Posted inଜାତୀୟ

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ସଂସଦ ଅଚଳ, ରାଜ୍ୟ ସଭା ମୁଲତବୀ…

ନୂଆଦିଲ୍ଲୀ,୩।୮: ବିରୋଧୀ ଦଳଙ୍କ ପକ୍ଷରୁ ଦରଦାମ୍‌ ବୃଦ୍ଧି, ମୁଦ୍ରାସ୍ଫୀତି, କୃଷକ ସମସ୍ୟା ଏବଂ ପେଗାସସ୍‌ ଆଦି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଜାରି ରହିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ମୌସୁମୀ ଅଧିବେଶନରେ ଲୋକ ସଭା ଏବଂ ରାଜ୍ୟ ସଭାର ସାଧାରଣ କାର୍ଯ୍ୟ ସମ୍ଭବ ହୋଇପାରୁ ନାହିଁ। ମଙ୍ଗଳବାର ବିରୋଧୀଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ରାଜ୍ୟ ସଭାକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ତେବେ ଲୋକ ସଭାରେ ବିରୋଧୀଙ୍କ ହଙ୍ଗମା ସତ୍ତ୍ୱେ ଗୃହର କାର୍ଯ୍ୟ ଜାରି ରହିଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ କରୋନା ମହାମାରୀ ଉପରେ ଆଲୋଚନା କରାଯିବା ପରେ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ। ମାତ୍ର ଦରଦାମ୍‌ ବୃଦ୍ଧି, ମୁଦ୍ରାସ୍ଫୀତି, କୃଷକ ସମସ୍ୟା ଏବଂ ପେଗାସସ୍‌ ଉପରେ ଆଲୋଚନା ଶୀଘ୍ର କରାଯିବା ଲାଗି ବିରୋଧୀ ଦଳ ସଦସ୍ୟମାନେ ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷି ଆଇନ ବିରୋଧରେ ଆବେଦନର ଶୁଣାଣି ୧୧ରେ

ନୂଆଦିଲ୍ଲୀ, ୭।୧(ପି.ଟି.): ନୂଆ କୃଷି ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନର ଶୁଣାଣି ୧୧ ତାରିଖରେ କରିବାକୁ ସୁପ୍ରିମକୋର୍ଟ ବୁଧବାର କହିଛନ୍ତି। ଏଥିସହିତ ଦିଲ୍ଲୀ...

ଏୟାର ଇଣ୍ଡିଆର ନୂଆ ସିଇଓ କ୍ୟାମ୍ପବେଲ ଓ୍ବିଲସନ

ନୂଆଦିଲ୍ଳୀ,୧୨।୫: କ୍ୟାମ୍ପବେଲ ଓ୍ବିଲସନ ହେଲେ ଏୟାର ଇଣ୍ଡିଆର ନୂଆ ପରିଚାଳନା ମୁଖ୍ୟ । ବିମାନ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ...

ବିଜେଡି, ଏନ୍‌ସିପିକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ସୋମବାର ଆରମ୍ଭ ହୋଇଛି ସଂସଦର ଶୀତ କାଳିନ ଅଧିବେଶନ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଯିବାର ଯୋଜନା ରହିଛି। ସେଥି ମଧ୍ୟରେ ଗୋଟିଏ...

ଅଗଷ୍ଟ ଆରମ୍ଭରୁ ଆସିପାରେ ତୃତୀୟ ଲହର

ମୁମ୍ବାଇ, ୩୧ା୫: ମହାରାଷ୍ଟ୍ରର ଅହମ୍ମଦନଗରରେ କରୋନା ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ବଢାଇ ଦେଇଛି ରାଜ୍ୟ ସରକାରଙ୍କ ଚିନ୍ତା। କେବଳ ମେ’ ମାସରେ...

ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା

ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି।...

ଗୁରମିତ୍‌ ରାମରହିମଙ୍କ ସମର୍ଥନରେ ବାହାରିଲେ ହରିୟାଣା ସରକାର

ଚଣ୍ଡିଗଡ, ୨୬।୬:ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମ ୪୨ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିବା ପରେ ହରିୟାଣାରେ ରାଜନୈତିକ ପାଣିପାଗ ଉଷ୍ମ...

ଏଲ୍‌ଓସିରେ ପାକ୍‌ ସେନାର ଏଫ୍‌ଏମ୍‌ ଟ୍ରାନ୍ସମିଶନ ଷ୍ଟେଶନ: ଆତଙ୍କବାଦୀଙ୍କ ସହ କୋଡ୍‌ରେ ଯୋଗସୂତ୍ର

ନୂଆଦିଲ୍ଲୀ,୧୨ା୯(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରରେ ଆକ୍ରମଣ ଘଟାଇ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ପାକିସ୍ତାନୀ ସେନା ଉପତ୍ୟକାରେ ଥିବା ଆତଙ୍କବାଦୀମାନଙ୍କୁ ଏଥିଲାଗି ଉସୁକାଉଛି। ସେମାନଙ୍କ...

ଉଦ୍ଧବ ଠାକରେଙ୍କ କାର୍ଯ୍ୟକ୍ରମକୁ ଆସିବେ ନାହିଁ କଂଗ୍ରେସ-ଏନ୍‌ସିପି ନେତା

ମୁମ୍ବାଇ, ୨୬।୧: ମହାରାଷ୍ଟ୍ରର ଶିବସେନା, କଂଗ୍ରେସ ଓ ଏନ୍‌ସିପି ମେଣ୍ଟ ସରକାରରେ ଚାଲିଥିବା ତୁତୁମେମେ ଯେମିତି ଶେଷ ହେବାର ନା ନେଉନି। ବିଶେଷ ସୂତ୍ରରୁ ମିଳିଥିବା...

Advertisement
Archives

Model This Week