ପରୀ ହତ୍ୟାକାଣ୍ଡ : ଚାପରେ ଚେପା ଏସ୍‌ଆଇଟି ତଦନ୍ତ

ନୟାଗଡ଼ ଅଫିସ,୨୮ା୧୨: ପୋଲିସ ପରି ଏସ୍‌ଆଇଟି ତଦନ୍ତ ଚାପରେ ଚେପା ହୋଇପଡ଼ିଛି। ପରୀ ମା’ବାପାଙ୍କ ଅଭିଯୋଗକୁ ଏସ୍‌ଆଇଟି ଅଣଦେଖା କରୁଥିବା ଅଭିଯୋଗ ହେଉଛି। ପରୀ ହତ୍ୟାକାଣ୍ଡ ନେଇ ମା’ବାପାଙ୍କ ମନରେ ଉଠୁଥିବା ଅସମାହିତ ପ୍ରଶ୍ନର ଉତ୍ତର ନ ଥିବାରୁ ସେମାନେ ସିବିଆଇ ତଦନ୍ତ ଦାବିକୁ ତ୍ୱରାନ୍ବିତ କରିଛନ୍ତି।
ପରୀ ମା’ ସୌଦାମିନୀ ସାହୁଙ୍କ ଅଭିଯୋଗ ଅନୁସାରେ, ମୋ ଝିଅ ପରୀର ଫ୍ରକ୍‌ରେ ସିମେନ୍‌ ଲାଗିଛି ବୋଲି କୁହାଯାଉଛି। ତେବେ ସମ୍ପୃକ୍ତ ଫ୍ରକ୍‌ ଆମ ଝିଅର ନା ଆଉ କାହାର, ଆମକୁ ଦେଖାଉନାହାନ୍ତି କାହିଁକି। ପୋଖରୀରୁ ଲେଗିନ୍ସ ଉଦ୍ଧାର ହେଲା। ହେଲେ ଆମକୁ ନ ଦେଖାଇ ତାକୁ ପରୀର କୁହାଗଲା। ପରୀ କ’ଣ ପିନ୍ଧିଥିଲା ଆମେ ଜାଣିଛୁ ନା ତଦନ୍ତକାରୀ ଏସ୍‌ଆଇଟି ଟିମ୍‌ର ଅଧିକାରୀ ଜାଣିଛନ୍ତି। ଯେଉଁ ଏସ୍‌ଆଇଟି ପରୀର ମା’ବାପାଙ୍କର ମତ ନେଉନି, ଅଭିଯୋଗ ଶୁଣୁନି ସେ କ’ଣ ତଦନ୍ତ କରିବ। କେବଳ ନାଟକ କରି ଭୁଆଁ  ବୁଲାଇ ପରୀ ହତ୍ୟାକାଣ୍ଡକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି। ହେଲେ ପରୀ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଆମର ଲଢ଼େଇ ଜାରି ରହିବ ବୋଲି କହି ସେ କାନ୍ଦି ପକାଇଥିଲେ। ଆଇନଜୀବୀ ଅମିୟ ପଟ୍ଟନାୟକ କୁହନ୍ତି, କଲେଜ ଛାତ୍ର ଯେ ହତ୍ୟାକାରୀ କୋର୍ଟରେ ପ୍ରମାଣ କରିବା କଷ୍ଟ ହେବ। ପରୀ ମା’ବାପା କଲେଜ ଛାତ୍ରକୁ ହତ୍ୟାକାରୀ ବୋଲି ମାନୁନାହାନ୍ତି। ପରୀ ମା’ଙ୍କ ଅଭିଯୋଗକୁ ଏସ୍‌ଆଇଟି ଅଣଦେଖା କଲାଣି। ଯଦି କଲେଜ ଛାତ୍ରଙ୍କୁ ଫସା ଯାଇଥିବ, ଭବିଷ୍ୟତରେ ଏସ୍‌ଆଇଟି ମୁଖ୍ୟ ଉତ୍ତରଦାୟୀ ରହିବେ। ପରୀର ଓକିଲ ଚନ୍ଦ୍ର ବିଜୟୀ ମିଶ୍ର କୁହନ୍ତି, ଯଦି କଲେଜ ଛାତ୍ର ହତ୍ୟାକାରୀ ତେବେ ଲକ୍ଷ୍ମୀପ୍ରସାଦ ସରପଞ୍ଚଙ୍କ ପାଖକୁ କେସ୍‌ ଆଗକୁ ନ ବଢ଼ାଇବାକୁ କ’ଣ ପାଇଁ ମନ୍ତ୍ରୀ ଚାପ ପକାଇଥିଲେ। କଲେଜ ଛାତ୍ରଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କ ନ ଥିଲା। ପରୀ ମା’ଙ୍କୁ ମନ୍ତ୍ରୀ ସାନ୍ତ୍ୱନା ଦେଇପାରିଥାନ୍ତେ। ସେହିପରି ଖେଳ ସାଥୀ ପରୀର ଅପହରଣକାରୀଙ୍କ ନାଁ  କହିବା ପରେ ମା’ବାପାଙ୍କୁ ଘରେ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଡ଼ ମରାଗଲା କାହିଁକି। ଯାହା କିଛି ପ୍ରମାଣ ଏସ୍‌ଆଇଟି ସଂଗ୍ରହ କରୁଛି, ପରୀ ମା’ବାପାଙ୍କୁ ଦେଖା ନ ଯିବାର କାରଣ କ’ଣ ଜଣାପଡୁନି। ସେହିଭଳି ଅଭିଯୁକ୍ତ ତ ଧରା ପଡିଲାଣି ସିବିଆଇ ତଦନ୍ତକୁ ଡର କାହିଁକି। ଯଦି କଲେଜ ଛାତ୍ର ଦୋଷୀ, ସିବିଆଇ ମଧ୍ୟ ବଦଳାଇ ପାରିବ ନାହିଁ। ଆମର ଦାବି ହତ୍ୟାକାରୀ ଦଣ୍ଡପାଉ। ପରୀ ଓ ତା’ ପରିବାର ନ୍ୟାୟ ପାଉ। ହେଲେ ସରକାର ସିବିଆଇ ତଦନ୍ତକୁ ରାଜି ହେଉ ନ ଥିବାରୁ ନ୍ୟାୟ ମିଳିବା ଆଶା କରାଯାଉ ନାହିଁ ବୋଲି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri