Posted inଜାତୀୟ

ଝିଅମାନଙ୍କୁ ସରକାରୀ ସ୍କୁଲରେ, ପୁଅମାନଙ୍କୁ ଇଂଲିଶ ମାଧ୍ୟମ ସ୍କୁଲରେ ଶିକ୍ଷା ଦେବାକୁ ଚାହୁଁଛନ୍ତି ଅଭିଭାବକ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରିପୋର୍ଟ…

ନୂଆଦିଲ୍ଲୀ,୧।୬ : ଦେଶର ଝିଅମାନେ ସବୁ କ୍ଷେତ୍ରରେ ଆଗୁଆ ରହିଥିବା ସ୍ଥଳେ ଆଜି ମଧ୍ୟ ସମାଜରେ ସେମାନଙ୍କୁ ଦ୍ୱିତୀୟ ସ୍ଥାନ ଦିଆଯାଉଛି। ଅଧିକାଂଶ ଲୋକ ସରକାରୀ ସ୍କୁଲରେ ଝିଅମାନଙ୍କୁ ଶିକ୍ଷା ଦେଇଥାନ୍ତି। ଅପର ପକ୍ଷରେ ଏଥି ସହିତ, ପୁଅମାନଙ୍କ ପାଇଁ ତାଙ୍କର ପସନ୍ଦ ହେଉଛି ଇଂଲିଶ ମାଧ୍ୟମ ସ୍କୁଲ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସମସ୍ତ ୬୦ ଟି ବୋର୍ଡର ୨୦୨୨ ବର୍ଷର ଫଳାଫଳ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ସମସ୍ତ ସରକାରୀ, ସରକାରୀ ସହାୟକ ଏବଂ ଇଂଲିଶ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲେ ।

ଅଧ୍ୟୟନରେ ଝିଅମାନଙ୍କ ଶିକ୍ଷା ପାଇଁ ଅଧିକ ଖର୍ଚ୍ଚ ନ କରିବାର ସାମାଜିକ ସ୍ତରରେ ଅଭିଭାବକମାନେ ପ୍ରାୟତଃ ଚିନ୍ତ ାକରୁଛନ୍ତି। ଏହା ସତ୍ତ୍ୱେ ଏକ ସକାରାତ୍ମକ ଦିଗ ମଧ୍ୟ ସାମ୍ନାକୁ ଆସିଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ସମସ୍ତ ଅସୁବିଧା ସତ୍ତ୍ୱେ ଝିଅମାନଙ୍କ ଉପସ୍ଥାନ, ଅଧ୍ୟୟନ ଏବଂ ଫଳାଫଳରେ ପୁଅମାନଙ୍କଠାରୁ ବହୁତ ଆଗରେ ଅଛନ୍ତି। ଅଧ୍ୟୟନରୁ ଜଣାପଡିଛି ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଛାତ୍ରୀଙ୍କ ସଂଖ୍ୟା ୧.୦୨ ପ୍ରତିଶତ ଅଟେ। ଯେଉଁଠାରେ, ଫଳାଫଳରେ ପୁଅମାନଙ୍କର ପ୍ରଦର୍ଶନ ୭୬.୨ ପ୍ରତିଶତ ହୋଇଥିବାବେଳେ ବାଳିକାମାନଙ୍କ ପ୍ରଦର୍ଶନ ୮୦ ପ୍ରତିଶତ ଅଟେ। ସହାୟକ ବିଦ୍ୟାଳୟରେ ବାଳିକାଙ୍କ ତୁଳନାରେ ବାଳିକା ସଂଖ୍ୟା ୦.୮୯ ପ୍ରତିଶତ ରହିଛି। ଏଥି ସହିତ, ଇଂଲିଶ ଘରୋଇ ବିଦ୍ୟାଳୟରେ ବାଳିକାଙ୍କ ସଂଖ୍ୟା ୦.୮୭ ପ୍ରତିଶତ। ପୁଅମାନଙ୍କ ପାସ ପ୍ରତିଶତ ୮୨.୧ ପ୍ରତିଶତ ଥିବାବେଳେ ବାଳିକାମାନଙ୍କର ପ୍ରଦର୍ଶନ ୮୬.୧ ପ୍ରତିଶତ ରହିଛି।

ଅଧ୍ୟୟନରେ ଦ୍ୱାଦଶ ଶ୍ରେଣୀରେ ଭେଦଭାବ ଅଧିକ ଥିବା ପ୍ରକାଶ ପାଇଛି। ସରକାରୀ ବିଦ୍ୟାଳୟରେ ୧ ପ୍ରତିଶତ ବାଳକଙ୍କ ତୁଳନାରେ ବାଳିକା ସଂଖ୍ୟା ୧.୦୭ ପ୍ରତିଶତ ଅଟେ। ପରିଣାମରେ, ପୁଅମାନଙ୍କର ପ୍ରଦର୍ଶନ ୮୧.୮ ପ୍ରତିଶତ ଏବଂ ଝିଇମାନଙ୍କର ପ୍ରଦର୍ଶନ ୮୭.୨ ପ୍ରତିଶତ ରହିଛି। ଏଥି ସହିତ, ଘରୋଇ ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ପୁଅମାନଙ୍କର ପ୍ରଦର୍ଶନ ୮୩.୫ ପ୍ରତିଶତ ଏବଂ ବାଳିକାମାନଙ୍କ ପ୍ରଦର୍ଶନ ୯୦.୧ ପ୍ରତିଶତ ରହିଛି।

ଏକାଦଶରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଝିଅମାନଙ୍କର ପ୍ରଥମ ପସନ୍ଦ ହେଉଛି କଳା ପାଠ୍ୟକ୍ରମ। ୩୫ ପ୍ରତିଶତ ବାଳକ କଳା ଅଧ୍ୟୟନ କରୁଥିବାବେଳେ ବାଳିକା ସଂଖ୍ୟା ୪୬ ପ୍ରତିଶତ। ବିଜ୍ଞାନରେ ପୁଅଙ୍କ ସଂଖ୍ୟା ୪୬ ପ୍ରତିଶତ ଏବଂ ଝି୍‌ଅଙ୍କ ସଂଖ୍ୟା ୩୮ ପ୍ରତିଶତ ରହିଛି। ଯେତେବେଳେ କି, ୧୫ ପ୍ରତିଶତ ପୁଅ ଏବଂ ୧୪ ପ୍ରତିଶତ ଝିଇ ବାଣିଜ୍ୟ ବିଷୟ ଅଧ୍ୟୟନ କରିବାକୁ ଚାହାଁନ୍ତି ବୋଲି ଅଧ୍ୟୟନରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?