କୋଭିଡ୍‌ ନିୟମ ଉଲ୍ଲଂଘନ କରି ଦଳୀୟ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୩୧।୭(ଡି.ଏନ୍‌.ଏ.): ବ୍ରହ୍ମପୁର ଏମ୍‌ପିଙ୍କ ବିରୋଧରେ କରୋନା ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଛି ଭାଜପା ଓ କଂଗ୍ରେସ। ଗଜପତି ଜିଲା ଗୋଷାଣୀ ବ୍ଲକର ଗାରାବନ୍ଧଠାରେ ଏମ୍‌ପି ଚନ୍ଦ୍ରଶେଖର ସାହୁ କୋଭିଡ୍‌ କଟକଣାକୁ ଫୁ କରି ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏମ୍‌ପି ସାହୁ ଏହାକୁ ଖଣ୍ଡନ କରିଛନ୍ତି। କୋଭିଡ୍‌ ନିୟମ ମାନି ସମସ୍ତ କାର୍ଯ୍ୟକ୍ରମ ହୋଇଥିବା ସେ କହିଛନ୍ତି।
ଗୋଷାଣୀ ବ୍ଲକ ଗାରାବନ୍ଧଠାରେ ବିଜେଡି ଜୋନସ୍ତରୀୟ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଠାରେ ଶତାଧିକ ଲୋକ ଏକାଠି ହୋଇଥିଲେ। ଯେଉଁଥିରେ ବ୍ରହ୍ମପୁର ଏମ୍‌ପିଙ୍କ ସମେତ ଜିଲାସ୍ତରୀୟ ବହୁ ବିଜେଡି ନେତା ଉପସ୍ଥିତ ଥିଲେ। ସଭା ପୂର୍ବରୁ ଏକ ବିରାଟ ବାଇକ ରାଲି ହୋଇଥିଲା। ପରେ କର୍ମୀମାନଙ୍କ ପାଇଁ ଭୋଜି ଆୟୋଜନ ହୋଇଥିଲା। ତେବେ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରାଯାଇ ନ ଥିବା ବେଳେ କାହାରି ମୁହଁରେ ମାସ୍କ ନ ଥିବା ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ କହିଛନ୍ତି, ସାଧାରଣ ଲୋକେ ନିୟମ ଭାଙ୍ଗିଲେ ପ୍ରଶାସନ ହଜାର ହଜାର ଟଙ୍କା ଜରିମାନା କରୁଛି। ବିଜେଡି କାର୍ଯ୍ୟକ୍ରମରେ ପ୍ରଶାସନ କିପରି ନୀରବ ରହିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ କୁହାଯାଇଛି, ଗାରାବନ୍ଧ ଥାନା ସମ୍ମୁଖ ଦେଇ ବିଜେଡିର ବାଇକ ରାଲି ଗଲା। ପୋଲିସ ନୀରବଦ୍ରଷ୍ଟା ସାଜିବା ଆଶ୍ଚର୍ଯ୍ୟ ଘଟଣା। ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି ଗଜପତି ଜିଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଲିଛି ୪୯,୯୮୪ କୋଟିର ରେଳ ପ୍ରକଳ୍ପ; ୧୦ ନୂଆ ଲାଇନ, ୨୫ ଦୋହରୀକରଣ

ଭୁବନେଶ୍ୱର, ୫।୧(ବ୍ୟୁରୋ)- ରେଳ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟରେ ୩୬ ପ୍ରକଳ୍ପ ଅଧୀନରେ ୪୫୬୭ କିଲୋମିଟର ରେଳପଥ କାର୍ଯ୍ୟ ଜାରି ରହିଛି। ଏହି ସମସ୍ତ ପ୍ରକଳ୍ପର ମୂଲ୍ୟ...

ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ

ଢେଙ୍କାନାଳ ଅଫିସ, ୨ା୭ ଢେଙ୍କାନାଳ ଡାକମଣ୍ଡଳ ପକ୍ଷରୁ ମୁଖ୍ୟ ଡାକଘର ପରିସରରେ ସୋମବାର ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ ହୋଇଯାଇଛି। ଡାକମଣ୍ଡଳ ଅଧୀକ୍ଷକ ବିପିନ ବିହାରୀ...

ଜାମିନରେ ମୁକୁଳିଲେ ଜଗଦ୍ଦେବ

ଖୋର୍ଦ୍ଧା ଅଫିସ,୨୭।୭: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସାଧାରଣ ଲୋକ ଓ ପୋଲିସ ଉପରକୁ ଗାଡ଼ି ମଡ଼ାଇଦେବା ଅଭିଯୋଗରେ ଗିରଫ ହୋଇ ଜେଲରେ...

ପୂର୍ବ ଶତ୍ରୁତା: ଯୁବକଙ୍କୁ ଗୋଡ଼ାଇ ହାଣିଲେ

ରଣପୁର,୮ା୧୧(ସ୍ବ.ପ୍ର.): ପୂର୍ବ ଶତ୍ରୁତାକୁ ନେଇ ରଣପୁର ଥାନା ରାମଚନ୍ଦ୍ରପୁର ଗାଁର ଅଶୋକ କୁମାର ସେଠୀ(୩୨)ଙ୍କୁ ବୁଧବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର ୩ ଯୁବକ...

ସମସ୍ତ ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର,୩୧।୭(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟରେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ପୂର୍ବରୁ ସମଗ୍ର ରାଜ୍ୟରେ ବସ୍‌ ଚଳାଚଳକୁ ଅନୁମତି ମିଳିଥିବାରୁ କ୍ରୁଟ୍‌ ପକ୍ଷରୁ...

ଆରମ୍ଭ ହେଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା : ୧୨୨ କେନ୍ଦ୍ରରେ ୨୭ ହଜାର ୬୧୬ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା

କଟକ ଅଫିସ,୮।୭: ସୋମବାର ସକାଳ ୯ଟାରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଛି। ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୧୨୨ଟି କେନ୍ଦ୍ରରେ ମୋଟ...

ମାର୍ଚ୍ଚରେ କଲବଲ କରିବ ତାତି

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ଉପରମୁହଁା ହୋଇଛି। ଦେହମୁଣ୍ଡ ପୋଡ଼ି ଜାଳି ପକାଉଛି। ଆସନ୍ତା ୨୮ ତାରିଖ ଯାଏ ପାଗରେ...

ବାଲ୍ୟବିବାହ ରୋକିଲା ପୋଲିସ

ଖୋର୍ଦ୍ଧା ଅଫିସ,୨୯। ୧୦: ଖୋର୍ଦ୍ଧା ସହର ଉପକଣ୍ଠ ଲୋକେଶ୍ୱର ମନ୍ଦିରରେ ପୋଲିସ ଏବଂ ଚାଇଲ୍ଡ ଲାଇନ ମିଳିତ ଭାବେ ଏକ ବାଲ୍ୟବିବାହକୁ ବୁଧବାର ବନ୍ଦ କରିଛନ୍ତି।...

Advertisement
Archives

Model This Week