ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଆମେ ଗଣତାନ୍ତ୍ରିକ ରାସ୍ତାରେ ଚାଲିଛୁ। ଗୋଟିଏ ବିରାଟ ଭୂଖଣ୍ଡ। ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ବସିଲାଣି। ଧର୍ମକୁ ନେଇ ବିଚାର କଲେ ହିନ୍ଦୁ, ମୁସ୍‌ଲିମ୍‌, ଖ୍ରୀଷ୍ଟିଆନ, ଶିଖ୍‌, ବୌଦ୍ଧ, ଜୈନ ବ୍ୟତୀତ ଆହୁରି ୮୩ ପ୍ରକାର ଧର୍ମର ଲୋକ ଏଠାରେ ବାସ କରନ୍ତି। ତିନି ହଜାରରୁ ଊର୍ଦ୍ଧ୍ୱ ଜାତି ଏବଂ ପଚିଶ ହଜାରରୁ ଊର୍ଦ୍ଧ୍ୱ ଉପଜାତି ମଧ୍ୟରେ ଭାରତୀୟ ସମାଜ ବିଭକ୍ତ। ସମ୍ବିଧାନ ସ୍ବୀକୃତ ୨୨ଟି ଭାଷାକୁ ଛାଡ଼ିଦେଲେ ୧୫୦୦ରୁ ଊର୍ଦ୍ଧ୍ୱ ଆଞ୍ଚଳିକ ଭାଷାରେ ଏଠାରେ ଲୋକମାନେ ଭାବ ବିନିମୟ କରନ୍ତି। ଖାଦ୍ୟ ଗ୍ରହଣ ଓ ପୋଷାକ ପରିଧାନକୁ ଦେଖିଲେ ବହୁ ବିବିଧତା ପରିଲକ୍ଷିତ ହୁଏ। ଏହା ସତ୍ତ୍ବେ ଦେଶର ସମୂହ ଜନଗଣ ଗଣତନ୍ତ୍ର ଉପରେ ଅଖଣ୍ଡ ବିଶ୍ୱାସ ରଖିବା ଏକ ବିସ୍ମୟ କହିଲେ ଭୁଲ୍‌ ହେବ ନାହିଁ। ତେବେ ଏକଥା ମଧ୍ୟ ସ୍ବୀକାର କରିବାକୁ ପଡ଼ିବ ଯେ ଏହି ଯାଦୁକରି ଅଖଣ୍ଡତାର ମୂଳମନ୍ତ୍ର ଆମ ସମ୍ବିଧାନ ଭିତରେ ଲିପିବଦ୍ଧ। ଏହା ଭିତରେ ଅଛି ଆମ ଅଧିକାର, ଆମ କର୍ତ୍ତବ୍ୟ। ଏହାରି ଭିତରେ ଅଛି ରାଜନୈତିକ ଦଳଗୁଡ଼ିକ ପାଇଁ ନିର୍ଦ୍ଦେଶାବଳୀ। ଏହାରି ଭିତରେ ଅଛି ସରକାର ଗଠନର ପ୍ରାବଧାନ ସହିତ ସରକାରର ଦାୟିତ୍ୱବୋଧ ସମ୍ପର୍କରେ ସବିଶେଷ ବିବରଣୀ। ଏହାକୁ ଅନୁସରଣ କଲେ ଗଣତନ୍ତ୍ର ଅଧିକ ପରିପୁଷ୍ଟ ହେବ। ଜନଗଣଙ୍କ ବିଶ୍ୱାସ ଅତୁଟ ରହିବ।
ଆମ ସମ୍ବିଧାନ ବହୁଦଳୀୟ ଶାସନ ବ୍ୟବସ୍ଥା ଉପରେ ମୋହର ଲଗାଇଛି, ଯାହା ଜନସାଧାରଣଙ୍କ ରାଜନୈତିକ ଅଧିକାରକୁ ବନ୍ଧନମୁକ୍ତ କରୁଛି। ଏହା ସତ୍ତ୍ୱେ ଆମେ କହିପାରିବା ନାହିଁ ଆମ ଶାସନ ବ୍ୟବସ୍ଥାର ପରିଚାଳନା ପାଇଁ କେନ୍ଦ୍ର ଅଥବା ରାଜ୍ୟଗୁଡ଼ିକରେ ଯେଉଁ ସବୁ ସରକାର ଗଠନ ହେଉଛି ସେ ସବୁ ସରକାର ଦଳତନ୍ତ୍ରରୁ ମୁକ୍ତ ବୋଲି। ସିଧାସଳଖ କହିବାକୁ ଗଲେ ସମ୍ପ୍ରତି ଦେଖାଯାଉଛି ସରକାରୀ କାର୍ଯ୍ୟରେ ଦଳର ପ୍ରାଧାନ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ସରକାରଗୁଡ଼ିକ ଜନାଭିମୁଖୀ ହେବା ପରିବର୍ତ୍ତେ ଦଳର ଲୋକପ୍ରିୟତା ବୃଦ୍ଧି ନିମନ୍ତେ ସବୁପ୍ରକାର ବ୍ୟବସ୍ଥା କରୁଛନ୍ତି। ସରକାରୀ କାର୍ଯ୍ୟକ୍ରମ କି ଦଳର କାର୍ଯ୍ୟକ୍ରମ ଜାଣିବା ମୁସ୍କିଲ। ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ସରକାରୀ ଗସ୍ତରେ ଯିବାବେଳେ ଯଦି ମାଳମାଳ ଦଳୀୟ ପତାକା ବ୍ୟବହାର ହେବ, ଦଳୀୟ କର୍ମୀଙ୍କ ଗହଣରେ ଚାଲିବେ, ଦଳ ନାମରେ ସ୍ଲୋଗାନ୍‌ ଦିଆଯିବ ତେବେ ଦଳମତ ନିର୍ବିଶେଷରେ ଯେ ଜନ ପ୍ରତିନିଧିମାନେ ସମସ୍ତଙ୍କର ଏହା କହିବା ବାହୁଲ୍ୟ ମାତ୍ର। ଏହି କଥାଟି ଆମ ଦେଶର ଗଣତନ୍ତ୍ର ଦୃଶ୍ୟପଟରେ ଏକ ବିଡ଼ମ୍ବନା। ଜନ ପ୍ରତିନିଧି ଶାସକ ଦଳର ହୁଅନ୍ତୁ ବା ବିରୋଧୀ ଦଳରେ ଥାଆନ୍ତୁ ସମସ୍ତଙ୍କ ନିକଟରେ ସମାନ ଆଚରଣ ପରିଲକ୍ଷିତ ହେଉଛି। କିନ୍ତୁ ଶାସକ ଦଳର ପ୍ରତିନିଧିମାନଙ୍କର ଏପ୍ରକାର ଆଚରଣ ଗଣତନ୍ତ୍ରର ବୈଶିଷ୍ଟ୍ୟ ଉପରେ କୁଠାରାଘାତ କରୁଛି। ଏପରି କି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ବାଚସ୍ପତି, ଉପବାଚସ୍ପତି ଏମାନେ ଯେଭଳି ନିରପେକ୍ଷତା ଅବଲମ୍ବନ କରିବା କଥା ତାହା ମଧ୍ୟ ହେଉ ନାହିଁ। ମୋଟାମୋଟି କହିବାକୁ ଗଲେ ଦଳୀୟ ସଂକ୍ରମଣରେ ସଂକ୍ରମିତ ଜନ ପ୍ରତିନିଧିମାନେ।
ସରକାର ଗଠନ କ୍ଷେତ୍ରରେ ରାଜନୈତିକ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ନିର୍ବାଚନରେ ଯେଉଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରେ ସେହି ଦଳର ନେତୃତ୍ୱରେ ସରକାର ଗଠିତ ହୁଏ। ଗଠିତ ସରକାର ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହେବା କଥା। କିନ୍ତୁ ସରକାରଗୁଡ଼ିକର କାର୍ଯ୍ୟଶୈଳୀକୁ ନିରେଖି ଦେଖିଲେ ମନେହେଉଛି ସତେ ଯେମିତି ସେମାନେ ନିଜ ନିଜ ଦଳ ନିକଟରେ କେବଳ ଉତ୍ତରଦାୟୀ। ଏସବୁ ଦେଖି ଦେଖି ଲୋକମାନେ ମଧ୍ୟ ସରକାରକୁ ଦଳର ନାମ ଅନୁସାରେ ନାମିତ କରିବାକୁ ଆରମ୍ଭ କରି ସାରିଲେଣି। ଅଫିସ୍‌ ଦପ୍ତର, ଥାନାରେ ଦଳୀୟ କର୍ମୀଙ୍କ ଭିଡ଼ ଜମୁଛି। ସରକାରୀ ଯୋଜନାର ଫାଇଦା ଉଠାଉଛନ୍ତି ଦଳର ସମର୍ଥକମାନେ। ଦଳ ସରକାରକୁ ଚଳାଉଛି ନା ସରକାର ଦଳକୁ ଚଳାଉଛନ୍ତି ଏହା ଜାଣି ହେଉ ନାହିଁ।
ଦଳ ଓ ସରକାର ମଧ୍ୟରେ ଏହି ଅନୈତିକ ସମ୍ପର୍କ ଗଣତନ୍ତ୍ରକୁ କେବଳ ନିମ୍ନଗାମୀ କରୁନାହିଁ, ପରନ୍ତୁ ଆମ ଦେଶରେ ଯେଉଁସବୁ ନିରପେକ୍ଷ ସଂସ୍ଥା ଅଛି ସେଗୁଡ଼ିକର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଯେତେବେଳେ ଯେଉଁ ଦଳ ସରକାର ଗଠନ କରୁଛି ସେହି ଦଳ ପ୍ରତି ନିର୍ବାଚନ ଆୟୋଗର ଦୁର୍ବଳତା ରହୁଛି ବୋଲି ଅଭିଯୋଗ ଉଠୁଛି। ଏହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ କହିବା ସତ୍ୟର ଅପଳାପ ହେବ। କାରଣ ନିର୍ବାଚନରେ ବେଲଗାମ ଖର୍ଚ୍ଚ ସାଙ୍ଗକୁ ଉତ୍କୋଚ ଦେବା ଭଳି ପ୍ରତିଶ୍ରୁତି ଦିଆଯାଉଛି, ଅଥଚ ନିର୍ବାଚନ ଆୟୋଗ ସବୁ ଦେଖି ନ ଦେଖିବା ଭଳି ଚୁପ୍‌ ରହୁଛନ୍ତି। ସେମିତି ବିଚାର ବିଭାଗ ସମ୍ପର୍କରେ ମଧ୍ୟ ଅଭିଯୋଗ କମ୍‌ ଉଠୁନାହିଁ। ଏହି ଅଭିଯୋଗର ସତ୍ୟତା ଉପରେ ମୋହର ବାଜୁଛି, ଯେତେବେଳେ ଅବସରପ୍ରାପ୍ତ ବିଚାରପତିମାନେ ସରକାରୀ ଦଳର ଆଶୀର୍ବାଦରେ ରାଜ୍ୟସଭାକୁ ପ୍ରବେଶ କରୁଛନ୍ତି। ଏହା ବ୍ୟତୀତ କେବଳ ବିରୋଧୀ ଦଳର ନେତାଙ୍କ ଉପରେ ସି.ବି.ଆଇ., ଇ.ଡି.ର ଚଢ଼ାଉ ଏବଂ ଦଳ ଛାଡ଼ି ସରକାରୀ ଦଳରେ ସାମିଲ ହୋଇଗଲେ ଏହି ତଦନ୍ତ ସଂସ୍ଥାଗୁଡ଼ିକର ଶିଥିଳତାକୁ ଦେଖିଲେ ସରକାର ଓ ସରକାରୀ ଦଳ ମଧ୍ୟରେ କେଉଁଠି ନା କେଉଁଠି ଭିତିରି ବୁଝାମଣା ରହୁଛି, ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ।
ସରକାର ଗଠନ କରିଥିବା ରାଜନୈତିକ ଦଳର ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ତର୍ଜମା କଲେ ଆମେ ଦେଖିବା ସରକାର ଗଠନ ପୂର୍ବରୁ ଓ ସରକାର ଗଠନ ପରେ ଆଭିମୁଖ୍ୟର ଆକାଶ ପାତାଳ ପାର୍ଥକ୍ୟ। ଦରଦାମ ବୃଦ୍ଧି, ବେକାରି ସମସ୍ୟା, ଆଇନ ଶୃଙ୍ଖଳାକୁ ନେଇ ଯେଉଁ ଦଳ ନିଜର ଅସନ୍ତୋଷ ବ୍ୟକ୍ତ କରୁଥିଲା ଏବଂ ପ୍ରତିବାଦ ସ୍ବରୂପ ଆନ୍ଦୋଳନକୁ ଓହ୍ଲାଉଥିଲା, ସେହି ଦଳ ସରକାର ଗଠନ କଲା