ଓଡ଼ିଶାରେ ଭାରତ ବନ୍ଦର ଆଂଶିକ ପ୍ରଭାବ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକମାରଣ ନୀତି ବିରୋଧରେ ୧୦ କେନ୍ଦ୍ର୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଗୁରୁବାର ଦିଆଯାଇଥିବା ଭାରତ ବନ୍ଦ ଡାକରା ଆଂଶିକ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନ (ସିିଟୁ), ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ଆଇଏନ୍‌ଟିୟୁସି, ଏଆଇଟିୟୁସି,ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଏଆଇଏଫ, ଟିୟୁସିସି, ବ୍ୟାଙ୍କ, ବୀମା, ରାଜ୍ୟ ସରକାରୀ କର୍ମଚାରୀ, କେନ୍ଦ୍ର କୋଇଲା, ପ୍ରତିରକ୍ଷା ଆଦି ସଂସ୍ଥାର ସଂଗଠନଗୁଡିକ ସାମିଲ ହୋଇଥିଲେ। ସଂଗଠନର ନେତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅଫିସ ଆଗରେ ପିକେଟିଂ କରିବା ସହ ଶୋଭାଯାତ୍ରାରେ ବିରୋଧ ପ୍ରଦର୍ଶନ କରିଥିଲେ। ଶ୍ରମିକ ସଂଗଠନ ନେତାମାନେ ଆଚାର୍ଯ୍ୟ ବିହାର ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ସେହିପରି କଟକରେ ସିଟୁ ନେତାମାନେ ଜାତୀୟ ରାଜପଥ, ମଧୁପାଟଣା, ରାଣୀହାଟ, କଲେଜ ଛକରେ ବିକ୍ଷୋଭ କରିଥିଲେ। ଏଥିଯୋଗୁ ବହୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ସମ୍ବଲପୁର, ରାଉରକେଲା, ସୁନ୍ଦରଗଡ, ରାୟଗଡା, ଯାଜପୁର, ଅନୁଗୋଳ, କେନ୍ଦୁଝର ଆଦି ସ୍ଥାନରେ ଶ୍ରମିକ ସଂଗଠନ ପକ୍ଷରୁ ଟାୟାର ଜାଳି ରାସ୍ତାରୋକୋ କରାଯିବା ସହ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ବୃହତ୍‌ ଓ ମଧ୍ୟମ ଶିଳ୍ପାନୁଷ୍ଠାନ ବନ୍ଦ ରହିଥିବା ବେଳେ ଦୋକାନ ବଜାର, ରେଳ, ବସ, ଟ୍ରକ ଚଳାଚଳ ବନ୍ଦ ରହିଥିଲା।
ଭୁବନେଶ୍ୱରରେ ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାରୋକୋ ଓ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ପୂର୍ବାହ୍ନ ୧୧ଟାରେ ରାଜମହଲ ଛକରୁ ଶ୍ରମିକ ଓ କର୍ମଚାରୀମାନେ ଶୋଭାଯାତ୍ରାରେ ବାହାରି ପିଏମ୍‌ଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ଆନ୍ଦୋଳନକାରୀମାନେ ଭୁବନେଶ୍ୱର ରେଳ ଷ୍ଟେଶନ, ପୂର୍ବତଟ ରେଳବାଇ ମୁଖ୍ୟ କାର୍ଯ୍ୟାଳୟ, ନାଲ୍‌କୋ ଅଫିସ, ଭାରତୀୟ ଖାଦ୍ୟ ନିଗମ, ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ, ରିଜର୍ଭ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ, ମୁଖ୍ୟ ଡାକଘର ସମ୍ମୁଖରେ ପ୍ରତିବାଦ କରିଥିଲେ। ଶିରୀପୁର ଛକ, ରାଜମହଲ, ଜୟଦେବ ବିହାର ଛକ, ଆଇଗିଣିଆ ଛକ, ବାଲିପାଟଣା ଛକ ଓ ଚନ୍ଦକା ଛକ ଆଦି ସ୍ଥାନରେ ଶ୍ରମିକ ସଂଗଠନର ନେତା ଓ କର୍ମୀମାନେ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି ବିରୋଧରେ ପିକେଟିଂ କରିଥିଲେ। ଲୋୟର ପିଏମ୍‌ଜିଠାରେ ପହଞ୍ଚିବା ପରେ ଆନ୍ଦୋଳନକାରୀମାନଙ୍କୁ ପୋଲିସ ଗିରଫ କରିଥିଲା।
ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ କିଶୋର ଜେନା, ଉପସଭାପତି ମଦନମୋହନ ଧଳ, ଶ୍ୟାମସୁନ୍ଦର ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ସିପିଆଇଏମ୍‌ ନେତା ଅଳି କିଶୋର ପଟ୍ଟନାୟକ, ଏଆଇଟିୟୁସି ପକ୍ଷରୁ ରାମକୃଷ୍ଣ ପଣ୍ଡା ଓ ବିଜୟ ଜେନା, ଏଚ୍‌ଏମ୍‌ଏସରୁ ବରେନ୍ଦ୍ର ଦାସ, ରାଜ୍ୟ କୋଷାଧ୍ୟମ ଦୁଷ୍ମନ୍ତ ଦାସ, ରମେଶ ଜେନା, ଏଆଇୟୁଟିସିିରୁ ପୂର୍ଣ୍ଣ ଚନ୍ଦ୍ର ବେହେରା, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସମ୍ପାଦକ ପ୍ରଫୁଲ୍ଲ ଭୋଇ, ସଓ୍ବୋ ତରଫରୁ ପରିଲତା ମହାପାତ୍ର ପ୍ରମୁଖ ଯୋଗଦେଇ ଗିରଫ ହୋଇଥିଲେ।
କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ଓଡ଼ିଶାରେ ସମ୍ପୂର୍ଣ୍ଣ ସଫଳ ହୋଇଛି ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଓଡ଼ିଶା ଶାଖା ସଭାପତି ରାମ ଚନ୍ଦ୍ର ଖୁଣ୍ଟିଆ କହିଛନ୍ତି। ଏ ନେଇ ସେ ସମସ୍ତ ଓଡ଼ିଶାବାସୀ ତଥା ଛାତ୍ର, ଯୁବକ, ଦିନ ମଜୁରିଆ, ଶ୍ରମିକ, କର୍ମଚାରୀ, ବ୍ୟବସାୟୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧିଆ ପେଣ୍ଡାଲ ବୁଲା

ଭୁବନେଶ୍ୱର,୭।୧୦(ବ୍ୟୁରୋ) : ରାଜଧାନୀର ବିଭିନ୍ନ ସ୍ଥାନରେ ଚଳିତବର୍ଷ ଛୋଟବଡ଼ ୧୭୧ ମେଢ଼ ହୋଇଥିବାବେଳେ ଅଧିକାଂଶ ପୂଜାମଣ୍ଡପର ତୋରଣ ନିଆରା ଥିମ୍‌ରେ ତିଆରି ହୋଇଛି। ସେଥିମଧ୍ୟରୁ ନୟାପଲ୍ଲୀ,...

ଆଗରେ ଅନେକ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୭ା୬(ବ୍ୟୁରୋ): ବିଜେଡି ସରକାରର ପଞ୍ଚମ ପାଳିର ଦ୍ୱିତୀୟ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ଗଠନ ହୋଇସାରିଛି । ନୂଆ ମନ୍ତ୍ରୀମାନେ ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ୬-ଟି...

୧୭ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୪।୫(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଉପରେ ରହୁଥିବା ବେଳେ ମୃତ୍ୟୁସଂଖ୍ୟା ଦିନକୁ ୨୦ ଉପରେ ରହୁଛି। ଏପରି ସ୍ଥିତିରେ...

ଓଡ଼ିଶାର ୨୪ ଜିଲାରେ ମହାପ୍ରଭୁଙ୍କ ସମ୍ପତ୍ତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କର ଓଡ଼ିିଶାର ୨୪ଟି ଜିଲାରେ ୬୦,୪୨୬.୯୪୩ ଏକର ଜମି ରହିଥିବା ଚିହ୍ନଟ କରାଯାଇଛି। ସେଥିରୁ ଏ ପର୍ଯ୍ୟନ୍ତ ୩୪,୮୦୩.୦୧୩ ଏକର...

ଦୋଳାରେ ବୁହା ହେଲେ ଗର୍ଭବତୀ

ଫୁଲବାଣୀ ଅଫିସ/ବାଲିଗୁଡା(ଡି.ଏନ.ଏ.),୩ା୮: କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗ ଥାନା  ଟେଟେରା ଗଁାକୁ ଭଲ ରାସ୍ତା ନ ଥିବାରୁ ପୁଣି ଜଣେ...

୧୨ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜଧାନୀରେ ଶାନ୍ତିଶୃଙ୍ଖଳାର ସହ ପୌର ନିର୍ବାଚନ ସମ୍ପନ୍ନ ନିମନ୍ତେ ମଡେଲ କୋଡ୍‌ ଅଫ କଣ୍ଡକ୍ଟ ଲାଗୁ ହେବା ପରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା...

ସ୍ବାବଲମ୍ବୀ କରୁଛି ହଳଦୀ

ମାଲକାନଗିରି, ୨୯ା୮(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ପ୍ରାୟ ୪୦ ଟନରୁ ଊର୍ଦ୍ଧ୍ୱ ହଳଦୀ ଅମଳ ହେଉଛି। ଏହି ହଳଦୀକୁ ବିଶ୍ୱସ୍ତରରେ...

ଭୁବନେଶ୍ୱରେ ପହଞ୍ଚିଲା ୨ ଲକ୍ଷ ଡୋଜ କୋଭିସିଲ୍ଡ ଟିକା

ଭୁବନେଶ୍ୱର,୭।୫(ବ୍ୟୁରୋ): ଭୁବନେଶ୍ୱରରେ ଶୁକ୍ରବାର ୨ ଲକ୍ଷ ଡୋଜ କୋଭିସିଲ୍ଡ ଟିକା ପହଞ୍ଚିଛି। ତେବେ ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବ। ପ୍ରଥମ...

Advertisement
Archives

Model This Week