Posted inଖେଳ

ତୀରନ୍ଦାଜରେ ଭାରତ ନିରାଶ; କ୍ଵାଟରରୁ ଦୀପିକା କୁମାରୀ ବିଦା

ନୂଆଦିଲ୍ଲୀ,୩।୮: ଚଳିତ ପ୍ୟାରିସ ଅଲମ୍ପିକ୍ସରେ ପୁଣିଥରେ ଭାରତକୁ ତୀରନ୍ଦାଜ ଇଭେଣ୍ଟରେ ନିରାଶ ହେବାକୁ ପଡିଛି। ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ତାରକା ଖେଳାଳି ଦୀପିକା କୁମାରୀ ଦକ୍ଷିଣ କୋରିଆର ସୁହିୟନ୍ ନାମଙ୍କ ନିକଟରୁ ପରାଜୟ ବରଣ କରିଛନ୍ତି। ଏଥିସହିତ ତୀରନ୍ଦାଜରେ ଭାରତର ପଦକ ଆଶା ମଉଳି ଯାଇଛି।

ଦୀପିକା ଦକ୍ଷିଣ କୋରିଆ ପ୍ରତିଦ୍ବନ୍ଦୀଙ୍କଠାରୁ ୪-୬ ବ୍ୟବଧାନରେ ହାରିଛନ୍ତି। ଦୀପିକା ଆରମ୍ଭରୁ ୨୮-୨୬ରେ ଆଗୁଆ ରହିଥିଲେ। ସେହିଭଳି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସେ ୧୦ ସହିତ ଆରମ୍ଭ କରିଥିଲେ କିନ୍ତୁ ଏହି ଲୟ ସେ ବଜାୟ ରଖି ପରି ନ ଥିଲେ ଏବଂ ଦ୍ୱିତୀୟ ପ୍ରୟାସରେ ୬ ପଏଣ୍ଟ ପାଇଥିଲେ ଏବଂ ୨୫-୨୮ ସହିତ ଦ୍ୱିତୀୟ ରାଉଣ୍ଡରେ ପରାଜିତ ହୋଇଥିଲେ।

ସେହିଭଳି ତୃତୀୟ ରାଉଣ୍ଡରେ ଉଭୟେ ଦୀପିକା ଏବଂ ନାମ ୧୦ ପଏଣ୍ଟ ସହିତ ଆରମ୍ଭ କରିଥିଲା ବେଳେ ଦୀପିକା ୨୯-୨୮ରେ ତୃତୀୟ ରାଉଣ୍ଡ ଜିତିଥିଲେ।

ତେବେ ଚତୁର୍ଥ ରାଉଣ୍ଡରେ ଦୀପିକା ୧୦ ପଏଣ୍ଟ ସହିତ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଦ୍ୱିତୀୟ ପ୍ରୟାସରେ ୭ ପଏଣ୍ଟ ପାଇଥିଲେ। ଶେଷ ପ୍ରୟାସରେ ଦୀପିକା ପୁଣି ୧୦ ପଏଣ୍ଟ ପାଇଥିଲେ ମଧ୍ୟ ୨୭-୨୯ ରେ ପରାଜିତ ହୋଇଥିଲେ।

ପଞ୍ଚମ ରାଉଣ୍ଡ ଆରମ୍ଭ ହେବା ପୂର୍ବରୁ ଦୁହେଁ ୫-୫ ରେ ରହିଥିଲେ। ଏହି ରାଉଣ୍ଡରେ ଦୀପିକା ତିନୋଟି ପ୍ରୟାସରେ ୯ ଲେଖାଏ ପଏଣ୍ଟ ହାସଲ କରି ମୋଟ ୨୭ ପଏଣ୍ଟ ପାଇଥିଲେ ମଧ୍ୟ ୨୭-୨୯ ବ୍ୟବଧାନରେ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଗୁରୁବାର ଘୋଷଣା କରିବ କଂଗ୍ରେସ

ଥିରୁଭାନନ୍ତପୁର,୧୩ା୫:  ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି।…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

କୋରାପୁଟରୁ କେସିଙ୍ଗା ଦେଇ ଚାଲିବ ନୂତନ ଟ୍ରେନ, ରେଳ ମନ୍ତ୍ରୀ ଓ ଏମପିଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

କେସିଙ୍ଗା,୧୩ା୫:(ତୁମେଶ୍ୱର ସାହୁ): କେସିଙ୍ଗାରୁ ସିଧା ଭୁବନେଶ୍ୱରକୁ ଟ୍ରେନ ନଥିବାରୁ ବହୁବାର କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ କେସିଙ୍ଗା ଓ ଜେଡ ଏସ ଏସର ସଦସ୍ୟ ଡ଼ାହେମସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri