ଫେବୃୟାରୀ ୨୦ରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ

କଟକ,୧୨ା୨(କାର୍ତ୍ତିକ ସାହୁ): କଟକ ସହର ସମସ୍ୟାରେ ବକ୍ସ ଡ୍ରେନ୍‌ ପ୍ରସଙ୍ଗରେ ସୋମବାର ଶୁଣାଣି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆମିକସ୍‌ କ୍ୟୁରି ଏନ୍‌. କେ. ମହାନ୍ତି ସତ୍ୟପାଠ ଦାଖଲ କରି ଆଗାମୀ ଫେବୃୟାରୀ ୨୦ ତାରିଖରେ ଆଂଶିକ ବକ୍ସଡ୍ରେନ୍‌ ଉଦ୍‌ଘାଟନ ହେବ ବୋଲି ଅବଗତ କରାଇଛନ୍ତି। ସତ୍ୟପାଠ ଅନୁଯାୟୀ, ବକ୍ସଡ୍ରେନ୍‌ କାମ ପ୍ରଫେସରପଡ଼ା ଯାଏ ସମ୍ପୂର୍ଣ୍ଣ ହୋଇଛି। ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ ଶେଷ ହେବା ପରେ ପୁଣି ଫେବୃୟାରୀ ୩୧ ସୁଦ୍ଧା ଛତ୍ରବଜାର ଯାଏ ବକ୍ସଡ୍ରେନ୍‌ କାମ ସମ୍ପୂର୍ଣ୍ଣ କରାଯାଇ ଉଦ୍‌ଘାଟନ କରାଯିବ। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଅରିନ୍ଦମ୍‌ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପରବର୍ତ୍ତି ଶୁଣାଣି ପାଇଁ ଏପ୍ରିଲ ୨ତାରିଖ ଧାର୍ଯ୍ୟ କରିଛନ୍ତି।
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଛତ୍ରବଜାର ଯାଏ ବକ୍ସଡ୍ରେନ୍‌ କରାଯିବ। ସେଇଠୁ ମାତୃଭବନ ଯାଏ ହେବାକୁ ଥିବା ୮୧୦ ମିଟର ବକ୍ସଡ୍ରେନ୍‌ କାର୍ଯ୍ୟ ଆଉ କରା ନ ଯାଇ ଖୋଲା ଛାଡ଼ିଦିଆଯିବ। ଏହା ଉପରେ ଆବେଦନକାରୀ ଆଇନଜୀବୀ ସତ୍ୟବ୍ରତ ମହାନ୍ତିଙ୍କ ଫାଇନାନ୍ସସିଆଲ ଓ ଟେକନିକାଲ ପରାମର୍ଶକୁ ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରାଯାଇଛି ବୋଲି ଆମିକସ୍‌ କ୍ୟୁରି ଏନ୍‌. କେ. ମହାନ୍ତି ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।
ତେବେ ସୋମବାର ଶୁଣାଣି ବେଳେ ଆବେଦନକାରୀ ମହାନ୍ତି ଯୁକ୍ତି ଦର୍ଶାଇ କହିଥିଲେ ଯେ, ଆଇଆଇଟି ଖଡ଼ଗପୁର ୧୦ ବର୍ଷ ପୂର୍ବରୁ ଦେଇଥିବା ବୈଷୟିକ କାର୍ଯ୍ୟ ଆଜିଯାଏ ବି ଚାଲିଛି। ଛତ୍ରବଜାରରୁ ମାତୃଭବନ ଯାଏ ବକ୍ସ ଡ୍ରେନ୍‌ ନିର୍ମାଣ ପାଇଁ ସବୁଯାକ ଫିଜିବିଲିଟି ରିପୋର୍ଟ ସେତେବେଳେ ଥିଲା ଏବେ କାହିଁକି ହେବ ନାହିଁ। ଛତ୍ରବଜାର ଯାଏ ବକ୍ସ ଡ୍ରେନ୍‌ ହୋଇ ମାତୃଭବନ ପର୍ଯ୍ୟନ୍ତ ଖୋଲା ରହିଲେ ଯେଉଁ ଅସ୍ବାସ୍ଥ୍ୟକର ପରିବେଶ ରହିଛି ତାହା ସେହିପରି ରହିବ।
ମଶା, ମାଛିଙ୍କ ବଂଶବୃଦ୍ଧି ହେବା ସହ ଉତ୍କଟ ଦୁର୍ଗନ୍ଧରେ ଲୋକେ ଘାଣ୍ଟି ହେବେ। ଏସବୁ ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିବ। ବକ୍ସଡ୍ରେନ୍‌ ନ ହୋଇ ପାରିଲେ ଖୋଲା ଡ୍ରେନ୍‌ ରଖା ନ ଯାଇ ତାହାକୁ ଘୋଡ଼ଣୀ ଦ୍ୱାରା ବନ୍ଦ ଡ୍ରେନ୍‌ କରାଯାଉ। ଏଭଳି ଯୁକ୍ତିକୁ ନେଇ ଲୋକଙ୍କର ଅସନ୍ତୋଷ ରହିଥିବା ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି। ପରବର୍ତ୍ତି ଶୁଣାଣିରେ ଏହି ପ୍ରସଙ୍ଗକୁ ଉପସ୍ଥାପନ ନିମନ୍ତେ ରଖାଯାଇଥିବା ଆବେଦନକାରୀ ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ, ସର୍ବପ୍ରଥମେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜୁଡିସିଆଲ ବକ୍ସଡ୍ରେନ୍‌କୁ ନେଇ ଜନସ୍ବାର୍ଥ ମାମଲା ୨୦୨୦ରେ ହାଇକୋର୍ଟରେ ରୁଜୁ କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଲୋକସଭା ଭାଜପା ପ୍ରାର୍ଥୀ ସଙ୍ଗୀତାଙ୍କ ସମ୍ପତ୍ତି ୫୦.୯୨ କୋଟି

ବଲାଙ୍ଗୀର, ୧ା୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ୨୦୨୪ ନିର୍ବାଚନ ସକାଶେ...

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଥମୁନି ଶିମିଳିପାଳ ବନାଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri