week