ପରେ ସରକାରର ଢାଲ ସାଜୁଛି। ସରକାରଙ୍କର କୌଣସି ପଦକ୍ଷେପକୁ ବିରୋଧ କରୁନାହିଁ, ଯେତେ ଜନବିରୋଧୀ ହୋଇଥିଲେ ବି। ଅଧିକନ୍ତୁ ଏସବୁକୁ ସମର୍ଥନ ଜଣାଉଛି। ଦଳରୁ ଟିକେଟ୍‌ ନେଇ ଯେଉଁମାନେ ଜିତୁଛନ୍ତି ଦଳ ସେମାନଙ୍କୁ ଗୋଟାପଣ ଦଳର ବୋଲି ଧରି ନେଉଛି। ସେମିତି ସରପଞ୍ଚଠାରୁ ସାଂସଦ ସଭିଏ ନିଜକୁ ସମୂହ ଜନତାଙ୍କର ନ ଭାବି ଦଳର ବୋଲି ଭାବୁଛନ୍ତି। ଫଳରେ ଦଳ ଓ ସରକାର ମଧ୍ୟରେ ଥିବା ମୌଳିକ ପାର୍ଥକ୍ୟକୁ ସାଧାରଣ ଜନତା ଅନୁଭବ କରିପାରୁ ନାହାନ୍ତି।
ଏହି ଧାରା ଅବ୍ୟାହତ ଥିବା ପର୍ଯ୍ୟନ୍ତ ସୁଷମ ବିକାଶ ସମ୍ଭବ ହେବ ନାହିଁ। କାରଣ ସରକାରୀ ଯୋଜନାଗୁଡ଼ିକ କାର୍ଯ୍ୟାୟନ ବେଳେ ଦଳର ପ୍ରଭାବ ସରକାର ଓ ପ୍ରଶାସନ ଉପରେ ପଡ଼ୁଛି। ଦେଖାଯାଉଛି, ଯେଉଁମାନେ ସରକାରୀ ଦଳର ସମର୍ଥକ ନୁହନ୍ତି ସେମାନେ ଉପଯୁକ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। କେବଳ ସାଧାରଣ ଜନତା ଯେ କ୍ଷତି ସହୁଛନ୍ତି ତା’ ନୁହେଁ, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଭିନ୍ନ ଭିନ୍ନ ଦଳ ନେତୃତ୍ୱରେ ଗଠିତ ହୋଇଥିଲେ ରାଜ୍ୟ ଅନେକ କ୍ଷେତ୍ରରେ ବୈମାତୃକ ମନୋଭାବର ଶିକାର ହେଉଛି। ଏହି ପାତର ଅନ୍ତର ନୀତି ନିର୍ବାଚନମଣ୍ଡଳୀରେ ମଧ୍ୟ ଅନୁଭୂତ ହେଉଛି, ଯେଉଁଠାରେ ଲୋକ ପ୍ରତିନିଧି ଜଣକ ସରକାରୀ ଦଳର ନୁହନ୍ତି।
ମନେରଖିବା ଉଚିତ ଦଳ ହେଉଛି ସମାନ ଆଦର୍ଶରେ ବିଶ୍ୱାସ ରଖି ରାଜନୈତିକ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଏକାଠି ହୋଇଥିବା କିଛି ଲୋକଙ୍କ ସମାହାର। ଗୋଟିଏ ରାଜନୈତିକ ଦଳ ସମଗ୍ର ଦେଶବାସୀଙ୍କ ହୋଇ ନ ପାରେ। କିନ୍ତୁ ସରକାର ହେଉଛନ୍ତି ସମଗ୍ର ଦେଶବାସୀଙ୍କର। ସମସ୍ତଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଏବଂ ସମସ୍ତଙ୍କର ହିତ ସାଧନ କରିବା ସରକାରଙ୍କ କାମ ଓ କର୍ତ୍ତବ୍ୟ ହେବା ବାଞ୍ଛନୀୟ।

ଅକ୍ଷୟ କୁମାର ମିଶ୍ର
ସଭାପତି, ଓଷ୍ଟା
ମୋ: ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri